Categories
ଆଜିର ଖବର ଜାତୀୟ ଖବର

ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରିବାର ଅଧିକାର ନାହିଁ ନିଜ ଇଚ୍ଛାରେ ଅଲଗା ରହୁଥିବା ମହିଳା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରର ଫ୍ୟାମିଲି କୋର୍ଟ ସ୍ପଷ୍ଟଭାବେ କହିଛନ୍ତି ଯେ ଯଦି କୌଣସି ମହିଳା ନିଜ ଇଚ୍ଛାରେ ଅଲଗା ରହୁଛନ୍ତି, ତେବେ ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବାର ତାଙ୍କର କୌଣସି ଅଧିକାର ନାହିଁ। ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ମହିଳାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଯେହେତୁ ମହିଳା ଜଣକ ନିଜେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ, ତେଣୁ ଭରଣପୋଷଣ ପାଇଁ ତାଙ୍କର କୌଣସି ଅଧିକାର ନାହିଁ।

ସ୍ୱାମୀ ଏହା କୋର୍ଟଙ୍କୁ ଜଣାଇଥିଲେ

ଅଦାଲତରେ ମହିଳାଙ୍କ ଆବେଦନର ଶୁଣାଣି ଚାଲିଥିବାବେଳେ ତାଙ୍କ ସ୍ୱାମୀ କହିଥିଲେ ଯେ ୨୦୨୦ ଡିସେମ୍ବର ୧୫ରୁ ଦୁହେଁ ଅଲଗା ହୋଇଯାଇଛନ୍ତି। ସ୍ୱାମୀ କହିଛନ୍ତି ଯେ ସେତେବେଳେ ପତ୍ନୀ ନିଜେ ଅଲଗା ହୋଇଯାଇଥିଲେ। ଏହାପରେ ସ୍ୱାମୀ ହିନ୍ଦୁ ବିବାହ ଆଇନର ଧାରା ୯ ଅନୁଯାୟୀ ଦିଆଯାଇଥିବା ବୈବାହିକ ଅଧିକାରକୁ ପୁନରୁଦ୍ଧାର କରିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ପତ୍ନୀ

ଅନ୍ୟପକ୍ଷରେ ପତ୍ନୀ ମଧ୍ୟ ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାସହ ଚୁକ୍ତି ଅନୁଯାୟୀ ତାଙ୍କ ସ୍ୱାମୀଙ୍କଠାରୁ ମିଳିଥିବା ୧୨ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ ହୋଇଥିବା ନେଇ ମହିଳା ଜଣକ ଏକ ମାମଲା ମଧ୍ୟ ରୁଜୁ କରିଥିଲେ। ପରିବାର ଅଦାଲତର ମୁଖ୍ୟ ବିଚାରପତି ଜଷ୍ଟିସ କେଏନ୍ ସିଂହଙ୍କ ନିକଟରେ ଏହି ମାମଲା ଆସିବା ପରେ ସେ ମହିଳାଙ୍କ ବୟାନ ଦର୍ଶାଇ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଛାଡପତ୍ର ପାଇଁ ମା’ର ଜୀବନ ନେଲା ପୁଅ

ନୂଆଦିଲ୍ଳୀ : ଦେଶର ରାଜଧାନୀ ନୂଆଦିଲ୍ଲୀଠାରେ ନାବାଳକ ନିଜ ମା’କୁ ହତ୍ୟା କରିଛି । ମା’ ଛାଡପତ୍ର କାଗଜରେ ଦସ୍ତଖତ ନ କରିବାରୁ ରାଗରେ ନାବାଳକ ଜଣକ ଏପରି କାଣ୍ଡ ଘଟାଇଛି । ତେବେ ପୋଲିସ୍‌ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ ନାବାଳକର ପିତା ଜଣକ ତାଙ୍କ ମା’ଙ୍କଠାରୁ ଛାଡପତ୍ର ଚାହୁଁଥିଲେ । କିନ୍ତୁ ତାଙ୍କ ମା’ ଏହା ଦେବାକୁ ମନା କରିଥିଲେ । ଏହାକୁନେଇ ନାବାଳକଙ୍କ ସାଙ୍ଗମାନେ ତାଙ୍କର ମଜାକ୍‌ କରୁଥିଲେ । ଏହି ମଜାକ୍‌ରେ ନାବାଳାକ ଜଣକ ବ୍ୟତିବ୍ୟସ୍ତ ହୋଇ ନିଜମା’କୁ ନିର୍ମମ ଭାବରେ ହତ୍ୟା କରିଥିଲେ ।

ପୋଲିସ୍‌ ନାବାଳକକୁ ଗିରଫ କରି ଜୁଭେନାଇଲ୍‌ କୋର୍ଟରେ ହାଜ କରାଯାଇଛି । ଏଠାରେ ତାଙ୍କୁ ବାଳସୁଧାରଗୃହକୁ ପଠାଯିବ ।  ନାବାଳକ ଓ ତାଙ୍କ ପରିବାର ଦିଲ୍ଳୀରେ ରହୁଥିଲେ । ପ୍ରାୟ ସାଢ ତିନି ବର୍ଷ ହେବ ନାବାଳକ ମାତା ପିତା ଅଲଗା ଅଲଗା ରହୁଥିଲେ । ଛାଡପତ୍ର ମାମଲା କୋର୍ଟରେ ବିଚାରାଧୀନ ରହିଥିବାବେଳେ ସ୍ତ୍ରୀ ଜଣକ ଛାଡପତ୍ର ଦେବାକୁ ପ୍ରସ୍ତୁତ ନଥିଲେ ।

ମୃତକ ମହିଳାଙ୍କ ବଡପୁଅ ତାଙ୍କ ସ୍ବାମୀଙ୍କ ସହିତ ରହୁଥିଲେ । ମା’-ବାପାଙ୍କ ମଧ୍ୟରେ ଛାଡପତ୍ର ମାମଲାକୁ ନେଇ ନାବାଳକ ଜଣକ ନିଜ ମା’କୁ ଦୋଷୀ ଭାବୁଥିଲେ । କେବେ କେବେ ଜୀବନରୁ ମାରିଦେବାର ଧମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ନାବାଳକର ଭଉଣୀ ।

ନଭେମ୍ବର 30 ତାରିଖରେ ନାବାଳକ ଜଣକ ମା’ଙ୍କ ଘରକୁ ଖାଇବା ପାଇଁ ଆସିଥିଲେ। ରାତ୍ରିରେ ସେ ତାଙ୍କୁ ତାଙ୍କ ପିତାଙ୍କ ଘରେ ଛାଡିବା ପାଇଁ ମା’ଙ୍କୁ କହିଥିଲେ । ରାତ୍ରି 12.40 ସମୟରେ ସେ ଦୁହେଁଘରୁ ବାହାରିଥିଲେ । ଏହାପରେ ମହିଳା ଜଣକ ଆଉ ଘରକୁ ଫେରିନଥିଲେ  । ଏହାପରେ ମହିଳାଙ୍କ ମୃତଦେହ ମିଳିଥିଲା । ମହିଳାଙ୍କ କନ୍ୟା ତଥା ନାବାଳକଙ୍କ ଭଉଣୀ ମାଙ୍କ ମୃତ୍ୟୁ ଖବର ଜାଣିବା ପରେ ନାବାଳକଙ୍କୁ ଫୋନ୍‌ କରିଥିଲେ । କିନ୍ତୁ ନାବାଳକର ମୋବାଇଲ ସ୍ବିଚ୍‌ ଅଫ୍‌ ଆସିଥିଲା । ଏହାପରେ ପୋଲିସ୍‌ ଏହି ଘଟଣାର ତଦନ୍ତ କରିବା ପରେ ଘଟଣା ଉପରୁ ପରଦା ହଟାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସ୍ବାମୀଙ୍କ ସହ ଝଗଡା ନହେବାରୁ ସ୍ତ୍ରୀ ମାଗିଲେ ଛାଡପତ୍ର

ସମ୍ଭଲ : ସାଧାରଣତଃ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହେବା କାରଣରୁ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥାଏ । କିନ୍ତୁ ଏଠାରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ନହେବା କାରଣରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ମହିଳା ଜଣ । ଏପରି ଏକ ଘଟଣା ଉତ୍ତରପ୍ରଦେଶ ସମ୍ଭଲ୍‌ ଅଞ୍ଚଳରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ସହ କେବେ ଝଗଡା କରିନଥିବା କାରଣରୁ ସ୍ତ୍ରୀଜଣକ ଏଥିରେ ବ୍ୟତିବ୍ୟସ୍ତ ହୋଇ ଛାଡପତ୍ର ପାଇଁ ଦାବି କରିଛନ୍ତି ।

ଆହୁରି ମଧ୍ୟ ସ୍ତ୍ରୀ କହିଛନ୍ତି ଯେ, ତାଙ୍କ ବିବାହ 18 ମାସ ହୋଇଥିବାବେଳେ ଗୋଟିଏ ଥର ହେଲେ ବି ତାଙ୍କ ସ୍ବାମୀ ତାଙ୍କଉପରେ ରାଗି ନାହାନ୍ତି । ଏମିତି କି ଯୁକ୍ତି ମଧ୍ୟ କରିନାହାନ୍ତି । ଯେଉଁ ସ୍ବାମୀ ସବୁବେଳେ ସ୍ତ୍ରୀ କଥାରେ ହଁ କରୁଛନ୍ତି । କେବେ ଝଗଡା କି ରାଗୁ ନାହାନ୍ତ ସେପରି ସ୍ବାମୀ ତାଙ୍କର ଦରକାର ନାହିଁ ବୋଲି କହିଛନ୍ତି ସ୍ତ୍ରୀଜଣ । ସ୍ତ୍ରୀଙ୍କ କହିବାନୁସାରେ ତାଙ୍କ ସ୍ବାମୀ ବହୁତ ଭଲ, ଭଦ୍ର ଓ ହୃଦୟବାନ । ଏହା ହେଉଛି ତାଙ୍କର ସବୁଠୁ ବଡ ଦୋଷ । ଯେବେଠୁ ବିବାହ ହୋଇଛି ସେବେଠୁ ସ୍ବାମୀ –ସ୍ତ୍ରୀ ମଧ୍ୟରେ କେବେ ଝଗଡା ହୋଇନାହିଁ । ଏହାକୁ ନେଇ ସ୍ତ୍ରୀ ଜଣକ ଚିନ୍ତିତ ରହିଥିବାବେଳେ ସେ ଛାଡପତ୍ର ପାଇଁ ଦାବି ଜଣାଇଛନ୍ତି ।

ଅବଶ୍ୟ ସ୍ତ୍ରୀଙ୍କ ଛାଡପତ୍ରକୁ ଖାରଜ କରିଦେଇଛନ୍ତି ସରଇ ଅଦାଲତ ।ଏହି ଘଟଣାକୁ ସ୍ବାମୀ ସ୍ତ୍ରୀ ଅପୋଷ ବୁଝାମଣାରେ ସମାଧାନ କରନ୍ତୁ ବୋଲି କହିଛନ୍ତି ଅଦାଲତ । ଏହା ପରେ ସ୍ତ୍ରୀ ଜଣକ ଛାଡପତ୍ର ପାଇଁ ପଞ୍ଚାୟତରେ ଗୁହାର ଜଣାଇଥିଲେ । ସେଠାରେ ମଧ୍ୟ ତାଙ୍କୁ ନାସ୍ତିବାଚକ ଶୁଣିବାକୁ ମିଳିଥିଲା ।

ତେବେ ସମ୍ପର୍କରେ ସବୁ ରାଗ ରହିବା ନିତାନ୍ତ ଆବଶ୍ୟକ । ପ୍ରେମ ଅଧିକ ହେଉ ଅଥବା କମ୍‌ ହେଉ କିନ୍ତୁ ସମ୍ପର୍କରେ ବୁଝାମଣା ନରହିଲେ ତାହା ଏକପାଖିଆ ହୋଇଯାଏ ।ଏକ ସୁସ୍ଥ ଗୃହସ୍ଥ ଜୀବନ ପାଇଁ ଜୀବନରେ ବୁଝାମଣାକୁ ଆଦରି ନେବା ଆଜିର ସମୟରେ ଏକ ବଡ଼ ଆବଶ୍ୟକତା ହୋଇପଡିଛି । (ଏଜେନ୍ସି)

Categories
ଆଜିର ଖବର

ଅଲଗା ହେଲେ ବିଶ୍ବର ଧନୀ ଦମ୍ପତି, ଆମାଜନ୍‌ର ୨୫ ପ୍ରତିଶତ ଅଂଶଧନ ପାଇଲେ ମ୍ୟାକେଞ୍ଜି ବେଜୋସ୍‌

ଆମାଜନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜେଫ୍‌ ବେଜୋସ୍‌ ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇଛନ୍ତି। ପତ୍ନୀଙ୍କୁ ଛାଡପତ୍ର ପ୍ରଦାନ କରିବା ନିମନ୍ତେ ଜେଫ୍‌ ମ୍ୟାକେଞ୍ଜିଙ୍କୁ ଆମାଜନ୍‌ର ୨୫ ପ୍ରତିଶତ ଅଂଶଧନ ପ୍ରଦାନ କରିଛନ୍ତି। କମ୍ପାନୀର ସମ୍ପୂର୍ଣ୍ଣ ପରିଚାଳନା କ୍ଷମତା େଜେଫ୍‌ଙ୍କ ନିକଟରେ ରହିବ ବୋଲି ଉଭୟ ସୋସିଆଲ୍‌ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଘୋଷଣା କରିଛନ୍ତି। କମ୍ପାନୀର ଭୋଟିଂ କ୍ଷମତା ଜେଫ୍‌ ବେଜୋସ୍‌ଙ୍କ ନିକଟରେ ରହିଥିବା ବେଳେ ମ୍ୟାକେଞ୍ଜିଙ୍କୁ ୩୫.୬ ବିଲିୟନ୍‌ ଡଲାରର କ୍ଷତିପୂରଣ  ପ୍ରଦାନ  କରିଛନ୍ତି। ଜାନୁୟାରୀରେ ଉଭୟ ଅଲଗା ହେବା ନେଇ ଘୋଷଣା କରିଥିବା ବେଳେ କମ୍ପାନୀର ପରିଚାଳନା କ୍ଷମତା କାହା ନିକଟରେ ରହିବ ସେ ନେଇ ଆଲୋଚନା ଚାଲିଥିଲା। ମାତ୍ର ଗୁରୁବାର ରାତିରେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଏହି ଦମ୍ପତି। ଆମାଜନ୍‌ର ସମୁଦାୟ ଷ୍ଟକ୍‌ର ମୂଲ୍ୟ  ୧୪୩ ବିଲିୟନ୍‌ ଡଲାର ରହିଥିବା ବେଳେ ମ୍ୟାକେଞ୍ଜିଙ୍କ ନିକଟରେ ୩୫.୬ ବିଲିୟନ୍‌ ଡଲାର ଏବଂ ଜେଫ୍‌ଙ୍କ ନିକଟରେ ୧୦୭.୪ ବିଲିୟନ୍‌ ଡଲାରର ଅଂଶଧନ ରହିଛି। ଅଲଗା ହେବା ପରେ ନିଜର ଲେଖିକା କ୍ୟାରିୟର ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି କହିଛନ୍ତି ମ୍ୟାକେଞ୍ଜି ବେଜୋସ୍‌। ୨୦୦୫ରେ ତାଙ୍କ ଲିଖିତ ପୁସ୍ତକ ‘ଦ ଟେଷ୍ଟିଙ୍ଗ ଲୁଥର ଅଲ୍‌ ବ୍ରାଇଟ୍‌’ ଆମେରିକାନ୍‌ ବୁକ୍‌ ଆଓ୍ବାର୍ଡ ହାସଲ କରିଥିଲା।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )