Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମାରେ ସାମିଲ କରିବା ପାଇଁ ସରକାରୀ ହାଇସ୍କୁଲ ଏନ୍‌.ପି.ଏସ୍‌. ଶିକ୍ଷକ ସଙ୍ଘର ଦୃଢ ଦାବି
ଆଜିର ଖବର

ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମାରେ ସାମିଲ କରିବା ପାଇଁ ସରକାରୀ ହାଇସ୍କୁଲ ଏନ୍‌.ପି.ଏସ୍‌. ଶିକ୍ଷକ ସଙ୍ଘର ଦୃଢ ଦାବି

October 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସରକାର ସରକାରୀ କର୍ମଚାରୀ ତଥା ସରକାରୀ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ତଥା କୋରନା ଭଳି ମହାମାରୀର ପ୍ରତିରୋଧ ତଥା ପରିଚାଳନା କାର୍ଯ୍ୟରେ ନିୟାଜିତ କରୁଛନ୍ତି। ବିଗତ ଦିନ ମାନଙ୍କରେ ଏହା ବ୍ୟତୀତ ଜନଗଣନା ଠାରୁ ଆରମ୍ଭ କରି ଗାଁ ଗାଁ ବୁଲି ପୁସ୍ତକ ବାଣ୍ଟିବା ଭଳି ବିଭିନ୍ନ ପ୍ରକାର କାର୍ଯ୍ୟରେ ମଧ୍ୟ ସରକାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟୋଜିତ କରିଛନ୍ତି।

କୋରନା ପରିଚାଳନା ସମୟରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରି ଅକାଳରେ ନିଜ ଜୀବନ ହାରିଛନ୍ତି। ଏବେବି ବହୁତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରିବାର ଅକାଳରେ ବିୟୋଗ ହୋଇଥିବା ନିଜ ଆତ୍ମୀୟ ମାନଙ୍କୁ ହରାଇ ସର୍ବହାର ହୋଇ ନିଜ ଜୀବନ କାଳାତିପାତ କରୁଛନ୍ତି।

ସରକାରୀ କର୍ମଚାରୀଟିଏ ନିଜ ଜୀବନକୁ ବାଜି ଲଗାଇ ଜୀବନ ସାରା ସରକାରଙ୍କ ପାଇଁ କାର୍ଯ୍ୟ କରିଥାଏ। ଚାକିରି କରି ଯାହା ବି ଅର୍ଥ ଉପାର୍ଜନ କରେ ସେଥିରେ ତାହା ପରିବାରର ଗୁଜୁରାଣ ମେଣ୍ଟେଇବା ସହିତ ନିଜ ଘରର ଆବଶ୍ୟକତା ପୂରଣ ପାଇଁ ଖର୍ଚ୍ଚ କରିଥାଏ, କିନ୍ତୁ ଚାକିରି ସମୟରେ ଯଦି କୌଣସି ପ୍ରକାର ଆକସ୍ମିକ ଦୁର୍ଘଟଣା କିମ୍ବା କର୍କଟ ଭଳି ମାରାତ୍ମକ ରୋଗ ହୋଇଥାଏ, ତାହେଲେ ତାହାର ଉପାର୍ଜିତ ରାଶି ବି ଚିକିତ୍ସା ପାଇଁ ବେଳେ ବେଳେ କମ ହୋଇପଡେ। ଯାହା ଫଳରେ ତାହାର ପରିବାରଟି ଆର୍ଥିକ ଅନାଟନ ଦେଇ ଗତି କରିବା ସହ ତାହାର ପ୍ରଭାବ ସିଧା ସଳଖ ତାହାର ପରିବାର ବର୍ଗ ଉପରେ ପଡିଥାଏ।

ସରକାର ସାଧାରଣ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛନ୍ତି। ଯାହା ଫଳରେ ତାଙ୍କ ଭବିଷ୍ୟତ ସୁଦୃଢ ହେବା ସହ ତାଙ୍କ ପରିବାର ମଧ୍ୟ ସୁଦୃଢ଼ ହୋଇପାରୁଛି। କିନ୍ତୁ ସରକାର ସରକାରୀ କର୍ମଚାରୀ ମାନଙ୍କୁ ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରିନାହାନ୍ତି। ଏଥି ନିମନ୍ତେ ସରକାରଙ୍କୁ ବହୁ ଦାବି ହୋଇଥିଲା ଏବଂ ପୂର୍ବରୁ ପୂର୍ବ ସରକାର ପ୍ରତିଶୃତି ଦେଇଥିଲେ ଯେ, ସବୁ ସରକାରୀ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରାଯିବ।

ବର୍ତ୍ତମାନର ସରକାର ଲୋକଙ୍କ ସରକାର ବୋଲି ନାରା ଦେଉଛନ୍ତି। ଏହି ସରକାରୀ କର୍ମଚାରୀ ମାନେ ମଧ୍ୟ ଲୋକଙ୍କ ଭିତରେ ଅନ୍ତର୍ଭୁକ୍ତ। ତେଣୁ ସମସ୍ତ ସରକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ଵାସ୍ତ୍ୟ ବୀମାରେ ସାମିଲ କରିବାକୁ ସଂଘ ଦୃଢ ଦାବି କରୁଅଛି ବୋଲି ଶିକ୍ଷକ ନେତା ପ୍ରଦୀପ୍ତ କୁମାର ପ୍ରଧାନ ସରକାରଙ୍କୁ ଦାବି ଜଣାଇଛନ୍ତି।

ଆଗାମୀ ଦିନରେ ସରକାର ଆୟୁଷ୍ମାନ ଯୋଜନା ଭଳି ସ୍ୱାସ୍ଥ୍ୟ ବୀମା ଆଣିବାକୁ ଯାଉଛନ୍ତି,ତେଣୁ ସରକାର ଏହି ଯୋଜନାରେ ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସରକାର ସାମିଲ କରନ୍ତୁ ବୋଲି ଶିକ୍ଷକ ନେତା ଅମରେନ୍ଦ୍ର ସ୍ୱାଇଁ, ବିଶ୍ୱଜିତ ବିଶ୍ଵାଳ, ପଞ୍ଚାନନ ଜେନା, ଚନ୍ଦ୍ରକାନ୍ତ ପଣ୍ଡା, ସନ୍ତୋଷ ସାହୁ, ପ୍ରବୀର ପଣ୍ଡା, ଗିରିଜା କୁଣ୍ଡୁ ଦାବି ଜଣାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026
Latest News

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.