ଭୁବନେଶ୍ଵର: ସାଧାରଣତଃ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପ୍ରେମ ନ ରହିଲେ ଏହା ବିଚ୍ଛେଦର ରୂପ ନେଇଥାଏ। କିନ୍ତୁ ଅତ୍ୟଧିକ ପ୍ରେମ ବି ବିଚ୍ଛେଦର କାରଣ ପାଲଟିଯାଏ, ତାର ଏକ ପ୍ରମାଣ ଦେଖିବାକୁ ମିଳିଛି। ନିକଟରେ ଏପରି ଏକ ଅଜବ ତଲାକ୍ ବା ବିବାହ ବିଚ୍ଛେଦର କାହାଣୀ ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ସ୍ବାମୀ ତାଙ୍କୁ ଅତ୍ୟଧିକ ପ୍ରେମ କରିଥିବାରୁ ତଲାକ୍ ବା ଛାଡପତ୍ର ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଏହି କଥା ଶୁଣିବାକୁ ନିଶ୍ଚୟ ଟିକେ ଅଜବ୍ ଲାଗୁଥିବ। ଘଟଣାଟି କିନ୍ତୁ ଏହିପରି। ତାଙ୍କ ସ୍ବାମୀଙ୍କ କେବେବି ତାଙ୍କ ସହ ଝଗଡ଼ା କରିନାହାନ୍ତି ଓ ପ୍ରଚୁର ପ୍ରେମ କରୁଥିବାରୁ ସେ ଏଥିରେ ବିରକ୍ତ ହୋଇ ସ୍ବାମୀଙ୍କଠୁ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।
ୟୁଏଇର ଜଣେ ମହିଳାଙ୍କ କହିବାନୁସାରେ ତାଙ୍କ ସ୍ବାମୀ ତାଙ୍କୁ ପ୍ରଚୁର ପ୍ରେମ କରନ୍ତି, ସେ ଏହି ପ୍ରେମରେ ଅତିଷ୍ଠ ହୋଇ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି। ଫୁଜେରାର ସିରିଆ କୋର୍ଟରେ ମହିଳାଜଣକ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ତେବେ ଦୁହିଁଙ୍କ ବିବାହ କେବଳ ଏକ ବର୍ଷ ହୋଇଛି।
ଖଲିଜ୍ ଟାଇମ୍ସ ରିପୋର୍ଟ ଅନୁସାରେ ମହିଳା ଜଣକ ନିଜ ସ୍ବାମୀଙ୍କର ଅତ୍ୟଧିକ ପ୍ରେମକୁ ସହ୍ୟ କରିପାରୁନାହାନ୍ତି। ଏଥିପାଇଁ ସେ ବିଚ୍ଛେଦ ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ମହିଳା ଜଣକ ଏକଥା ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ବାମୀ କେବେବି ତାଙ୍କ ଉପରେ ରାଗିନାହାନ୍ତି କି ତାଙ୍କୁ ଉଦାସ ହେବାକୁ ଦେଇନାହାନ୍ତି। ମହିଳାଜଣକ ଅତ୍ୟଧିକ ପ୍ରେମ ଓ ସ୍ନେହରେ ଅତିଷ୍ଠ ହୋଇପଡ଼ିଥିବାର କୋର୍ଟଙ୍କୁ କହିଛନ୍ତି। ଏପରିକି ତାଙ୍କ ସ୍ବାମୀ ଘରର ଯାବତୀୟ କାର୍ଯ୍ୟରେ ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିବାର କହିଛନ୍ତି ମହିଳାଜଣକ।
ବିବାହର ଏକ ବର୍ଷ ହୋଇଥିଲେ ମଧ୍ୟ ଗୋଟିଏ ଥର ବି ଝଗଡ଼ା ହୋଇନଥିବାର କହିଛନ୍ତି ମହିଳାଜଣକ। ସ୍ବାମୀଙ୍କର ଅତ୍ୟଧିକ ପ୍ରେମ ଓ ଉଦାରତା ତାଙ୍କ ଜୀବନକୁ ନର୍କ କରିଦେଇଛି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ମହିଳା ଜଣକ ଝଗଡ଼ା କରିବାକୁ ଚାହୁଁଥିବାବେଳେ ତାଙ୍କ ସ୍ବାମୀଙ୍କ ପାଇଁ ଏହା ଅସମ୍ଭବ ବୋଲି କହିଛନ୍ତି ମହିଳା ଜଣକ। ସେ ସର୍ବଦା ତାଙ୍କୁ ପ୍ରତ୍ୟେକ ଭୁଲ୍ ପାଇଁ କ୍ଷମା କରିବା ସହିତ ଉପହାର ଦେଇଥା’ନ୍ତି। ଆଜ୍ଞାଧାରୀ ସ୍ବାମୀ ତାଙ୍କୁ ପସନ୍ଦ ନୁହେଁ ବୋଲି ମହିଳାଜଣକ କହିଛନ୍ତି। ତାଙ୍କ ସ୍ବାମୀଜଣକ କିଛି ଭୁଲ୍ କରିନାହାନ୍ତି କିନ୍ତୁ ଜଣେ ଆଦର୍ଶ ସ୍ବାମୀ ହେବାକୁ ଚାହିଁଛନ୍ତି।
ତେବେ କୋର୍ଟ ତାଙ୍କର ଏହି ଆବେଦନକୁ ପ୍ରତ୍ୟାହାର କରିବା ପାଇଁ କହିବା ସହିତ ନିଜ ଭିତରେ ଥିବା ମତଭେଦକୁ ବୁଝିବା ପାଇଁ କହିଛନ୍ତି।