Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ରଥଯାତ୍ରା ଶିଶୁ ମୃତ ଘଟଣା : ସ୍ଥାନୀୟ ଲୋକଙ୍କ ବନ୍ଦ ଡାକରା ପରେ ପରିବାରକୁ କ୍ଷତିପୂରଣ ନେଇ ପ୍ରଶାସନର ପ୍ରତିଶ୍ରୁତି
ଆଜିର ଖବର

ବାଣପୁର ରଥଯାତ୍ରା ଶିଶୁ ମୃତ ଘଟଣା : ସ୍ଥାନୀୟ ଲୋକଙ୍କ ବନ୍ଦ ଡାକରା ପରେ ପରିବାରକୁ କ୍ଷତିପୂରଣ ନେଇ ପ୍ରଶାସନର ପ୍ରତିଶ୍ରୁତି

July 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗତକାଲି ରଥଯାତ୍ରା ବେଳେ ଜଣେ ବାଳକର ମୃତ୍ୟୁକୁ ନେଇ ବାଣପୁର ଅଞ୍ଚଳରେ ଏବେ ବି ଉତ୍ତେଜନା ଲାଗିରହିଛି। ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ବାଣପୁର ବନ୍ଦ ଡାକରା ସହିତ ଧାରଣାରେ ବସି ରହିଥିଲେ । ଏହାପରେ ବିଭିନ୍ନ ସରକାରୀ ସଂସ୍ଥା ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ୫ଲକ୍ଷ, ତହସିଲଦାରଙ୍କ ପକ୍ଷରୁ ୪ଲକ୍ଷ, ଚକାଦେବ ରଥଯାତ୍ରା ପୂଜା କମିଟି ପକ୍ଷରୁ ମଧ୍ୟ ସହାୟତା ଘୋଷଣାର ପ୍ରତିଶ୍ରୁତି ଦିଆଯାଇଛି । ଅସୁସ୍ଥ ଥିବା ସତ୍ତ୍ବେ ଘଟଣାସ୍ଥଳରେ ପହଞ୍ଚି ବିଧାୟକ ପ୍ରଶାନ୍ତ ଜଗଦେବ ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ସମବେଦନା ପ୍ରଦାନ କରିବା ସହିତ ୩୦ ହଜାରର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ସହାୟତା ପ୍ରଦାନ ନିମନ୍ତେ ମଧ୍ୟ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ରାଜା ମାନବେନ୍ଦ୍ର ମହାରଥା ମୃତ ଶିଶୁର ଘରକୁ ଆସି ସମବେଦନା ଜ୍ଞାପନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବାଣପୁର ପଲଟନ ପଡିଆରେ ଆୟୋଜିତ ହୋଇଥିବା ରଥଯାତ୍ରାରେ ଦୁର୍ଘଟଣା ଘଟିଥିଲା। ରଥ ଗଡିବା ବେଳେ ଚକ ତଳେ ସୁନୀଲ ପାତ୍ର ନାମକ ଜଣେ ବାଳକ ଗୁରୁତର ହୋଇପଡିଥିଲା। ତୁରନ୍ତ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଫଳରେ ବାଲୁଗାଁରେ ତାଙ୍କର ଚିକିତ୍ସା କରିବା ପାଇଁ ନିଆଯାଇଥିଲା ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗତକାଲି ବାଣପୁରରେ ଉତ୍ତେଜନା ଦେଖାଯାଇଥିଲା। ଏହି ରଥଯାତ୍ରା ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେଥିରେ ଢିଲା ଦେଖାଯାଇଥିଲା। ମାତ୍ର 4ରୁ 5 ଜଣ ପୋଲିସ୍‌ କର୍ମୀଙ୍କ ଉପସ୍ଥିତିରେ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ରଥ ଟଣାଯାଉଥିବା କାରଣରୁ ବାଳକର ମୃତ୍ୟୁ ଘଟିଥିବାର ଅଭିଯୋଗ ଆସିଥିଲା । ତୁରନ୍ତ କ୍ଷତି ପୂରଣ ପ୍ରଦାନ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଥିଲେ। ହେଲେ ପ୍ରଶାସନ ତରଫରୁ କୌଣସି ପ୍ରତିଶୃତି ଦିଆଯାଇ ନ ଥିଲା। ଏହାକୁ ନେଇ ଆଜି ସକାଳୁ ପୁଣି ଥରେ ଲୋକମାନେ ଏକାଠି ହୋଇ କ୍ଷତିପୂରଣ ଦାବି କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.