Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରାମାଞ୍ଚଳ ପରିବହନ ସେବା ଦେଖାଇଛି ଆର୍ଥିକ ବିକାଶର ପଥ
ଆଜିର ଖବର

ଗ୍ରାମାଞ୍ଚଳ ପରିବହନ ସେବା ଦେଖାଇଛି ଆର୍ଥିକ ବିକାଶର ପଥ

November 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳ ପରିବହନ ସେବା ପ୍ରଚଳନର ଏକ ବର୍ଷ ପୂର୍ତ୍ତି ହୋଇଯାଇଛି। ଏହି ବସ ସେବା ଦ୍ୱାରା ଗ୍ରାମାଞ୍ଚଳରେ ବେଶ ପ୍ରଭାବ ପକାଇଛି। ପ୍ରତିଦିନ ବସ ଯାତ୍ରା ପାଇଁ ଲୋକଙ୍କ ଅପେକ୍ଷା ରହୁଛି। ସୁଲଭ ମୂଲ୍ୟରେ ଯାତ୍ରା ମନରେ ଅଫୁରନ୍ତ ଆନନ୍ଦ ଦେଇପାରିଛି।

ନଭେମ୍ବର ୧ ରେ କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳ ପରିବହନ ସେବା ଯୋଜନାର ଶୁଭାରମ୍ଭ ହେବାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଜିପିଏସ୍ ବସ ଜିଲ୍ଲା ପରିଚାଳକ ସ୍ବଦେଶ କୁମାର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଜିପିଏସ୍ ସେବାର ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସ୍ଵଳ୍ପ ସଞ୍ଚୟ ସହ ନିର୍ଦ୍ଦେଶକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ ଓ ଓଏସଆରଟିସି ସହକାରୀ ପରିଚାଳକ ଶାଶ୍ୱତ ପ୍ରଧାନ ଅତିଥି ରୂପେ ଯୋଗଦେଇଥିଲେ।

ବର୍ତ୍ତମାନ ଜିପିଏସ୍ ର ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ୧୦ହଜାର ଏମିତିକି କେଉଁ କେଉଁ ଦିନ ୧୪ହଜାରରୁ ଉର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରିଥିବା କୁହାଯାଇଛି। ଜିପିଏସ୍ ରେ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସୁଲଭ ଦରରେ ସବୁ ବର୍ଗର ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ବଡ ସୁଯୋଗ ଦେଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ଯାତ୍ରୀ ସଂଖ୍ୟା ବୃଦ୍ଧି କେମିତି ହେବ ସେଥିପ୍ରତି ସମସ୍ତେ ଗୁରୁରର ସହ ନିଜ ଦାୟିତ୍ୱ ସମ୍ପାଦନ କରିବା ଉଚିତ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶ୍ରେଷ୍ଠ ବ୍ଲକ ସୁପରଭାଇଜର ଅରବିନ୍ଦ ସାହା, ଗିରିଧାରୀ ବାଗ ଓ ପାର୍ବନ ମଶ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଡ୍ରାଇଭର ଓ ଶ୍ରେଷ୍ଠ କଣ୍ଡକ୍ଟର ଭାବେ ସତ୍ୟବାନ ତାଣ୍ଡି ଓ ମଦନପୁର ରାମପୁର ବ୍ଲକର ମିଶନ ଶକ୍ତି କଣ୍ଡକ୍ଟର ସସ୍ମିତା ନାୟକ ଏବଂ ଶ୍ରେଷ୍ଠ ଏନଫୋର୍ସମେଣ୍ଟ ଷ୍ଟାଫ ରୂପେ ଶୁଭେନ୍ଦୁ ପୁରୋହିତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଉତ୍ସବରେ ସମସ୍ତ ୧୩ଟି ବ୍ଲକର ସୁପରଭାଇଜର, ଜ୍ୟୋତି ଶଙ୍କର ନାୟକ,  ଶିଶିର ବାଗ ଦୀପକ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସାର୍ଥକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଆର୍ଥିକ ବିକାଶ କଳାହାଣ୍ଡି ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ସାହିତ୍ୟ ସମାଜର ବାର୍ଷିକୋତ୍ସବ: ଶତାଧିକ କବିଙ୍କ ସ୍ଵରଚିତ କବିତା ଆବୃତ୍ତି

March 1, 2026

ମଦୁରାଇରେ ୪,୪୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 1, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

March 1, 2026

ପୁରୀରେ ଏଚପିଭି ଟିକାକରଣର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 1, 2026
Latest News

ଚମକିଲେ ସଞ୍ଜୁ: ୱେଷ୍ଟଇଣ୍ଡିଜକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ଵକପ ସେମିଫାଇନାଲରେ ପହଞ୍ଚିଲା ଭାରତ

March 1, 2026

ଚ଼ିଲିକା ସାହିତ୍ୟ ସମାଜର ବାର୍ଷିକୋତ୍ସବ: ଶତାଧିକ କବିଙ୍କ ସ୍ଵରଚିତ କବିତା ଆବୃତ୍ତି

March 1, 2026

ମଦୁରାଇରେ ୪,୪୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 1, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

March 1, 2026

ପୁରୀରେ ଏଚପିଭି ଟିକାକରଣର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.