ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀକୁ ଦୁଇ ବର୍ଷ ଧରି ଦେଶବ୍ୟାପୀ ଉତ୍ସବ ପାଳନ କରିବେ ଭାରତ ସରକାର

Published: Oct 23, 2024, 8:14 pm IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ୨୦୨୪ ରୁ ୨୦୨୬ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି ଦେଶବ୍ୟାପୀ ଉତ୍ସବ ପାଳନ କରିବେ।

ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ଏବଂ କାଶ୍ମୀରରୁ ଲାକ୍ଷାଦ୍ୱୀପ ପର୍ଯ୍ୟନ୍ତ ଭାରତକୁ ଏକାଠି କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅବିସ୍ମରଣୀୟ। ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇ ଭାରତ ସରକାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ତାଙ୍କର ୧୫୦ତମ ଜୟନ୍ତୀ ୨୦୨୪ ରୁ ୨୦୨୬ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି ଦେଶବ୍ୟାପୀ ଉତ୍ସବ ପାଳନ କରିବେ । ଏହି ଉତ୍ସବ ତାଙ୍କର ଉଲ୍ଲେଖନୀୟ ସଫଳତା ଏବଂ ସେ ପ୍ରଦର୍ଶିତ କରିଥିବା ଏକତାର ଭାବନାର ପ୍ରମାଣ ରୂପେ କାର୍ଯ୍ୟ କରିବ।

Related posts