Categories
ଆଜିର ଖବର

କିଛି ସମୟ ପାଇଁ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ଇସ୍ରାଏଲ

ଗାଜା: ଇସ୍ରାଏଲ-ହମାସ ଯୁଦ୍ଧକୁ ଆଜି ଏକ ମାସ ପୂରିଛି, ଏହି ସମୟରେ ଇସ୍ରାଏଲ ସେନାର ପ୍ରତି ଆକ୍ରମଣ ହମାସକୁ ଧ୍ୱଂସ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜା ଉପତ୍ୟକାରୁ ସହାୟତା ସାମଗ୍ରୀ ପ୍ରବେଶ କିମ୍ବା ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଇସ୍ରାଏଲ ଲଢ଼େଇରେ କିଛି ସମୟ ପାଇଁ ବିଶ୍ରାମ ନେବାକୁ ବିଚାର କରିବ। ତେବେ ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ପୁଣି ଅସ୍ତ୍ରବିରତି ଡାକରାକୁ ପ୍ରତ୍ୟାଖ୍ୟାନ କରାଯାଇଛି।

ହମାସ କମ୍ପାଉଣ୍ଡକୁ ଜବତ କଲା ଇସ୍ରାଏଲ

ଏହି ଅଞ୍ଚଳର ଉତ୍ତରରେ ଜନବହୁଳ ଗାଜା ସହରକୁ ଘେରାଉ କରିବା ପରେ ଇସ୍ରାଏଲ ସେନା କହିଛି ଯେ ସେମାନେ ଏକ ଆତଙ୍କବାଦୀ କମ୍ପାଉଣ୍ଡକୁ ଦଖଲ କରିଛନ୍ତି ଏବଂ ଭୂତଳ ସୁଡ଼ଙ୍ଗରେ ଲୁଚି ରହିଥିବା ଲଢୁଆମାନଙ୍କୁ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏକ ମାସ ତଳେ ଦକ୍ଷିଣ ଇସ୍ରାଏଲ ଉପରେ ହାମାସର ଆକ୍ରମଣ ପରେ ଇସ୍ରାଏଲ ଏହି ଅଞ୍ଚଳରେ ବୋମା ମାଡ଼ କରିଛି। ସେହି ସମୟରେ ହମାସ ଲଢୁଆମାନେ ୧୪୦୦ ଲୋକଙ୍କୁ ହତ୍ୟା କରିବା ସହ ୨୪୦ ଜଣଙ୍କୁ ବନ୍ଧକ ରଖିଥିଲେ।

୪,୧୦୦ ଶିଶୁଙ୍କ ସମେତ ୧୦ ହଜାରରୁ ଅଧିକ ପାଲେଷ୍ଟାଇନ ନିହତ

ଗାଜା ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ଇସ୍ରାଏଲ ଆକ୍ରମଣରେ ପ୍ରାୟ ୪,୧୦୦ ଶିଶୁଙ୍କ ସମେତ ୧୦,୦୦୦ରୁ ଅଧିକ ପାଲେଷ୍ଟାଇନବାସୀ ପ୍ରାଣ ହରାଇଛନ୍ତି। ଉଭୟ ଇସ୍ରାଏଲ ଏବଂ ହାମାସ ଲଢ଼େଇ ବନ୍ଦ କରିବା ପାଇଁ ବଢୁଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବନ୍ଦୀମାନଙ୍କୁ ପ୍ରଥମେ ମୁକ୍ତ କରାଯିବା ଉଚିତ ବୋଲି ଇସ୍ରାଏଲ କହିଛି। ହାମାସ କହିଛି ଯେ ଗାଜା ଉପରେ ଆକ୍ରମଣ ହେଲେ ବନ୍ଦୀମାନଙ୍କୁ ମୁକ୍ତ କରିବ ନାହିଁ କିମ୍ବା ଲଢ଼େଇ ବନ୍ଦ କରିବ ନାହିଁ।

ଏହା ଅସ୍ତ୍ରବିରତି ନୁହେଁ

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଅତୀତରେ ଆମେ ଏହି ଆକ୍ରମଣକୁ କିଛି ସମୟ ପାଇଁ ବନ୍ଦ କରିଦେଇଛୁ। ମୁଁ ବିଶ୍ୱାସ କରେ ଯେ ଆମେ ପରିସ୍ଥିତିର ଅନୁସନ୍ଧାନ କରିବୁ ଏବଂ ଆମର ବନ୍ଧକମାନଙ୍କ ପାଇଁ ମାନବିକ ସହାୟତା, ଗତିବିଧିକୁ ସୁଗମ କରିବୁ, କିନ୍ତୁ ମୁଁ ଭାବୁଛି ସାଧାରଣ ଅସ୍ତ୍ରବିରତି ହେବାକୁ ଯାଉଛି। ସଂଘର୍ଷ ଶେଷ ହେବା ପରେ ଗାଜାର ସୁରକ୍ଷା ଦାୟିତ୍ୱ ନେବେ ବୋଲି ନେତାନ୍ୟାହୁ କହିଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗାଜାରେ ଇସ୍ରାଏଲର ସାମଗ୍ରିକ ସୁରକ୍ଷା ଦାୟିତ୍ୱ ରହିବ, କାରଣ ଆମେ ଦେଖିଛୁ ଯେ ଯେତେବେଳେ ଆମର ସେହି ସୁରକ୍ଷା ଦାୟିତ୍ୱ ନାହିଁ ସେତେବେଳେ କ’ଣ ହେଉଛି।

ଚିନ୍ତା ପ୍ରକଟ କଲା ହ୍ୱାଇଟ୍ ହାଉସ୍

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ନେତାନ୍ୟାହୁଙ୍କ ସହ ଏକ ଫୋନ୍ କଲରେ ଏଭଳି ସ୍ଥଗିତ ରହିବା ଏବଂ ସମ୍ଭାବ୍ୟ ବନ୍ଧକ ମୁକ୍ତ କରିବା ବିଷୟରେ ଆଲୋଚନା କରିଛି। ଏହି ପ୍ରସଙ୍ଗରେ ଇସ୍ରାଏଲକୁ ସମର୍ଥନ ଜଣାଇବା ସହ ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ବୋଲି ହ୍ଵାଇଟ୍ ହାଉସ୍ କହିଛି। ଇସ୍ରାଏଲ ଭଳି ଆମେରିକା ଭୟ କରୁଛି ଯେ ହାମାସ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ମାଧ୍ୟମରେ ପୁନର୍ବାର ଏକାଠି ହେବାକୁ ଚେଷ୍ଟା କରିବ।

ଚେତାବନୀ ଦେଲେ ଜାତିସଂଘ ମହାସଚିବ

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ସୋମବାର ତୁରନ୍ତ ଅସ୍ତ୍ରବିରତି ପାଇଁ ଆହ୍ୱାନ ଦେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଗାଜା ପିଲାମାନଙ୍କ ପାଇଁ ଏବେ କବରସ୍ଥାନରେ ପରିଣତ ହେଉଛି। ଗୁଟେରେସ୍ ଗଣମାଧ୍ୟମକୁ କହିଛନ୍ତି, ଇସ୍ରାଏଲ ପ୍ରତିରକ୍ଷା ବାହିନୀର ସ୍ଥଳକାର୍ଯ୍ୟାନୁଷ୍ଠାନ ଏବଂ କ୍ରମାଗତ ବୋମାମାଡ଼ ସାଧାରଣ ନାଗରିକ, ଡାକ୍ତରଖାନା, ଶରଣାର୍ଥୀ ଶିବିର, ମସଜିଦ, ଚର୍ଚ୍ଚ ଏବଂ ଜାତିସଂଘର ଆଶ୍ରୟସ୍ଥଳୀକୁ ଟାର୍ଗେଟ କରୁଛି। କେହି ସୁରକ୍ଷିତ ନୁହଁନ୍ତି। ଏଥିସହିତ ହାମାସ ଓ ଅନ୍ୟ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ମାନବ ଢାଲଭାବେ ବ୍ୟବହାର କରି ଇସ୍ରାଏଲ ଆଡ଼କୁ ଆଖିବୁଜା ରକେଟ୍ ମାଡ଼ ଜାରି ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଇସ୍ରାଏଲ-ହମାସ ଯୁଦ୍ଧକୁ ଏକ ମାସ ପୂରିଲା, ୧୦ ହଜାର ମୃତ, ଗାଜା ଦୁଇ ଭାଗରେ ବିଭକ୍ତ

ତେଲ ଆଭିବ: ପଶ୍ଚିମ ଏସିଆରେ ଖରାପ ସ୍ଥିତିକୁ ଏକ ମାସ ବିତିଗଲାଣି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହାମାସର ହଠାତ୍ ଆକ୍ରମଣ କେବଳ ଗାଜା ନୁହେଁ ବରଂ ସମଗ୍ର ଅଞ୍ଚଳର ଚେହେରା ଓ ଭୂ-ରାଜନୀତିକୁ ବଦଳାଇ ଦେଇଛି। ଏହି ଆକ୍ରମଣ ପରେ ଇସ୍ରାଏଲ ହମାସକୁ ନିପାତ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଗାଜାରେ ଶାସନ କରୁଥିବା ହାମାସକୁ ନିପାତ କରିବା ପାଇଁ ଆରମ୍ଭ ହୋଇଥିବା ଆକ୍ରମଣରେ ପାଖାପାଖି ୧୦,୦ ପାଲେଷ୍ଟାଇନୀ ନିହତ ହୋଇଛନ୍ତି। ହାମାସ ଆକ୍ରମଣରେ ୧୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଆକ୍ରମଣ ପରେ ବନ୍ଧକ ଥିବା ୨୪୦ ଜଣଙ୍କ ମଧ୍ୟରୁ ମାତ୍ର କେତେଜଣଙ୍କୁ ମୁକ୍ତ କରାଯାଇଛି। ଆସନ୍ତୁ ଜାଣିବା ଏକ ମାସ ଧରି ଚାଲିଥିବା ଯୁଦ୍ଧରେ କ’ଣ ଘଟିଛି।

ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ମୃତ୍ୟୁ

ଇସ୍ରାଏଲ-ହାମାସ ଯୁଦ୍ଧରେ ପ୍ରାଣ ହରାଇଥିବା ପାଲେଷ୍ଟାଇନର ସଂଖ୍ୟା ୯,୭୦୦କୁ ବୃଦ୍ଧି ପାଇଛି ବୋଲି ଗାଜାରେ ଥିବା ହାମାସର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ଇସ୍ରାଏଲରେ ୧,୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅକ୍ଟୋବର ୭ରେ ପ୍ରାରମ୍ଭିକ ହାମାସ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ ଆରମ୍ଭ ହୋଇଥିଲା ଏହି ଯୁଦ୍ଧ। ଯୁଦ୍ଧ ପରେ ପ୍ରଥମ ଏୟାର ଷ୍ଟ୍ରାଇକରେ ହମାସର ପୋଷ୍ଟ ଉପରେ ଆକ୍ରମଣ ହୋଇଥିଲା। ଅତୀତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ସ୍ଥଳଆକ୍ରମଣ ଆରମ୍ଭ କରିଛି।

ଦୁଇ ଭାଗରେ ବିଭକ୍ତ ଗାଜା

ଯୁଦ୍ଧର ଏକ ଅଂଶ ଭାବରେ ଇସ୍ରାଏଲ ଗାଜା ସିଟିକୁ ଘେରାଉ କରିଛି ଏବଂ ଉପକୂଳ ଅଞ୍ଚଳକୁ ଦୁଇ ଭାଗରେ ବିଭକ୍ତ କରିଛି। ସୋମବାର ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ରବିବାର ତୃତୀୟ ଥର ପାଇଁ ଗାଜାରେ ଯୋଗାଯୋଗ ସେବା ଠପ୍ ହୋଇଯାଇଛି। ଇସ୍ରାଏଲର ରିୟର ଆଡମିରାଲ ଡାନିଏଲ ହାଗରୀ କହିଛନ୍ତି ଯେ ବର୍ତ୍ତମାନ ଉତ୍ତର ଗାଜା ଏବଂ ଦକ୍ଷିଣ ଗାଜା ବିଭାଜିତ ହୋଇଛି। ଗାଜାରେ ଶାସନ କରୁଥିବା ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲର ଯୁଦ୍ଧରେ ଏହା ଏକ ପ୍ରମୁଖ ମଞ୍ଚ ବୋଲି ସେ ବର୍ଣ୍ଣନା କରିଛନ୍ତି। ଇସ୍ରାଏଲ ଗଣମାଧ୍ୟମ ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାମରିକ ବାହିନୀ ଗାଜା ଉପତ୍ୟକାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଉତ୍ତର ଗାଜାରେ ରାତି ସାରା ପ୍ରବଳ ବିସ୍ଫୋରଣ ହୋଇଥିଲା।

ଅସ୍ତ୍ରବିରତି ହେବ ନାହିଁ

ଇଣ୍ଟରନେଟ୍ ବ୍ୟବହାରକୁ ସମର୍ଥନ କରୁଥିବା ଏକ ଗୋଷ୍ଠୀ Netblocks.org ଗାଜାରେ ଯୋଗାଯୋଗ ବନ୍ଦ ଥିବା ସୂଚନା ଦେଇଛି। ପାଲେଷ୍ଟାଇନର ଟେଲିକମ୍ କମ୍ପାନି ପାଲଟେଲ ମଧ୍ୟ ଏହି ସୂଚନା ଦେଇଛି। ଏହି କାରଣରୁ ଇସ୍ରାଏଲର ସାମରିକ ଅଭିଯାନ ସମ୍ପର୍କରେ ଗାଜାବାସୀଙ୍କୁ ସୂଚନା ମିଳୁନାହିଁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ହାମାସ ସମସ୍ତ ବନ୍ଧକଙ୍କୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଅସ୍ତ୍ରବିରତି ହୋଇପାରିବ ନାହିଁ। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟାଓ ଗାଲାଣ୍ଟ କହିଛନ୍ତି ଯେ ଗାଜା ଉପତ୍ୟକାରେ ରହୁଥିବା ସମସ୍ତେ ନିଜ ଜୀବନକୁ ବିପଦରେ ପକାଉଛନ୍ତି।

ଆମେରିକୀୟ ସୈନିକଙ୍କ ଅସୁବିଧା [ସମ୍ପାଦନା]

ଇସ୍ରାଏଲ-ହାମାସ ଯୁଦ୍ଧ ବଢ଼ୁଥିବାରୁ ଆମେରିକା ମଧ୍ୟ ବଡ଼ ଧରଣର ସଂଘର୍ଷରେ ଜଡ଼ିତ ହେବାର ଆଶଙ୍କା ରହିଛି। ମଧ୍ୟପ୍ରାଚ୍ୟ ହେଉଛି ସେହି ଅଞ୍ଚଳ ଯେଉଁଠାରେ ପ୍ରାୟ ୪୫,୦୦୦ ଆମେରିକୀୟ ସୈନିକ ମୁତୟନ ଅଛନ୍ତି। ଏଭଳି ସ୍ଥିତିରେ ଯଦି ଆମେରିକା ଏହି ଯୁଦ୍ଧରେ ସାମିଲ ହୁଏ ତେବେ ପରିସ୍ଥିତି ବହୁତ ଜଟିଳ ହୋଇପାରେ। ତୁର୍କୀରେ ୧୮୮୫, ଇରାକରେ ୨୫୦୦, ସିରିଆରେ ୯୦୦, ଜୋର୍ଡାନରେ ୨୯୩୬, କୁଏତରେ ୧୩୫୦୦, ସାଉଦି ଆରବରେ ୨୭୦୦, ବାହାରେନରେ ୯୦୦୦, କତାରରେ ୮୦୦୦, ୟୁଏଇରେ ୩୫୦୦ ଏବଂ ଓମାନରେ କିଛି ଆମେରିକୀୟ ସୈନିକ ଅଛନ୍ତି। ଇସ୍ରାଏଲରେ କେତେ ଆମେରିକୀୟ ସୈନିକ ଅଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳିନଥିବାବେଳେ ଏଠାରେ ଅତି କମରେ ଗୋଟିଏ ଆମେରିକୀୟ ସାମରିକ ଘାଟି ରହିଛି। ବାହାରିନର ଏକ ଆମେରିକୀୟ ନୌସେନା ଘାଟି ଅଛି ଯାହା ନୌସେନାର ସେଣ୍ଟ୍ରାଲ କମାଣ୍ଡ ଏବଂ ଆମେରିକାର ପଞ୍ଚମ ଫ୍ଲିଟର ମୁଖ୍ୟାଳୟ ଅଟେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଗାଜାର ଶରଣାର୍ଥୀ କ୍ୟାମ୍ପ ଉପରେ ଆକ୍ରମଣ କଲା ଇସ୍ରାଏଲ ସେନା: ୫୦ ରୁ ଅଧିକ ଲୋକଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି ଏବଂ ଇସ୍ରାଏଲ୍ ସେନା କ୍ରମାଗତ ଭାବରେ ହମାସ ଆତଙ୍କବାଦୀଙ୍କ ଉପରେ ବୋମା ମାଡ଼ କରୁଛି। ଏହି ସମୟରେ, ଶନିବାର ବିଳମ୍ବିତ ରାତିରେ ଗାଜା ଅଞ୍ଚଳର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ସିଏନ୍ଏନ୍ ହସ୍ପିଟାଲର ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ ଏହି ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି।

ଶିବୀରର ଜଣେ ଶରଣାର୍ଥୀ କହିଛନ୍ତି ଯେ, ସେ ତାଙ୍କ ଘରେ ବସିଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ତା’ପରେ ହଠାତ୍ ସେମାନେ ବିସ୍ଫୋରଣର ଶବ୍ଦ ଶୁଣିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ସୈନ୍ୟ ତୁରନ୍ତ ମନ୍ତବ୍ୟ ଦେଇନାହାଁନ୍ତି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି ଯେ, ବିସ୍ଫୋରଣର ପରିସ୍ଥିତି ସମ୍ପର୍କରେ ସେମାନେ ଅନୁସନ୍ଧାନ କରୁଛନ୍ତି।

ଏଥିସହିତ ଅଲ-ଅକସା ଶହୀଦ ଡାକ୍ତରଖାନାର ନର୍ସିଂର ମୁଖ୍ୟ ଡାକ୍ତର କହିଛନ୍ତି ଯେ, ସେ ଅତି କମରେ ୩୩ ଟି ମୃତଦେହ ଦେଖିଛନ୍ତି। କ୍ୟାମ୍ପରେ ଥିବା ଏକ ଘର ଉପରେ ଆକ୍ରମଣ କରାଯାଇଥିଲା। ଏହି ଘରେ ଅନେକ ଲୋକ ରହିଥିଲେ। ଘରେ ରହୁଥିବା ଲୋକଙ୍କୁ ବୋମାମାଡ଼ କରାଯାଇଥିଲା। ପୀଡିତଙ୍କ ମଧ୍ୟରୁ ଅନେକ ମହିଳା ଓ ଶିଶୁ ବୋଲି ସେ କହିଛନ୍ତି।

ଡାକ୍ତର କହିଛନ୍ତି ଯେ, ଡାକ୍ତରଖାନାରେ ଇନ୍ଧନ ଅଭାବରୁ ଲୋକଙ୍କ ଚିକିତ୍ସା କରିବା କଷ୍ଟସାଧ୍ୟ ହୋଇପଡିଛି। ଡାକ୍ତରଖାନା ଭିତରେ ବହୁତ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ଚିକିତ୍ସା ଆବଶ୍ୟକ କରନ୍ତି। ସେ କହିଛନ୍ତି ଯେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ଶଯ୍ୟା ସଂଖ୍ୟାଠାରୁ ଦୁଇଗୁଣ।

ଏଥି ସହ ଡେୟାର ଅଲ-ବାବଲାହସ୍ଥିତ ଅଲ-ଅକସା ଶହୀଦ ଡାକ୍ତରଖାନାର ଯୋଗାଯୋଗ ନିର୍ଦ୍ଦେଶକ ମହମ୍ମଦ ଅଲ-ହଜ କହିଛନ୍ତି ଯେ, ବିସ୍ଫୋରଣରେ ୫୨ ଜଣ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣ ପାଇଁ ସେ ଇସ୍ରାଏଲର ଏୟାର ଷ୍ଟ୍ରାଇକକୁ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗାଜାର ଦକ୍ଷିଣ ଭାଗରେ ଅବସ୍ଥିତ ଅଲ-ମାଗାଜୀ ଶରଣାର୍ଥୀ ଶିବିର ଚାରିପାଖରେ ସଂକୀର୍ଣ୍ଣ ଗଳି ଅଛି ଏବଂ ଏଠାରେ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ। ୦.୬ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତାର, ଏହି ଶିବିରରେ ୩୩ ହଜାର ରୁ ଅଧିକ ଲୋକ ବାସ କରନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହାମହିମ ମିଃ ମହମ୍ମଦ ଆବ୍ବାସଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଗାଜାର ଅଲ୍ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଭାରତ ଏବଂ ଏହି ଅଞ୍ଚଳ ମଧ୍ୟରେ ପାରମ୍ପରିକ ଭାବେ ଘନିଷ୍ଠ ଏବଂ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳରେ ଖରାପ ହେଉଥିବା ନିରାପତ୍ତା ପରିସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସେ ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଥିଲେ।

ରାଷ୍ଟ୍ରପତି ମହମ୍ମଦ ଆବ୍ବାସ ପରିସ୍ଥିତି ସମ୍ପର୍କରେ ନିଜର ଆକଳନ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଭାରତର ସମର୍ଥନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ନିରପେକ୍ଷ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ପାଲେଷ୍ଟାଇନ ବାସୀଙ୍କ ପାଇଁ ଭାରତ ମାନବିକ ସହାୟତା ପଠାଇବା ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

ଦୁଇ ନେତା ପରସ୍ପର ସହ ଯୋଗାଯୋଗ ଜାରି ରଖିବାକୁ ରାଜି ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ଦୋଷୀ ରକ୍ଷା ପାଇବା ଉଚିତ ନୁହେଁ: ଗାଜା ଡାକ୍ତରଖାନା ଉପରେ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଗାଜାର ଅଲ ଅହଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, ଏହି ଘଟଣାରେ ଯିଏ ଦୋଷୀ ତାଙ୍କୁ ଛଡାଯିବା ଉଚିତ ନୁହେଁ। ଆଜି ଗାଜାର ଅଲ-ଅହଲି ହସ୍ପିଟାଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପ୍ରାୟ ୫୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ସୋସିଆଲ ମିଡିଆ ଆକାଉଣ୍ଟକୁ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଏହି ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଦୁଃଖିତ। ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନେ ଏଥିରୁ ରକ୍ଷା ପାଇବା ଉଚିତ ନୁହେଁ।”

ସମଗ୍ର ବିଷୟ କ’ଣ?:

ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ୍ ଗାଜା ଉପରେ ଏୟାର ଷ୍ଟ୍ରାଇକ୍ କରୁଛି ଏବଂ ଏହାର ଗ୍ରାଉଣ୍ଡ ଫୋର୍ସ ମଧ୍ୟ ଉତ୍ତର ଗାଜା ଉପରେ ଆକ୍ରମଣ କରିଛି ଏବଂ ସେଠାରେ ରହୁଥିବା ଲୋକଙ୍କୁ ସେହି ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହି ସମୟରେ ସେଠାରେ ଅବସ୍ଥିତ ଏକ ଡାକ୍ତରଖାନାକୁ ଖାଲି କରିବାକୁ ଚେତାବନୀ ଦେଇଥିଲା।

ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ ହୋଇଛି ଏବଂ ପାଲେଷ୍ଟାଇନର ହମାସ ନିୟନ୍ତ୍ରିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏଠାରେ ୫୦୦ ଜଣଙ୍କର ମୃତ୍ୟୁ ଖବର ରହିଛି। ସେବେଠାରୁ ଅଭିଯୋଗ ହେଉଛି ଯେ, ଇସ୍ରାଏଲ ଡାକ୍ତରଖାନା ଉପରେ ଆକ୍ରମଣ କରି ଏଠାରେ ରହୁଥିବା ସାଧାରଣ ନାଗରିକଙ୍କୁ ହତ୍ୟା କରିଛି।

ଜାତିସଂଘ ସମାଲୋଚନା କରିଛି:

ମିଳିତ ଜାତିସଂଘର ବରିଷ୍ଠ ନେତାମାନେ ଏବଂ ଏଜେନ୍ସି ଗାଜାର ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି,’ ଗାଜାର ଏକ ଡାକ୍ତରଖାନା ଉପରେ ଆଜି ହୋଇଥିବା ଆକ୍ରମଣରେ ଶହ ଶହ ପାଲେଷ୍ଟାଇନୀୟଙ୍କ ମୃତ୍ୟୁରେ ମୁଁ ଅତ୍ୟନ୍ତ ଦୁଃଖିତ। ପୀଡ଼ିତାଙ୍କ ପରିବାର ସହିତ ମୋର ସମବେଦନା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

‘ଗାଜା’କୁ ସମର୍ଥନ କରି ଅଡୁଆରେ ପାକିସ୍ତାନ କ୍ରିକେଟର ରିଜୱାନ୍: ଜବାବ ଦେଲା ଇସ୍ରାଏଲ୍

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ସାରା ବିଶ୍ୱରେ ଦେଖାଯାଉଛି। ବିଶ୍ଵ ବୋଧହୁଏ ସେମାନଙ୍କ ସମର୍ଥନରେ ବିଭକ୍ତ ହୋଇଛି, ଗୋଟିଏ ବିଭାଗ ସ୍ପଷ୍ଟ ଭାବରେ ପାଲେଷ୍ଟାଇନୀୟମାନଙ୍କ ପ୍ରତି ସହାନୁଭୂତି ଦେଖାଉଥିବାବେଳେ ଅନ୍ୟ ପାର୍ଶ୍ୱ ଇସ୍ରାଏଲ୍ ସପକ୍ଷରେ କହୁଛି। ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ବିଶ୍ୱକପ-୨୦୨୩ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇନାହିଁ।

କିଛି ଦିନ ପୂର୍ବରୁ ପାକିସ୍ତାନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଶ୍ରୀଲଙ୍କା ଏବଂ ପାକିସ୍ତାନ ଦଳର ବିଜୟକୁ ‘ଗାଜାରେ ପୀଡିତ ଭାଇ ଓ ଭଉଣୀ’ଙ୍କ ପାଇଁ ଉତ୍ସର୍ଗ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ରିଜୱାନଙ୍କ ଶତକ ଯୋଗୁଁ ପାକିସ୍ତାନ ବିଶ୍ୱକପ ଇତିହାସରେ ସବୁଠୁ ବଡ଼ ସଫଳତା ହାସଲ କରିପାରିଛି। ଏହି ଚମତ୍କାର ବିଜୟ ପରେ ରିଜୱାନ୍ ଟୁଇଟ୍ କରି ଗାଜାରେ ପୀଡିତଙ୍କ ସମର୍ଥନରେ ଏକ ପୋଷ୍ଟ କରିଥିଲେ, ଯାହାକୁ ଶହ ଶହ ଭାରତୀୟ ପ୍ରଶଂସକ ବିରୋଧ କରିଥିଲେ।

ବର୍ତ୍ତମାନ ଇସ୍ରାଏଲ ମଧ୍ୟ ରିଜୱାନର ଏହି ସୋସିଆଲ ମିଡିଆ ପୋଷ୍ଟକୁ ଖୋଲାଖୋଲି ବିରୋଧ କରିଛି ଏବଂ ଇସ୍ରାଏଲକୁ ଭାରତ ଦେଇଥିବା ସମର୍ଥନକୁ ପ୍ରଶଂସା କରିଛି। ଇସ୍ରାଏଲ୍ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଲେଖିଛି ଯେ, “ଆମର ଭାରତୀୟ ବନ୍ଧୁମାନଙ୍କ ଦ୍ଵାରା ଇସ୍ରାଏଲକୁ ଦେଖାଯାଇଥିବା ଏକତା ଦ୍ୱାରା ଆମେ ହୃଦୟସ୍ପର୍ଶୀ। କ୍ରିକେଟ୍ ବିଶ୍ୱକପ-୨୦୨୩ ର ଭାରତ ବନାମ ପାକିସ୍ଥାନ ମ୍ୟାଚରେ ଭାରତ ବିଜୟୀ ହୋଇଛି ଏବଂ ପାକିସ୍ତାନ ଜିତିବାର ଶ୍ରେୟ ହମାସ ଆତଙ୍କବାଦୀଙ୍କୁ ଦେଇପାରି ନାହିଁ।”

ସୂଚନାଯୋଗ୍ୟ ଯେ, ବିଶ୍ୱକପ-୨୦୨୩ ସମୟରେ ମହମ୍ମଦ ରିଜୱାନ ଅନେକ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଭାରତ ବନାମ ପାକିସ୍ତାନ ମ୍ୟାଚ୍ ବେଳେ ଯେତେବେଳେ ସେ ଆଉଟ ହେବା ପରେ ପାଭିଲିୟନକୁ ଫେରୁଥିଲେ, ସେତେବେଳେ ଭାରତୀୟ ଦର୍ଶକ “ଜୟ ଶ୍ରୀ ରାମ” ସ୍ଲୋଗାନ ଦେଇ ତାଙ୍କୁ ଥଟ୍ଟା କରିବାକୁ ଚେଷ୍ଟା କରିଥିଲେ। ଏହା ବ୍ୟତୀତ ମହମ୍ମଦ ରିଜୱାନ ନେଦରଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ନମାଜ ପଢୁଥିବା ଦେଖିବାକୁ ମିଳିଥିଲା, ଯେଉଁଥିପାଇଁ ସୁପ୍ରିମକୋର୍ଟର ଓକିଲ ଭିନୀତ ଜିନ୍ଦଲ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ସେ ଟ୍ୱିଟରରେ ପୋଷ୍ଟ କରି ଲେଖିଛନ୍ତି ଯେ, ଖେଳର ଆତ୍ମାକୁ ବଞ୍ଚାଇ ରଖିବା ପାଇଁ ଆଡଭୋକେଟ ଭିନୀତ ଜିନ୍ଦଲ ପାକିସ୍ତାନ କ୍ରିକେଟ୍ ଦଳର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କ ବିରୋଧରେ ୬ ଅକ୍ଟୋବର ୨୦୨୩ରେ କ୍ରିକେଟ୍ ମ୍ୟାଚ୍ ସମୟରେ “ନମାଜ୍” ଅଫର୍ ଦେଇଥିବାରୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦରେ ଅଭିଯୋଗ ଆଣିଛନ୍ତି। “

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପାଲେଷ୍ଟାଇନକୁ ସମର୍ଥନ କଲେ ଏନସିପି ମୁଖ୍ୟ ଶରଦ ପାୱାର: କହିଲେ, ଇସ୍ରାଏଲ ଜବରଦଖଲ କରିଛି

ମୁମ୍ବାଇ: ରବିବାର ମୁମ୍ବାଇର ଆଞ୍ଚଳିକ କାର୍ଯ୍ୟାଳୟରେ ପଦାଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ଏନସିପି ସଭାପତି ଶରଦ ପାୱାର ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଏହି ସଭାରେ ସେ ପାଲେଷ୍ଟାଇନ ପ୍ରତି ନିଜର ସମର୍ଥନ ପ୍ରଦର୍ଶନ କରିଥିଲେ। ସେ କହିଛନ୍ତି ଯେ, “ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବିଶ୍ୱ ଶାନ୍ତି ପାଇଁ ବିପଦ। ସେଠାକାର ଜମି ଏବଂ ଘର ପାଲେଷ୍ଟାଇନର ଥିଲା, ଇସ୍ରାଏଲ ସେମାନଙ୍କ ଅଧୀନରେ ରହିଥିଲା। ”

ଟାର୍ଗେଟରେ ପିଏମ ମୋଦୀ:

ଏନସିପି ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକା ପାଲେଷ୍ଟାଇନକୁ ସାହାଯ୍ୟ କରିବା ଥିଲା। ଭାରତ କେବେବି କାହାକୁ ସାହାଯ୍ୟ କରିନାହିଁ, କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଦୁର୍ଭାଗ୍ୟବଶତ ଇସ୍ରାଏଲକୁ ସମର୍ଥନ କରି ମୂଳ ମାଲିକମାନଙ୍କୁ ବିରୋଧ କରିଛନ୍ତି। ଏନସିପିର ଭୂମିକା ସ୍ପଷ୍ଟ ଯେ, ଏହା ମୂଳ ମାଲିକ ଏବଂ କାର୍ଯ୍ୟରତ ଲୋକଙ୍କ ସପକ୍ଷରେ ଅଛି।

ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ଦେଶରେ ରାଜନୀତି:

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଦେଶରେ ଅନେକ ରାଜନୀତି ଚାଲିଛି। ଏହି ପରିପ୍ରେକ୍ଷୀରେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା କଂଗ୍ରେସ ଏକ ସଂକଳ୍ପ ପାରିତ କରିଥିଲା, ଏହା ପରେ ବିଜେପି ନେତାମାନେ କଂଗ୍ରେସ ଉପରେ ଆକ୍ରମଣ କରିଥିଲେ। ଆସାମ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ହିମନ୍ତ ବିଶ୍ୱ ସର୍ମା ମଧ୍ୟ କଂଗ୍ରେସ ଦଳକୁ ପାକିସ୍ତାନ ସହ ତୁଳନା କରିଥିଲେ।

ହମାସ ଆକ୍ରମଣ ପରେ ଇସ୍ରାଏଲ୍ ଗାଜାରେ ଏୟାର ଷ୍ଟ୍ରାଇକ୍ କରୁଛି। ଏହି ସମୟରେ, ଇସ୍ରାଏଲ ଉତ୍ତର ଗାଜାର ନାଗରିକମାନଙ୍କୁ ଦକ୍ଷିଣ ଦିଗକୁ ଯିବାକୁ ଚେତାବନୀ ଦେଇଛି ଯାହା ଦ୍ଵାରା ଏହା ଗ୍ରାଉଣ୍ଡ ଆକ୍ରମଣ କରିପାରିବ।