ସଂସଦୀୟ କମିଟି ନିକଟରେ ହାଜର ହେଲେ ନାହିଁ ସେବି ମୁଖ୍ୟ ମାଧବୀ ପୁରୀ: ଜାଣନ୍ତୁ ଏବେ କ’ଣ ହେବ?

Published: Oct 24, 2024, 1:37 pm IST

ନୂଆଦିଲ୍ଲୀ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ଅର୍ଥାତ୍ SEBI ର ଅଧ୍ୟକ୍ଷ ମାଧବୀ ପୁରୀ ଆଜି ସଂସଦୀୟ କମିଟି (ପବ୍ଲିକ୍ ଆକାଉଣ୍ଟ୍ କମିଟି) ଅର୍ଥାତ୍ PAC ରେ ହାଜର ହେବାକୁ ଯାଉଥିଲେ କିନ୍ତୁ ସେ ଆସିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ସେବି ମୁଖ୍ୟ ସଂସଦୀୟ କମିଟି ନିକଟରେ ହାଜର ହୋଇନାହାଁନ୍ତି ଏବଂ ଆସିପାରିବେ ନାହିଁ ବୋଲି ଏକ ଚିଠି ଲେଖିଛନ୍ତି।

ନିକଟରେ ସେବି ମୁଖ୍ୟଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପର୍କରେ ମାଧବୀ ପୁରୀ ପିଏସିରେ ହାଜର ହେବାକୁ ଯାଉଥିଲେ କିନ୍ତୁ ସେ ଆସିବାକୁ ମନା କରିଦେଇଥିଲେ। ଏହା ପରେ କଂଗ୍ରେସ ସାଂସଦ ତଥା ସଂସଦୀୟ କମିଟିର ମୁଖ୍ୟ କେ.ସି ଭେନୁଗୋପାଲ ପରାମର୍ଶ ଦେଇଛନ୍ତି ଯେ, ସେବି ମୁଖ୍ୟଙ୍କୁ ହାଜର ହେବାକୁ ପରବର୍ତ୍ତୀ ତାରିଖ ଦିଆଯାଉ ଏବଂ ଏହି ବୈଠକ ପରବର୍ତ୍ତୀ ସମୟ ପାଇଁ ସ୍ଥଗିତ ରଖାଯାଉ। ଏହି ପ୍ରସ୍ତାବକୁ PAC ରେ ଅନ୍ତର୍ଭୁକ୍ତ ଅନ୍ୟ ବିଜେପି ସଦସ୍ୟମାନେ ବିରୋଧ କରିଛନ୍ତି।

Related posts