ସ୍ବାମୀଙ୍କ ସହ ଝଗଡା ନହେବାରୁ ସ୍ତ୍ରୀ ମାଗିଲେ ଛାଡପତ୍ର

Published: Aug 21, 2020, 2:02 pm IST

ସମ୍ଭଲ : ସାଧାରଣତଃ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହେବା କାରଣରୁ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥାଏ । କିନ୍ତୁ ଏଠାରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ନହେବା କାରଣରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ମହିଳା ଜଣ । ଏପରି ଏକ ଘଟଣା ଉତ୍ତରପ୍ରଦେଶ ସମ୍ଭଲ୍‌ ଅଞ୍ଚଳରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ସହ କେବେ ଝଗଡା କରିନଥିବା କାରଣରୁ ସ୍ତ୍ରୀଜଣକ ଏଥିରେ ବ୍ୟତିବ୍ୟସ୍ତ ହୋଇ ଛାଡପତ୍ର ପାଇଁ ଦାବି କରିଛନ୍ତି ।

ଆହୁରି ମଧ୍ୟ ସ୍ତ୍ରୀ କହିଛନ୍ତି ଯେ, ତାଙ୍କ ବିବାହ 18 ମାସ ହୋଇଥିବାବେଳେ ଗୋଟିଏ ଥର ହେଲେ ବି ତାଙ୍କ ସ୍ବାମୀ ତାଙ୍କଉପରେ ରାଗି ନାହାନ୍ତି । ଏମିତି କି ଯୁକ୍ତି ମଧ୍ୟ କରିନାହାନ୍ତି । ଯେଉଁ ସ୍ବାମୀ ସବୁବେଳେ ସ୍ତ୍ରୀ କଥାରେ ହଁ କରୁଛନ୍ତି । କେବେ ଝଗଡା କି ରାଗୁ ନାହାନ୍ତ ସେପରି ସ୍ବାମୀ ତାଙ୍କର ଦରକାର ନାହିଁ ବୋଲି କହିଛନ୍ତି ସ୍ତ୍ରୀଜଣ । ସ୍ତ୍ରୀଙ୍କ କହିବାନୁସାରେ ତାଙ୍କ ସ୍ବାମୀ ବହୁତ ଭଲ, ଭଦ୍ର ଓ ହୃଦୟବାନ । ଏହା ହେଉଛି ତାଙ୍କର ସବୁଠୁ ବଡ ଦୋଷ । ଯେବେଠୁ ବିବାହ ହୋଇଛି ସେବେଠୁ ସ୍ବାମୀ –ସ୍ତ୍ରୀ ମଧ୍ୟରେ କେବେ ଝଗଡା ହୋଇନାହିଁ । ଏହାକୁ ନେଇ ସ୍ତ୍ରୀ ଜଣକ ଚିନ୍ତିତ ରହିଥିବାବେଳେ ସେ ଛାଡପତ୍ର ପାଇଁ ଦାବି ଜଣାଇଛନ୍ତି ।

ଅବଶ୍ୟ ସ୍ତ୍ରୀଙ୍କ ଛାଡପତ୍ରକୁ ଖାରଜ କରିଦେଇଛନ୍ତି ସରଇ ଅଦାଲତ ।ଏହି ଘଟଣାକୁ ସ୍ବାମୀ ସ୍ତ୍ରୀ ଅପୋଷ ବୁଝାମଣାରେ ସମାଧାନ କରନ୍ତୁ ବୋଲି କହିଛନ୍ତି ଅଦାଲତ । ଏହା ପରେ ସ୍ତ୍ରୀ ଜଣକ ଛାଡପତ୍ର ପାଇଁ ପଞ୍ଚାୟତରେ ଗୁହାର ଜଣାଇଥିଲେ । ସେଠାରେ ମଧ୍ୟ ତାଙ୍କୁ ନାସ୍ତିବାଚକ ଶୁଣିବାକୁ ମିଳିଥିଲା ।

ତେବେ ସମ୍ପର୍କରେ ସବୁ ରାଗ ରହିବା ନିତାନ୍ତ ଆବଶ୍ୟକ । ପ୍ରେମ ଅଧିକ ହେଉ ଅଥବା କମ୍‌ ହେଉ କିନ୍ତୁ ସମ୍ପର୍କରେ ବୁଝାମଣା ନରହିଲେ ତାହା ଏକପାଖିଆ ହୋଇଯାଏ ।ଏକ ସୁସ୍ଥ ଗୃହସ୍ଥ ଜୀବନ ପାଇଁ ଜୀବନରେ ବୁଝାମଣାକୁ ଆଦରି ନେବା ଆଜିର ସମୟରେ ଏକ ବଡ଼ ଆବଶ୍ୟକତା ହୋଇପଡିଛି । (ଏଜେନ୍ସି)

Related posts