Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଜେଟ୍ ଉପସ୍ଥାପନ କଲେ ନିର୍ମଳା ସୀତାରମଣ : ପ୍ରଥମ ଥର ପାଇଁ ଖାତା ବହିର ବଜେଟ୍‌
ଆଜିର ଖବର

ବଜେଟ୍ ଉପସ୍ଥାପନ କଲେ ନିର୍ମଳା ସୀତାରମଣ : ପ୍ରଥମ ଥର ପାଇଁ ଖାତା ବହିର ବଜେଟ୍‌

July 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
fdi 100 percent
fdi 100 percent

ଚଳିତ ସରକାରର ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଲୋକସଭାରେ ଉପସ୍ଥାପିତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ। ଏହା ସହିତ ପ୍ରଥମ ଥର ଲାଗି ଏଥର ବ୍ରିଫକେସ ବଦଳରେ ବହି-ଖାତାରେ ବଜେଟ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ସୀତାରମଣ ବିନା ବ୍ରିଫକେସ୍‌ରେ ସଂସଦକୁ ପ୍ରବେଶ କରିଥିଲେ । ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ କହିଥିଲେ, ଚଳିତ ନିର୍ବାଚନ ନୂଆ ଭାରତ ଗଠନ ପାଇଁ ଦିଶା ଦେଖାଇଛି। ଦେଶର ପ୍ରତ୍ୟେକ ନାଗରିକ ପରିବର୍ତ୍ତନ ଅନୁଭବ କରୁଛନ୍ତି। ବିଶ୍ବର ବିଶ୍ବର ଷଷ୍ଠ ବୃହତ୍ତମ ଅର୍ଥନୀତି ଭାରତ ଖୁବ୍‌ଶୀଘ୍ର ଏକ ପାଞ୍ଚ ଟ୍ରିଲିୟନ୍‌ ଅର୍ଥନୀତିର ରାଷ୍ଟ୍ର ଭାବରେ ପରିଗଣିତ ହେବ ବୋଲି ନିର୍ମଳା କହିଛନ୍ତି। ଦେଶବାସୀ ଦେଶକୁ ପ୍ରାଥମିକତା ଦେଇଛନ୍ତି । ସୁରକ୍ଷିତ ରାଷ୍ଟ୍ର ନିମନ୍ତେ ସୁରକ୍ଷିତ ନାଗରିକକୁ ସରକାର ସର୍ବଦା ପ୍ରାଥମିକତା ଦେଇଛନ୍ତି । ଅର୍ଥମନ୍ତ୍ରୀ କହିଥିଲେ, ପୂର୍ବ ବିଜେପି ସରକାର ସମୟରେ ଦେଶର ଅର୍ଥନୀତି 1.85 ଟ୍ରିଲିୟନ ଡଲାର ରହିଥିଲା। ବିଗତ 5ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇଁ 2.7 ଟ୍ରିଲିୟନ ଡଲାରରେ ପହଞ୍ଚିପାରିଛି। ଆଗାମୀ 5 ବର୍ଷ ମଧ୍ୟରେ ଦେଶକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରାଯିବାକୁ ଲକ୍ଷ୍ୟ ରହିଛି। ନିଯୁକ୍ତି ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ହୋଇଛି।ମେକ୍‌ ଇନ୍‌ ଇଣ୍ଡିଆରୁ ଦେଶରେ ବ୍ୟବସାୟ ବଢ଼ିଛି ଭାରତ ଏବେ ନିଯୁକ୍ତି ପ୍ରଦାନକାରୀ ଦେଶ ପାଲଟିଛି, ଡିଜିଟାଲ୍‌ ଇଣ୍ଡିଆକୁ ସବୁ କ୍ଷେତ୍ରରେ ପହଞ୍ଚାଯିବ ଯାହା ଦ୍ବାରା ବୃହତ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ସରକାର ସର୍ବଦା ପ୍ରଧାନ୍ୟ ଦେଉଛନ୍ତି ଯାହାଦ୍ବାର ଦେଶର ଅର୍ଥନୀତି ଆଗକୁ ବଢୁଥିବା ବେଳେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ଦେଶରେ ଏବେ ୬୫୭ କିଲୋମିଟର ମେଟ୍ରୋ ରେଳପଥ କାର୍ଯ୍ୟକ୍ଷମ କରାଯାଇଛି। ଇଲେକ୍ଟ୍ରି, ବ୍ୟାଟେରି ଗାଡ଼ିକୁ ପ୍ରୋତ୍ସାହନ ପାଇଁ ବିଶେଷ ବ୍ୟବସ୍ଥା ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.