Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଖୁଚୁରା ବିକ୍ରିର ଶୁଭାରମ୍ଭ
ଆଜିର ଖବର

ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଖୁଚୁରା ବିକ୍ରିର ଶୁଭାରମ୍ଭ

November 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମାଙ୍କ ଉପସ୍ଥିତିରେ ଏନସିସିଏଫ, ନାଫେଡ ଏବଂ କେନ୍ଦ୍ରୀୟ ଭଣ୍ଡାରର ମୋବାଇଲ ଭ୍ୟାନକୁ ପତାକା ଦେଖାଇ ଭାରତ ଅଟା ଏବଂ ଭାରତ ଚାଉଳର ଖୁଚୁରା ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି।

ଦ୍ବିତୀୟ ପର୍ଯ୍ୟାୟରେ ଗ୍ରାହକଙ୍କୁ ଅଟା କିଲୋ ପିଛା ସର୍ବାଧିକ ୩୦ ଟଙ୍କା ଏବଂ ଭାରତ ଚାଉଳ କିଲୋ ପିଛା ସର୍ବାଧିକ ୩୪ ଟଙ୍କାରେ ଉପଲବ୍ଧ କରାଯାଉଛି। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଯୋଶୀ କହିଥିଲେ ଯେ, ଉପଭୋକ୍ତାଙ୍କୁ ରିହାତି ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବା ଦିଗରେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରମାଣିତ କରୁଛି। ଭାରତ ବ୍ରାଣ୍ଡ ଅଧୀନରେ ଚାଉଳ, ଅଟା ଓ ଡାଲି ଭଳି ମୌଳିକ ଖାଦ୍ୟ ସାମଗ୍ରୀର ଖୁଚୁରା ବିକ୍ରି ମାଧ୍ୟମରେ ସିଧାସଳଖ ସ୍ଥିର ମୂଲ୍ୟ ବ୍ୟବସ୍ଥା ବଜାୟ ରଖିବାରେ ସହାୟକ ହୋଇଛି।

ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ପର୍ଯ୍ୟାୟରେ ଖୁଚୁରା ବିକ୍ରି ପାଇଁ ୩.୬୯ ଲକ୍ଷ ମେଟ୍ରିକ ଟନ୍‍ ଗହମ ଓ ୨.୯୧ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଉପଲବ୍ଧ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫.୨୦ ଲକ୍ଷ ମେଟ୍ରିକ ଟନ୍‍ ଭାରତ ଅଟା ଓ ୧୪.୫୮ ଲକ୍ଷ ମେଟ୍ରିକ ଟନ୍‍ ଭାରତ ଚାଉଳ ସାଧାରଣ ଉପଭୋକ୍ତାଙ୍କୁ ରିହାତି ଦରରେ ଉପଲବ୍ଧ କରାଯାଇଥିଲା।

କେନ୍ଦ୍ରୀୟ ଭଣ୍ଡାର, ନାଫେଡ୍ ଏବଂ ଏନସିସିଏଫ ଏବଂ ଇ-କମର୍ସ/ବିଗ୍ ଚେନ୍ ରିଟେଲରଙ୍କ ଷ୍ଟୋର ଏବଂ ମୋବାଇଲ ଭ୍ୟାନ୍ ରେ ଭାରତ ଅଟା ଏବଂ ଭାରତ ଚାଉଳ ଉପଲବ୍ଧ ହେବ। ଦ୍ବିତୀୟ ପର୍ଯ୍ୟାୟରେ ‘ଭାରତ’ ବ୍ରାଣ୍ଡ୍‍ ଅଟା ଏବଂ ଚାଉଳ ୫ କେଜି ଓ ୧୦ କେଜି ବ୍ୟାଗରେ ବିକ୍ରି ହେବ।

ପଞ୍ଜାବରେ ଧାନ କ୍ରୟ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପଞ୍ଜାବରେ ୧୮୪ ଲକ୍ଷ ମେଟ୍ରିକ ଟନ୍‍ ଧାର୍ଯ୍ୟ କ୍ରୟ ଆକଳନ ହାସଲ କରିବା ଏବଂ କୃଷକମାନଙ୍କ ଦ୍ୱାରା ମଣ୍ଡିକୁ ଅଣାଯାଇଥିବା ପ୍ରତ୍ୟେକ ଶସ୍ୟ କିଣିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ୨୦୨୪ ନଭେମ୍ବର ୪ତାରିଖରେ ପଞ୍ଜାବ ମଣ୍ଡିରେ ସମୁଦାୟ ୧୦୪.୬୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ପହଞ୍ଚିଥିବା ବେଳେ ସେଥିରୁ ୯୮.୪୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ରାଜ୍ୟ ଏଜେନ୍ସି ଓ ଏଫସିଆଇ କ୍ରୟ କରିଛନ୍ତି। ଗ୍ରେଡ୍ ‘ଏ’ ଧାନ ପାଇଁ ଭାରତ ସରକାର ସ୍ଥିର କରିଥିବା ଏମ୍ଏସପି ୨୩୨୦/- ଟଙ୍କାରେ ଧାନ କିଣାଯାଉଛି। ଚଳିତ କେଏମ୍ଏସ୍ ୨୦୨୪-୨୫ରେ ଆଜି ସୁଦ୍ଧା ଭାରତ ସରକାର କିଣିଥିବା ମୋଟ ଧାନର ମୂଲ୍ୟ ୨୦,୫୫୭ କୋଟି ଟଙ୍କା। ଏହାଦ୍ୱାରା ୫.୩୮ ଲକ୍ଷ କୃଷକ ଉପକୃତ ହୋଇଛନ୍ତି ଏବଂ ଏମଏସପି ରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି ।

ପ୍ରହ୍ଲାଦ ଯୋଶୀ ଭାରତ ଅଟା
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.