Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନ୍ତ୍ରୀ ସୁରେଶ ପୁଜାରୀଙ୍କ ବାତ୍ୟା ‘ଦାନା’ ପରବର୍ତ୍ତୀ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା
ଆଜିର ଖବର

ମନ୍ତ୍ରୀ ସୁରେଶ ପୁଜାରୀଙ୍କ ବାତ୍ୟା ‘ଦାନା’ ପରବର୍ତ୍ତୀ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା

October 28, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରବିବାର ଅପରାହ୍ଣରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ‘ଦାନା’ର ପ୍ରଭାବ ଏଥି ଜନିତ ଲଗାଣ ବର୍ଷାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା  ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ଚାଲିଥିବା ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଅନୁ ଗର୍ଗ, ଏସ୍‌ଆରସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରୁ  ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ସଦ୍ୟତମ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ।

ରାଜସ୍ୱ ମନ୍ତ୍ରୀ ଶ୍ରୀ ପୁଜାରୀ ଜିଲ୍ଲାଓ୍ୱାରୀ ବାତ୍ୟା ପରବର୍ତ୍ତୀ ବିଦ୍ୟୁତ ପୁନଃ ସଂଯୋଗୀକରଣ, ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ବ୍ୟବସ୍ଥା, ଲୋକମାନଙ୍କର ଅବସ୍ଥା ଓ ବାତ୍ୟା କ୍ଷୟକ୍ଷତି ସଂପର୍କରେ ପଚାରି ବୁଝିଥିଲେ।

ବାତ୍ୟା ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ଓ ସୋନ ନଦୀରେ ଅଧିକ ଜଳ ପ୍ରବାହିତ ହେବା ଯୋଗୁଁ ତଳିଆ  ଅଂଚଳରେ ପାଣି ପଶିବା ହେତୁ ଲୋକେ ପ୍ରଭାବିତ ହୋଇଥିଲେ। ଗତ କାଲି ରାତିରୁ ନଦୀଗୁଡିକରେ କ୍ରମାଗତ ଭାବେ ଜଳସ୍ତର କମିବା ଫଳରେ ସ୍ଥିତିରେ ସୁଧାର ଆସିଛି। କେତେକ ଜିଲ୍ଲାରେ  ଚାଷ ଜମିରେ ନଇଁ ପଡିଥିବା  ବିଦ୍ୟୁତ ଖୁଣ୍ଟଗୁଡିକର ପୁନଃ ସଂସ୍ଥାପନ କାର୍ଯ୍ୟ ଜାରି ରହିଛି। ଭଦ୍ରକ ଜିଲ୍ଲାରେ  ୨୧୮ ଟି ବିଦ୍ୟୁତ ଖୁଣ୍ଟ  ପ୍ରଭାବିତ ହୋଇଥିବା ବେଳେ  ସେଥି ମଧ୍ୟରୁ ୧୯୧ ଟିକୁ  ପୁନଃ ବ୍ୟବସ୍ଥିତ ହୋଇସାରିଛି। ଓଡ୍ରାଫ ଏବଂ ଅଗ୍ନିଶମ ସେବା କର୍ମଚାରୀମାନେ ଅନ୍ୟ କେତେକ ଯାଗାରେ ଗଛ ଡାଳ କାଟି ଅପସାରଣ ଓ ପୁନଃରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭଦ୍ରକରେ ବାତ୍ୟା ଆଶ୍ରୟ ସ୍ଥଳୀରୁ ଅଧିକାଂଶ ଲୋକ ଘରକୁ ଯାଇ ସାରିଥିଲେ   ସୁଦ୍ଧା ଏବେ ମଧ୍ୟ କେତେକ ଅଂଚଳରୁ  ପାଣି କମିନି ଏବଂ ଏବେ ବି ଅନେକ ଜଳ ଘେରି ମଧ୍ୟରେ ରହିଛନ୍ତି। ସେଥି ପାଇଁ ଏବେ ମଧ୍ୟ ୪୨୬ ସ୍ଥାନରେ ରହିଥିବା ୨୫,୭୦୯ ଜଣ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଅଛି। ପରିସ୍ଥିତିକୁ ଦେଖି ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଭଦ୍ରକରେ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କ୍ଷେତ୍ର ପରିଦର୍ଶନ କରିବା ସହ ଆଜି ସମୀକ୍ଷା ବୈଠକ କରି  ଜିଲ୍ଲାର ସ୍ଥିତି ଅନୁଧ୍ୟାନ ପୂର୍ବକ  କରି ପୁନରୁଦ୍ଧାର  କାର୍ଯ୍ୟ  ଜାରି ରଖିଛନ୍ତି।

ଆଗାମୀ ନଭେମ୍ବର ୨ ତାରିଖ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ହୋଇଥିବା ଫସଲ କ୍ଷତି ଏବଂ ବାତ୍ୟା  କ୍ଷୟକ୍ଷତି ବିବରଣୀ ଏସ୍‌ଆରସିଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବାତ୍ୟା ଦାନାର ସଫଳ ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରାକ ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟରେ ରାଜ୍ୟସ୍ତରୀୟ ବିଭିନ୍ନ ବିଭାଗର ସଚିବ ଏବଂ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲାପାଳମାନଙ୍କୁ ସହାୟତା କରିବା ପାଇଁ ଜିଲ୍ଲାକୁ ଯାଇଥିବା  ଅଭିଜ୍ଞ ଆଇଏସ ଅଧିକାରୀ, ପୁଲିସ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ଆରକ୍ଷୀ ଅଧିକ୍ଷକ, କ୍ଷେତ୍ରସ୍ତରରେ  କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ  ରାଜସ୍ୱ ମନ୍ତ୍ରୀ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ।

ଆଗାମୀ ଅକ୍ଟୋବର ୨୯ ତାରିଖରେ ଓସଡମା ତରଫରୁ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରାଯିବାକୁ ଥିବା ବେଳେ  ଏଥିରେ ୧୯୯୯ ମହାବାତ୍ୟା  ସମୟର ଦୁଃଖଦ ସ୍ମୃତି ଠାରୁ ଆରମ୍ଭ କରି ଏହା ମଧ୍ୟରେ ବିଭିନ୍ନ ବର୍ଷରେ ଓଡ଼ିଶା ସମ୍ମୁଖୀନ ହୋଇଥିବା ବିଭିନ୍ନ ବାତ୍ୟା ଏବଂ ଘଟିଯାଇଥିବା ବାତ୍ୟା ‘ଦାନା’ ର ସଫଳ ମୁକାବିଲା ପର୍ଯ୍ୟନ୍ତ ଅନୁଭୂତି  ଆଲୋଚନା ହେବ। ଆଗାମୀ ଦିନରେ ଆମର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ମନ୍ତ୍ରୀ ଶ୍ରୀ ପୁଜାରୀ ମତ ଦେବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବାତ୍ୟା ମୁକାବିଲାରେ ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ବିଭିନ୍ନ ବିଭାଗ, ସଂପୃକ୍ତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଅଗ୍ନିଶମ ବିଭାଗ, ଏନଡିଆରଏଫ୍, ଓଡ୍ରାଫ  ସମେତ  ଓ ସଂପୃକ୍ତ ବିଭିନ୍ନ ଗୋଷ୍ଠୀ,ଅନୁଷ୍ଠାନ ଓ ଅଂଚଳର ଜନସାଧାରମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସମସ୍ତଙ୍କ ସମିଳିତ ପ୍ରୟାସରେ ଏହି ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟ ସଫଳତାର ସହିତ କରାଯାଇଥିବା ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ।

ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବାତ୍ୟା ଦାନାର ମୁକାବିଲା ପ୍ରସ୍ତୁତି ଓ ପୁନରୁଦ୍ଧାର ସଂପର୍କିତ ବିଭିନ୍ନ ସଫଳ କାହାଣୀକୁ ନେଇ ଏକ ପ୍ରାମାଣିକ ଚଳଚିତ୍ର ପ୍ରସ୍ତୁତ କରିବାକୁ  ପ୍ରସ୍ତାବ ଦେଇଥିଲେ।

ବାତ୍ୟା ଦାନା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.