ଅଲଗା ହେଲେ ବିଶ୍ବର ଧନୀ ଦମ୍ପତି, ଆମାଜନ୍‌ର ୨୫ ପ୍ରତିଶତ ଅଂଶଧନ ପାଇଲେ ମ୍ୟାକେଞ୍ଜି ବେଜୋସ୍‌

Published: Apr 5, 2019, 1:19 pm IST
divorced between amazon founder and his wife

ଆମାଜନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜେଫ୍‌ ବେଜୋସ୍‌ ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇଛନ୍ତି। ପତ୍ନୀଙ୍କୁ ଛାଡପତ୍ର ପ୍ରଦାନ କରିବା ନିମନ୍ତେ ଜେଫ୍‌ ମ୍ୟାକେଞ୍ଜିଙ୍କୁ ଆମାଜନ୍‌ର ୨୫ ପ୍ରତିଶତ ଅଂଶଧନ ପ୍ରଦାନ କରିଛନ୍ତି। କମ୍ପାନୀର ସମ୍ପୂର୍ଣ୍ଣ ପରିଚାଳନା କ୍ଷମତା େଜେଫ୍‌ଙ୍କ ନିକଟରେ ରହିବ ବୋଲି ଉଭୟ ସୋସିଆଲ୍‌ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଘୋଷଣା କରିଛନ୍ତି। କମ୍ପାନୀର ଭୋଟିଂ କ୍ଷମତା ଜେଫ୍‌ ବେଜୋସ୍‌ଙ୍କ ନିକଟରେ ରହିଥିବା ବେଳେ ମ୍ୟାକେଞ୍ଜିଙ୍କୁ ୩୫.୬ ବିଲିୟନ୍‌ ଡଲାରର କ୍ଷତିପୂରଣ  ପ୍ରଦାନ  କରିଛନ୍ତି। ଜାନୁୟାରୀରେ ଉଭୟ ଅଲଗା ହେବା ନେଇ ଘୋଷଣା କରିଥିବା ବେଳେ କମ୍ପାନୀର ପରିଚାଳନା କ୍ଷମତା କାହା ନିକଟରେ ରହିବ ସେ ନେଇ ଆଲୋଚନା ଚାଲିଥିଲା। ମାତ୍ର ଗୁରୁବାର ରାତିରେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଏହି ଦମ୍ପତି। ଆମାଜନ୍‌ର ସମୁଦାୟ ଷ୍ଟକ୍‌ର ମୂଲ୍ୟ  ୧୪୩ ବିଲିୟନ୍‌ ଡଲାର ରହିଥିବା ବେଳେ ମ୍ୟାକେଞ୍ଜିଙ୍କ ନିକଟରେ ୩୫.୬ ବିଲିୟନ୍‌ ଡଲାର ଏବଂ ଜେଫ୍‌ଙ୍କ ନିକଟରେ ୧୦୭.୪ ବିଲିୟନ୍‌ ଡଲାରର ଅଂଶଧନ ରହିଛି। ଅଲଗା ହେବା ପରେ ନିଜର ଲେଖିକା କ୍ୟାରିୟର ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି କହିଛନ୍ତି ମ୍ୟାକେଞ୍ଜି ବେଜୋସ୍‌। ୨୦୦୫ରେ ତାଙ୍କ ଲିଖିତ ପୁସ୍ତକ ‘ଦ ଟେଷ୍ଟିଙ୍ଗ ଲୁଥର ଅଲ୍‌ ବ୍ରାଇଟ୍‌’ ଆମେରିକାନ୍‌ ବୁକ୍‌ ଆଓ୍ବାର୍ଡ ହାସଲ କରିଥିଲା।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts