Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗାଜାରେ ଇସ୍ରାଏଲର ଗଣ ସଂହାର ବିରୋଧରେ ଭୁବନେଶ୍ବରରେ ଆଲୋଚନା ସଭା
ଆଜିର ଖବର

ଗାଜାରେ ଇସ୍ରାଏଲର ଗଣ ସଂହାର ବିରୋଧରେ ଭୁବନେଶ୍ବରରେ ଆଲୋଚନା ସଭା

November 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: “ଅଧିକାର” ପତ୍ରିକା ତରଫରୁ ଗାଜା ଉପରେ ଇସ୍ରାଏଲ ତରଫରୁ ନର ସଂହାର ର ପ୍ରତିବାଦ କରି ଭୁବନେଶ୍ଵର ଆନନ୍ଦ ବଜାର ଛକସ୍ଥିତ ସାମ୍ୟବାଦୀ ଅଫିସ ସଭାଗୃହରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଅଧିକାରର ସମ୍ପାଦକ ତଥା ବର୍ଷୀୟାନ ବାମପନ୍ଥୀ ନେତା ଜନାର୍ଦ୍ଦନ ପତିଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ସଭାରେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଆଲୋଚନାର ପୃଷ୍ଠଭୂମି ଉପରେ ବକ୍ତବ୍ୟ ରଖିଥିଲେ।

ବରିଷ୍ଠ ସାମ୍ୱାଦିକ ରବି ଦାସ, ପ୍ରଫେସର ଅମୀୟ କୁମାର ମହାନ୍ତି, ପ୍ରଫେସର ମାନସ ବେହେରା, ବିଶିଷ୍ଟ କବି ଡଃ ଅଶ୍ଵିନୀ ମିଶ୍ର, ବାମପନ୍ଥୀ ବୁଦ୍ଧିଜିବୀ ସନ୍ତୋଷ ଦାସ, ମହିଳା ନେତ୍ରୀ ତାପସୀ ପ୍ରହରାଜ ପ୍ରମୁଖ ସଭାରେ ଯୋଗଦେଇ ଆଲୋଚନା କୁ ସମୃଦ୍ଧ କରିଥିଲେ।
ବକ୍ତାମାନେ ଯୁକ୍ତରାଷ୍ଟ୍ର ଆମେରିକାର ମଦତ୍ତପୃଷ୍ଟରେ ଇସ୍ରାଏଲ ଦ୍ଵାରା ଚାଲିଥିବା ଗଣ ସଂହାରକୁ ତୀବ୍ର ନିନ୍ଦା କରିଥିଲେ। ସାମ୍ରାଜ୍ୟବାଦ ଏବଂ ସାମ୍ପ୍ରଦାୟିକତାବାଦ ବିରୋଧରେ ଜନମତକୁ ଜାଗ୍ରତ କରିବା ପାଇଁ ଆହ୍ଵାନ ଦେଇଥିଲେ। ଭାରତ ସରକାରଙ୍କ ଇସ୍ରାଏଲ ସପକ୍ଷବାଦୀ ଏବଂ ପାଲେଷ୍ଟାଇନ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରାଯାଇଛି।

ଅବିଳମ୍ବେ ଯୁଦ୍ଧର ଅବସାନ ଘଟାଇ ପାଲେଷ୍ଟାଇନ ରେ ଶାନ୍ତି ପ୍ରତିଷ୍ଠା, ପାଲେଷ୍ଟାଇନକୁ ସ୍ଵତନ୍ତ୍ର ରାଷ୍ଟ୍ରର ସ୍ଵୀକୃତି ପ୍ରଦାନ ପାଇଁ ରାଷ୍ଟ୍ରସଙ୍ଘର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା, ପୁର୍ବ ଜେରୁଜେଲମକୁ ପାଲେଷ୍ଟାଇନର ରାଜଧାନୀ ଘୋଷଣା କରିବା ଦାବି ଗୁଡ଼ିକୁ ସମର୍ଥନ ଜଣାଇ ଏକ ପ୍ରସ୍ତାବ ଆଲୋଚନା ସଭାର ସଭାପତି ଜନାର୍ଦ୍ଦନ ପତି ଆଗତ କରିଥଲେ ଏବଂ ସଭାରେ ଗୃହୀତ ହୋଇଥିଲା।

ବର୍ତ୍ତମାନ୍ ସୁଦ୍ଧା ପାଲେଷ୍ଟାଇନ ରେ ୪୨,୦୦୦ ଉର୍ଦ୍ଧ୍ବ ପାଲେଷ୍ଟାଇନବାସୀ ମୃତ୍ୟୁ ବରଣ କରିଛନ୍ତି, ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ୧୦୦୦୦ ରୁ ଉର୍ଦ୍ଧ୍ବ ଲୋକ ମାଟିରେ ପୋତି ହୋଇ ପଡିଛନ୍ତି। ମାନବ ସଭ୍ୟତା ପାଇଁ ଗୁରୁତର ଚ୍ୟାଲେଞ୍ଜ ଏବଂ ଗଭୀର ଉଦବେଗର ବିଷୟ ବୋଲି ବକ୍ତା ମାନେ କହିଥିଲେ।

ଏହା ଆଲୋଚନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସମେତ ଦୁଷ୍ମନ୍ତ କୁମାର ଦାସ,ପୁଷ୍ପା ଦାଶ, ବଦ୍ରୀ ନାରାୟଣ ଦାଶ, କବି ବସନ୍ତ ମାଝୀ, ପ୍ରଫେସର ଶିବ ଶଙ୍କର ମହାନ୍ତି,ମାନସ ଜେନା,ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ ଏବଂ ମିନତୀ ପାଣିଗ୍ରାହୀ ପ୍ରଭୃତି ବହୁ ବନ୍ଧୁ ଏବଂ ବୁଦ୍ଧିଜିବୀ ଯୋଗ ଦେଇଥିଲେ।

ଇସ୍ରାଏଲ ଗାଜା ପାଲେଷ୍ଟାଇନ
Share. Facebook Twitter LinkedIn Email WhatsApp Copy Link

Related Posts

ଇଥିଓପିଆରେ ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ରେଲଟେଲକୁ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟାଦେଶ

January 10, 2026

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଥିଲା ପ୍ରଗତି ମଞ୍ଚ

January 10, 2026

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୧୫୦ ଗିରଫ, ୨୬୦ଟି ମାମଲା ରୁଜୁ

January 10, 2026
Latest News

ଇଥିଓପିଆରେ ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ରେଲଟେଲକୁ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟାଦେଶ

January 10, 2026

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଥିଲା ପ୍ରଗତି ମଞ୍ଚ

January 10, 2026

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୧୫୦ ଗିରଫ, ୨୬୦ଟି ମାମଲା ରୁଜୁ

January 10, 2026

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.