Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବାମୀଙ୍କ ସହ ଝଗଡା ନହେବାରୁ ସ୍ତ୍ରୀ ମାଗିଲେ ଛାଡପତ୍ର
ଆଜିର ଖବର

ସ୍ବାମୀଙ୍କ ସହ ଝଗଡା ନହେବାରୁ ସ୍ତ୍ରୀ ମାଗିଲେ ଛାଡପତ୍ର

August 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମ୍ଭଲ : ସାଧାରଣତଃ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହେବା କାରଣରୁ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥାଏ । କିନ୍ତୁ ଏଠାରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ନହେବା କାରଣରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ମହିଳା ଜଣ । ଏପରି ଏକ ଘଟଣା ଉତ୍ତରପ୍ରଦେଶ ସମ୍ଭଲ୍‌ ଅଞ୍ଚଳରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ସହ କେବେ ଝଗଡା କରିନଥିବା କାରଣରୁ ସ୍ତ୍ରୀଜଣକ ଏଥିରେ ବ୍ୟତିବ୍ୟସ୍ତ ହୋଇ ଛାଡପତ୍ର ପାଇଁ ଦାବି କରିଛନ୍ତି ।

ଆହୁରି ମଧ୍ୟ ସ୍ତ୍ରୀ କହିଛନ୍ତି ଯେ, ତାଙ୍କ ବିବାହ 18 ମାସ ହୋଇଥିବାବେଳେ ଗୋଟିଏ ଥର ହେଲେ ବି ତାଙ୍କ ସ୍ବାମୀ ତାଙ୍କଉପରେ ରାଗି ନାହାନ୍ତି । ଏମିତି କି ଯୁକ୍ତି ମଧ୍ୟ କରିନାହାନ୍ତି । ଯେଉଁ ସ୍ବାମୀ ସବୁବେଳେ ସ୍ତ୍ରୀ କଥାରେ ହଁ କରୁଛନ୍ତି । କେବେ ଝଗଡା କି ରାଗୁ ନାହାନ୍ତ ସେପରି ସ୍ବାମୀ ତାଙ୍କର ଦରକାର ନାହିଁ ବୋଲି କହିଛନ୍ତି ସ୍ତ୍ରୀଜଣ । ସ୍ତ୍ରୀଙ୍କ କହିବାନୁସାରେ ତାଙ୍କ ସ୍ବାମୀ ବହୁତ ଭଲ, ଭଦ୍ର ଓ ହୃଦୟବାନ । ଏହା ହେଉଛି ତାଙ୍କର ସବୁଠୁ ବଡ ଦୋଷ । ଯେବେଠୁ ବିବାହ ହୋଇଛି ସେବେଠୁ ସ୍ବାମୀ –ସ୍ତ୍ରୀ ମଧ୍ୟରେ କେବେ ଝଗଡା ହୋଇନାହିଁ । ଏହାକୁ ନେଇ ସ୍ତ୍ରୀ ଜଣକ ଚିନ୍ତିତ ରହିଥିବାବେଳେ ସେ ଛାଡପତ୍ର ପାଇଁ ଦାବି ଜଣାଇଛନ୍ତି ।

ଅବଶ୍ୟ ସ୍ତ୍ରୀଙ୍କ ଛାଡପତ୍ରକୁ ଖାରଜ କରିଦେଇଛନ୍ତି ସରଇ ଅଦାଲତ ।ଏହି ଘଟଣାକୁ ସ୍ବାମୀ ସ୍ତ୍ରୀ ଅପୋଷ ବୁଝାମଣାରେ ସମାଧାନ କରନ୍ତୁ ବୋଲି କହିଛନ୍ତି ଅଦାଲତ । ଏହା ପରେ ସ୍ତ୍ରୀ ଜଣକ ଛାଡପତ୍ର ପାଇଁ ପଞ୍ଚାୟତରେ ଗୁହାର ଜଣାଇଥିଲେ । ସେଠାରେ ମଧ୍ୟ ତାଙ୍କୁ ନାସ୍ତିବାଚକ ଶୁଣିବାକୁ ମିଳିଥିଲା ।

ତେବେ ସମ୍ପର୍କରେ ସବୁ ରାଗ ରହିବା ନିତାନ୍ତ ଆବଶ୍ୟକ । ପ୍ରେମ ଅଧିକ ହେଉ ଅଥବା କମ୍‌ ହେଉ କିନ୍ତୁ ସମ୍ପର୍କରେ ବୁଝାମଣା ନରହିଲେ ତାହା ଏକପାଖିଆ ହୋଇଯାଏ ।ଏକ ସୁସ୍ଥ ଗୃହସ୍ଥ ଜୀବନ ପାଇଁ ଜୀବନରେ ବୁଝାମଣାକୁ ଆଦରି ନେବା ଆଜିର ସମୟରେ ଏକ ବଡ଼ ଆବଶ୍ୟକତା ହୋଇପଡିଛି । (ଏଜେନ୍ସି)

divorce
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲରେ ବିଦ୍ୟୁତ ତାର ଚୋରି ରାକେଟର ପର୍ଦ୍ଦାଫାସ: ୧୨ ଗିରଫ

August 21, 2026

ପୂର୍ବତଟ ରେଳପଥ ସ୍କାଉଟ୍ସ ଏବଂ ଗାଇଡ୍ସର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ

August 21, 2026

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026

ପେଲେଟ୍ ଗନ୍ ମାମଲା: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ପରେ ରୁଜ୍ଜୁ ହେଲା ମାମଲା

August 21, 2026
Latest News

ରେଢ଼ାଖୋଲରେ ବିଦ୍ୟୁତ ତାର ଚୋରି ରାକେଟର ପର୍ଦ୍ଦାଫାସ: ୧୨ ଗିରଫ

August 21, 2026

ପୂର୍ବତଟ ରେଳପଥ ସ୍କାଉଟ୍ସ ଏବଂ ଗାଇଡ୍ସର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ

August 21, 2026

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026

ପେଲେଟ୍ ଗନ୍ ମାମଲା: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ପରେ ରୁଜ୍ଜୁ ହେଲା ମାମଲା

August 21, 2026

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.