Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପିଏମ୍‌-ବିଦ୍ୟାଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ
ଆଜିର ଖବର

ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପିଏମ୍‌-ବିଦ୍ୟାଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

November 6, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ନାମକ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ କରାଯାଇଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଯାହାଫଳରେ ଆର୍ଥିକ ଅଭାବ କାରଣରୁ କେହି ଜଣେ ଉଚ୍ଚ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେବେ ନାହିଁ। ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଜାତୀୟ ଶିକ୍ଷା ନୀତି, ୨୦୨୦ ଅଧୀନରେ ଗ୍ରହଣ କରାଯାଇଥିବା ଅନ୍ୟତମ ପ୍ରମୁଖ ପଦକ୍ଷେପ। ଉଭୟ ସରକାରୀ ଏବଂ ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଉପଲବ୍ଧ କରାଇବା ପାଇଁ ଏନଇପିରେ ସୁପାରିସ କରାଯାଇଥିଲା। ଏହାକୁ ଗ୍ରହଣ କରି ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଅଣାଯାଇଛି। ଏହାଦ୍ୱାରା ଗୁଣାତ୍ମକ ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇଥିବା ଯେକୌଣସି ଛାତ୍ରଛାତ୍ରୀ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନରୁ ସମ୍ପୂର୍ଣ୍ଣ ପରିମାଣର ଟ୍ୟୁସନ୍ ଫି’ ଏବଂ ପାଠ୍ୟକ୍ରମ ସମ୍ବନ୍ଧୀୟ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ପାଇଁ ବନ୍ଧକ ମୁକ୍ତ, ଗ୍ୟାରେଣ୍ଟର ମୁକ୍ତ ଋଣ ପାଇବାକୁ ଯୋଗ୍ୟ ହେବେ। ଏହି ଯୋଜନା ଏକ ସରଳ,  ସ୍ୱଚ୍ଛ ଏବଂ ବିଦ୍ୟାର୍ଥୀ ଅନୁକୂଳ ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେବ ଏବଂ ଏହା ଆନ୍ତଃପରିଚାଳନାଯୋଗ୍ୟ (ଇଣ୍ଟର-ଅପରେବଲ) ତଥା ସମ୍ପୂର୍ଣ୍ଣ ଡିଜିଟାଲ ହେବ।

ଏହି ଯୋଜନା ଦେଶର ଉଚ୍ଚକୋଟୀର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଏନଆଇଆରଏଫ ମାନ୍ୟତାରେ ବର୍ଗ ଆଧାରିତ ଏବଂ ଡୋମେନ୍‌ ଆଧାରିତ ରେଙ୍କିଙ୍ଗ୍‌ ସହିତ ଶୀର୍ଷ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଥିବା ଶିକ୍ଷାନୁଷ୍ଠାନ, ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାନୁଷ୍ଠାନ ମାନ୍ୟତାରେ ୧୦୧-୨୦୦ ମଧ୍ୟରେ ସ୍ଥାନ ପାଇଥିବା ଅନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ଯୋଜନା ଲାଗୁ ହେବ। ସଦ୍ୟତମ ଏନଆଇଆରଏଫ ମାନ୍ୟତା ବ୍ୟବହାର କରି ଏହି ତାଲିକାକୁ ପ୍ରତିବର୍ଷ ସଂଶୋଧନ ବା ଅପଡେଟ୍‌ କରାଯିବ ଏବଂ ୮୬୦ଟି ଯୋଗ୍ୟତାପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ ନେଇ ଏହି ଯୋଜନା ଆରମ୍ଭ ହେବ, ଯେଉଁଥିରେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କର ଆବଶ୍ୟକତା ଅନୁଯାୟୀ, ପିଏମ-ବିଦ୍ୟାଲକ୍ଷ୍ମୀର ସମ୍ଭାବ୍ୟ ଲାଭ ଉଠାଇବାରେ ସକ୍ଷମ ହେବେ।

ସାଢ଼େ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ପାଇଁ ବକେୟା ଖିଲାପୀ ଉପରେ ଛାତ୍ରଛାତ୍ରୀ ୭୫% ଋଣ ଗ୍ୟାରେଣ୍ଟି ପାଇବାକୁ ଯୋଗ୍ୟ ହେବେ। ଫଳରେ ଏହି ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ ଉପଲବ୍ଧ କରାଇବାରେ ବ୍ୟାଙ୍କଗୁଡ଼ିକୁ ସହଯୋଗ ମିଳିବ।

ଉପରୋକ୍ତ ବ୍ୟତୀତ ବାର୍ଷିକ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିବାରିକ ଆୟ ଥିବା ଏବଂ ଅନ୍ୟ କୌଣସି ସରକାରୀ ବୃତ୍ତି କିମ୍ବା ସୁଧ ଛାଡ଼ ଯୋଜନାର ସୁବିଧା ପାଇବାକୁ ଯୋଗ୍ୟ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଋଣସ୍ଥଗନ ଅବଧି ବା ମୋରେଟାରିୟମ ପିରିୟଡ଼ ମଧ୍ୟରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ୩ ପ୍ରତିଶତ ସୁଧ ରିହାତି ପ୍ରଦାନ କରାଯିବ। ପ୍ରତିବର୍ଷ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସୁଧ ରିହାତି ସହାୟତା ପ୍ରଦାନ କରାଯିବ। ସରକାରୀ ଅନୁଷ୍ଠାନରୁ ଆସିଥିବା ଏବଂ ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ବାଛିଥିବା ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦିଆଯିବ। ୨୦୨୪-୨୫ରୁ ୨୦୩୦-୩୧ ମଧ୍ୟରେ ଏହି ଯୋଜନା ଲାଗି ୩,୬୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଏବଂ ଏହି ସମୟ ମଧ୍ୟରେ ୭ ଲକ୍ଷ ନୂତନ ଛାତ୍ରଛାତ୍ରୀ ଏହି ସୁଧ ଛାଡ଼ର ଲାଭ ପାଇବେ ବୋଲି ଆଶା କରାଯାଉଛି।

ଉଚ୍ଚଶିକ୍ଷା ବିଭାଗର ଏକ ସମନ୍ୱିତ ପୋର୍ଟାଲ “ପିଏମ-ବିଦ୍ୟାଲକ୍ଷ୍ମୀ” ରହିବ, ଯେଉଁଥିରେ ଛାତ୍ରଛାତ୍ରୀମାନେ ସମସ୍ତ ବ୍ୟାଙ୍କ ଦ୍ୱାରା ବ୍ୟବହୃତ ହେବାକୁ ଥିବା ସରଳୀକୃତ ଆବେଦନ ପ୍ରକ୍ରିୟା ମାଧ୍ୟମରେ ଶିକ୍ଷା ଋଣ ଏବଂ ସୁଧ ଛାଡ଼ ପାଇଁ ଆବେଦନ କରିପାରିବେ। ଇ-ଭାଉଚର ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି (ସିବିଡିସି) ୱାଲେଟ୍ ଜରିଆରେ ସୁଧ ରିହାତି ପ୍ରଦାନ କରାଯିବ।

ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଭାରତର ଯୁବବର୍ଗଙ୍କ ପାଇଁ ଗୁଣାତ୍ମକ ଉଚ୍ଚ ଶିକ୍ଷାର ସର୍ବାଧିକ ଉପଲବ୍ଧତାକୁ ସକ୍ଷମ କରିବ। ଏହା ଶିକ୍ଷା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପରିସର ଓ ପହଞ୍ଚକୁ ଆହୁରି ବୃଦ୍ଧି କରିବ। ଏହା ଉଚ୍ଚଶିକ୍ଷା ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପିଏମ-ୟୁଏସପିର ଦୁଇଟି ଉପାଦାନ ଯୋଜନା କେନ୍ଦ୍ରୀୟ କ୍ଷେତ୍ର ସୁଧ ସବସିଡି (ସିଏସ୍ଆଇଏସ୍) ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ସ୍କିମ୍ ଫର୍ ଏଜୁକେସନ୍ ଲୋନ୍ (ସିଜିଏଫ୍ଏସ୍ଇଏଲ୍)କୁ ସମର୍ଥନ କରିବ।

ପିଏମ-ୟୁଏସପି ସିଏସଆଇଏସ୍ ଅଧୀନରେ ବାର୍ଷିକ ୪.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିବାରିକ ଆୟ ଏବଂ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ବୈଷୟିକ/ ବୃତ୍ତିଗତ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ପାଇଁ ଋଣ ସ୍ଥଗନ ବା ମୋରେଟୋରିୟମ୍ ଅବଧି ରେ ସମ୍ପୂର୍ଣ୍ଣ ସୁଧ ରିହାତି ମିଳିଥାଏ। ତେଣୁ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଏବଂ ପିଏମ-ୟୁଏସପି ମିଳିତ ଭାବେ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଏବଂ ମାନ୍ୟତାପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବୈଷୟିକ/ ବୃତ୍ତିଗତ ଶିକ୍ଷା ପାଇଁ ସାମଗ୍ରିକ ସହାୟତା ପ୍ରଦାନ କରିବ।

BJP Ads
ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

November 4, 2025

ସଚିନଙ୍କ ନାମରେ ପୁରୁଷ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ: ଜାଣନ୍ତୁ ମହିଳା କ୍ରିକେଟରେ କିଏ?

November 4, 2025

ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ

November 4, 2025

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା: ଧ୍ଵଂସ କଲେ ମାଓ କାରଖାନା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 4, 2025
BJP Ads
Latest News

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

November 4, 2025

ସଚିନଙ୍କ ନାମରେ ପୁରୁଷ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ: ଜାଣନ୍ତୁ ମହିଳା କ୍ରିକେଟରେ କିଏ?

November 4, 2025

ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ

November 4, 2025

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା: ଧ୍ଵଂସ କଲେ ମାଓ କାରଖାନା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 4, 2025

ବେଙ୍ଗାଲୁରୁକୁ ସ୍ୱତନ୍ତ୍ର ଟ୍ରେନ୍ ସେବା: ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ପୂର୍ବତଟ ରେଳପଥର ବିଶେଷ ବ୍ୟବସ୍ଥା

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.