Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ସେନାବାହିନୀର ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଭାରତୀୟ ସେନାବାହିନୀର ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ

October 31, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କଚ୍ଛର କ୍ରିକ୍ ଅଞ୍ଚଳର ଲକ୍କି ନାଲାଠାରେ ସୀମା ସୁରକ୍ଷା ବଳ (ବିଏସଏଫ), ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆମର ସୁରକ୍ଷା କର୍ମୀଙ୍କ ପାଇଁ ଅତ୍ୟନ୍ତ ଗର୍ବିତ, ଯେଉଁମାନେ ଦୁର୍ଗମ ସ୍ଥାନରେ ଦୃଢ଼ ଭାବରେ ଠିଆ ହୁଅନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି। ଅତ୍ୟଧିକ ତାପମାତ୍ରା ହେତୁ କଚ୍ଛର କ୍ରିକ୍ ଅଞ୍ଚଳ ଉଭୟ ଆହ୍ୱାନପୂର୍ଣ୍ଣ ଏବଂ ଦୁର୍ଗମ ଅଟେ। ଏଥିରେ ଅନ୍ୟାନ୍ୟ ପରିବେଶଜନିତ ଆହ୍ଵାନ ମଧ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରିକ୍ ଅଞ୍ଚଳରେ ଏକ ଭାସମାନ ବିଓପିକୁ ଯାଇ ବୀର ସୁରକ୍ଷା କର୍ମୀଙ୍କୁ ମିଠା ବାଣ୍ଟିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘‘ଗୁଜରାଟର କଚ୍ଛରେ ବୀର ଯବାନଙ୍କ ସହ ଦୀପାବଳି ପାଳନ କରୁଛି।

ଆମର ସୁରକ୍ଷା କର୍ମୀମାନେ ବିଭିନ୍ନ ଦୁର୍ଗମ ସ୍ଥାନରେ ଦୃଢ଼ତାର ସହ ଠିଆ ହୋଇ ଆମକୁ ସୁରକ୍ଷା ଦେଉଛନ୍ତି। ଆମେ ସେମାନଙ୍କ ପାଇଁ ଗର୍ବିତ।

କଚ୍ଛର କ୍ରିକ୍ ଅଞ୍ଚଳର ଲକ୍କି ନାଲାଠାରେ ବିଏସଏଫ, ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରି ଖୁସି ଅନୁଭବ କରୁଛି । ଏହି କ୍ଷେତ୍ର ଉଭୟ ଆହ୍ୱାନପୂର୍ଣ୍ଣ ଏବଂ ଦୁର୍ଗମ ଅଟେ । ଦିନ ଗୁଡ଼ିକ ପ୍ରବଳ ଗରମ ହେବା ସହ ବେଳେ ବେଳେ ଥଣ୍ଡା ମଧ୍ୟ ହୋଇଥାଏ। କ୍ରିକ୍ ଅଞ୍ଚଳରେ ଅନ୍ୟାନ୍ୟ ପରିବେଶଗତ ଆହ୍ଵାନ ମଧ୍ୟ ରହିଛି।

କ୍ରିକ୍ ଅଞ୍ଚଳରେ ଏକ ଭାସମାନ ବିଓପିକୁ ଯାଇ ବୀର ସୁରକ୍ଷା କର୍ମୀଙ୍କୁ ମିଠା ବାଣ୍ଟିଲି।’’

କଚ୍ଛ ନରେନ୍ଦ୍ର ମୋଦୀ ସୀମା ସୁରକ୍ଷା ବଳ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.