Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲରେ ମଲିକ୍ୟୁଲାର ପରୀକ୍ଷଣ ଏବଂ ଜେନୋମିକ୍ସକୁ ନେଇ ସିଏମ୍‌ଇ ଆୟୋଜିତ
ଆଜିର ଖବର

ସମ୍ ହସ୍ପିଟାଲରେ ମଲିକ୍ୟୁଲାର ପରୀକ୍ଷଣ ଏବଂ ଜେନୋମିକ୍ସକୁ ନେଇ ସିଏମ୍‌ଇ ଆୟୋଜିତ

October 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କର୍କଟ ରୋଗର ନିର୍ଣ୍ଣୟ, ପୂର୍ବାନୁମାନ ଓ ଚିକିତ୍ସା କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରୁଥିବା ମଲିକ୍ୟୁଲାର ହେମାଟୋଲଜି କ୍ଷେତ୍ରରେ ବର୍ତମାନ ଘଟୁଥିବା ଉନ୍ନତି ସଂପର୍କରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ଠାରେ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

‘ମଲିକ୍ୟୁଲାର ହେମାଟୋଲଜି- ଦି ଫ୍ୟୁଚର ୱି ଆର୍ ଲିଭିଂ ଇନ୍‌’ ଶୀର୍ଷକ ଏହି କଂଟିନ୍ୟୁଇଂ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମ ଗତ ବୁଧବାର ଦିନ ହାଇବ୍ରିଡ୍ ମୋଡ୍‌ରେ ଆୟୋଜିତ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଡାକ୍ତର ଓ ବିଶେଷଜ୍ଞ ଏଥିରେ ଯୋଗ ଦେଇଥିଲେ।

ସିଏମ୍‌ଇରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ମୁଖ୍ୟତଃ ଆଡ୍‌ଭାନ୍ସଡ ମଲିକ୍ୟୁଲାର ଟେଷ୍ଟ ସମେତ ପଲିମେରାସ ଚେନ୍ ରିଆକ୍ସନ୍ (ପିସିଆର୍‌), ଫ୍ଲୁରୋସେନ୍ସ ଇନ୍ ସିଟୁ ହାଇବ୍ରିଡାଇଜେସନ୍ (ଫିସ୍‌) ସାଇଟୋଜେନେଟିକ୍ସ, ସାଙ୍ଗେର ସିକ୍ୱେନ୍ସିଂ ଏବଂ ନେକ୍ସଟ ଜେନେରେସନ୍ ସିକ୍ୱେନ୍ସିଂ (ଏନ୍‌ଜିଏସ୍‌) ଭଳି ପ୍ରକ୍ରିୟା ଯାହାକି ହେମାଟୋଲୋଜି, ଅଙ୍କୋଲୋଜି ଏବଂ ଅନ୍ୟାନ୍ୟ ରୋଗ କ୍ଷେତ୍ରରେ ରୋଗୀ ସେବାର ମେରୁଦଣ୍ଡ ପାଲଟିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।

କର୍କଟ ରୋଗର ପରୀକ୍ଷଣ, ପୂର୍ବାନୁମାନ ଏବଂ ଚିକିତ୍ସା ବିଷୟରେ ନିଷ୍ପତି ନେବା ଦିଗରେ ମଲିକ୍ୟୁଲାର ହେମାଟୋଲଜି ଅନେକ ସହାୟକ ହେଉଛି ବୋଲି ହେମାଟୋଲୋଜି ରିସର୍ଚ୍ଚ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ପ୍ରଫେସର (ଡାକ୍ତର) ହରପ୍ରସାଦ ପତି ଏହି ସିଏମ୍‌ଇରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ।

ଓଡ଼ିଶାର ପ୍ରାୟ ସମସ୍ତ ହସ୍ପିଟାଲ୍ ଏବଂ ଲ୍ୟାବ ଏହି ପରୀକ୍ଷା ନିମନ୍ତେ ଓଡ଼ିଶା ବାହାରର ଲ୍ୟାବରେ ସହାୟତା ନିଆଯାଉଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ରାଜ୍ୟର ପ୍ରଥମ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଯେଉଁଠାରେ କି ଏନ୍‌ଜିଏସ୍ ପରୀକ୍ଷଣ ସୁବିଧା ବର୍ତମାନ ଉପଲବ୍ଧ ଅଟେ।

ମଲିକ୍ୟୁଲାର ଏବଂ ଜେନୋମିକ୍ସ ପରୀକ୍ଷଣ ଖୁବ୍ ଜଟିଳ ଏବଂ ଏଥିପାଇଁ କେବଳ ଅତ୍ୟାଧୁନିକ ଲାବୋରେଟୋରୀ ବ୍ୟବସ୍ଥା ନୁହେଁ ବରଂ ସ୍ୱତନ୍ତ୍ର ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ବ୍ୟକ୍ତିବିଶେଷଙ୍କର ଆବଶ୍ୟକତା ରହିଛି। ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ର ଦ୍ୱାରା ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଚିକିତ୍ସା ନିମନ୍ତେ ଲାଭଜନକ ହେବ ବୋଲି ବକ୍ତାମାନେ କହିଛନ୍ତି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସୋଆର ଏକ ପ୍ରମୁଖ ଅଂଗ ହୋଇଥିବା ବେଳେ ଏହାର ମେଡିକାଲ୍ କଲେଜର ଏକାଡେମିକ ବ୍ୟବସ୍ଥା ଖୁବ୍ ଉନ୍ନତ ଯାହାର ସୁବିଧା ଜନସାଧାରଣ ଅନେକ ମାତ୍ରାରେ ପାଇପାରୁଛନ୍ତି। ଆୟୋଜିତ ସିଏମ୍‌ଇ ହେଉଛି ଏହି ଶିକ୍ଷାନୁଷ୍ଠାନର ଶୈକ୍ଷିକ ଉତ୍କର୍ଷତାର ପ୍ରମାଣ ବୋଲି ପ୍ରଫେସର ପତି କହିଛନ୍ତି।

ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଂଟ ପାଲଟିଥିବା ଏହି ହସ୍ପିଟାଲ୍ ହେଉଛି ପ୍ରଥମ ଅନୁଷ୍ଠାନ ଯେଉଁଠାରେ କି ଚିମେରିକ ଆଂଟିଜେନ୍ ରିସେପ୍ଟର-ଟି ସେଲ (କାର-ଟି ସେଲ) ଥେରାପି ବ୍ୟବହାର କରି ଜଣେ ଯୁବ ରକ୍ତକର୍କଟ ରୋଗୀଙ୍କର ସଫଳ ଚିକିତ୍ସା ହୋଇପାରିଛି। ହସ୍ପିଟାଲରେ ଏପର୍ଯ୍ୟନ୍ତ ୭୦ ରୁ ଊର୍ଦ୍ଧ୍ୱ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟେସନ୍ (ବିଏମ୍‌ଟି) ସଫଳତାର ସହ ହୋଇପାରିଛି ବୋଲି ସେ କହିଥିଲେ।

ହସ୍ପିଟାଲ୍‌ର କ୍ଲିନିକାଲ୍ ହେମାଟୋଲୋଜିର ମୁଖ୍ୟ ଡାକ୍ତର ପ୍ରିୟଙ୍କା ସାମଲ କହିଥିଲେ ଯେ ସଂପୃକ୍ତ ରୋଗୀଙ୍କୁ କାର-ଟି ସେଲ୍ ଚିକିତ୍ସା ଉପଲବ୍ଧ କରିବା କ୍ଷେତ୍ରରେ ହସ୍ପିଟାଲ୍‌ର ସମସ୍ତ ବିଭାଗର ସହଯୋଗ ମିଳିଥିଲା। ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ଆମକୁ କିଛି କିଛି ନୂତନ ଶିକ୍ଷା ମିଳୁଛି ବୋଲି ସେ କହିଥିଲେ।

ହସ୍ପିଟାଲ୍‌ର ମଲିକ୍ୟୁଲାର ଜେନୋମିକ୍ସର ଲ୍ୟାବ୍‌ର ମୁଖ୍ୟ ଡାକ୍ତର ଶିଭାଙ୍ଗୀ ହାରନ୍‌ଖେଡକର ଏହି କାର୍ଯ୍ୟକ୍ରମର ସଂପାଦକ ଥିଲେ।

ସିଏମ୍‌ଇରେ ହସ୍ପିଟାଲର ଲାବୋରେଟୋରୀର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ରାଜଶ୍ରୀ ପାଣିଗ୍ରାହୀ, ମେଡିକାଲ୍ ଅଙ୍କୋଲୋଜିର ମୁଖ୍ୟ ପ୍ରଫେସର (ଡାକ୍ତର) ସୌମ୍ୟ ସୁରଥ ପଣ୍ଡା, ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର, ଲ୍ୟାବ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଭୋଳ ଏବଂ ବିଭିନ୍ନ ବିଭାଗର ଫ୍ୟାକଲ୍ଟିମାନେ ଯୋଗ ଦେଇଥିଲେ।

sum hospital କର୍କଟ ରୋଗ ସମ୍‌ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Latest News

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.