Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଭୁବନେଶ୍ୱରରେ ହେବ ସ୍ୱତନ୍ତ୍ର ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର
ଆଜିର ଖବର

ଆସନ୍ତାକାଲି ଭୁବନେଶ୍ୱରରେ ହେବ ସ୍ୱତନ୍ତ୍ର ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

November 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନସନଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଚଳିତ ମାସ ଏହି ବିଭାଗ ଦେଶବ୍ୟାପୀ ଡିଜିଟାଲ ଲାଇଫ ସାର୍ଟିଫିକେଟ୍‌ (ଡିଏଲସି) ଅଭିଯାନ ୩.୦ ଆୟୋଜନ କରୁଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଜୀବନପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯାଉଥିବା ବେଳେ ପେନସନଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ଭିତ୍ତିକ ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।

ଆସନ୍ତାକାଲି, ଅର୍ଥାତ୍‌ ୭ ନଭେମ୍ବରରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯିବ। ସିସିଏ ଓଡ଼ିଶା ଭୁବନେଶ୍ବର, ବାପୁଜୀନଗର, ନୟାପଲ୍ଲୀ, ଜନପଥ, ରାମମନ୍ଦିର, ଖଣ୍ଡଗିରି, ସାମନ୍ତରାପୁର ଓ ଝାରପଡ଼ାଠାରେ ଡିଏଲସି ଶିବିର ଆୟୋଜନ କରାଯିବ। ଏଥିରେ ଦୂରସଞ୍ଚାର ବିଭାଗ, ବ୍ୟାଙ୍କ ଅଫ୍‌ ବରୋଦା ଓ କେନ୍ଦ୍ର ସରକାରୀ ପେନସନଭୋଗୀ ସଂଘ ସହଯୋଗ ଯୋଗାଇ ଦେବେ।

ବିଭାଗର ଜଣେ ବରିଷ୍ଠ ଅଧିକାରୀ ବିଭିନ୍ନ ସ୍ଥାନ ପରିଦର୍ଶନ କରି ପେନସନଭୋଗୀଙ୍କୁ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିବା ପାଇଁ ବିଭିନ୍ନ ଡିଜିଟାଲ ମାଧ୍ୟମରେ ସାହାଯ୍ୟ କରିବେ। ଏହି ଶିବିରଗୁଡ଼ିକରେ ଆବଶ୍ୟକସ୍ଥଳେ, ପେନସନଭୋଗୀମାନଙ୍କୁ ସେମାନଙ୍କର ଆଧାର ରେକର୍ଡ ଅପଡେଟ୍ କରିବା ଏବଂ ଯେକୌଣସି ବୈଷୟିକ ସମସ୍ୟାର ସମାଧାନ କରିବାରେ ୟୁଆଇଡିଏଆଇ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ।

ଏଥିପୂର୍ବରୁ ପେନସନଭୋଗୀମାନଙ୍କୁ ପେନସନ ବିତରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା, ଯାହା ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନେକ ସମୟରେ ଆହ୍ୱାନପୂର୍ଣ୍ଣ ଥିଲା। ୨୦୧୪ରେ, ଡିଓପିପିଡବ୍ଲ୍ୟୁ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ (ଜୀବନ ପ୍ରମାଣ) ଏବଂ ୨୦୨୧ରେ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ଆରମ୍ଭ କରିଥିଲା। ଏହି ଅଗ୍ରଗତି ବାୟୋମେଟ୍ରିକ୍ ଡିଭାଇସର ଆବଶ୍ୟକତାକୁ ଦୂର କରିଥିଲା, ପ୍ରକ୍ରିୟାକୁ ଅଧିକ ସୁଗମ କରିଥିଲା।

୨୦୨୨ରେ ଡିଓପିପିଡବ୍ଲ୍ୟୁ ୩୭ଟି ସ୍ଥାନରେ ଏକ ଅଭିଯାନ ଆୟୋଜନ କରିଥିଲା, ଯେଉଁଥିରେ ୧.୪୧ କୋଟି ଡିଏଲସି କରାଯାଇଥିଲା। ୨୦୨୩ ଅଭିଯାନ ୧୦୦ଟି ସ୍ଥାନକୁ ବିସ୍ତାରିତ ହୋଇଥିଲା, ଯେଉଁଥିରେ ୧.୪୭ କୋଟିରୁ ଅଧିକ ଡିଏଲସି କରାଯାଇଥିଲା।

୨୦୨୪ ନଭେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଅଭିଯାନର ତୃତୀୟ ପର୍ଯ୍ୟାୟକୁ ଦେଶର ୮୦୦ଟି ସ୍ଥାନରେ ଆୟୋଜନ କରାଯାଉଛି। ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ପେନସନଭୋଗୀ ସଂଘ, ୟୁଆଇଡିଏଆଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ଦୂରସଂଚାର ବିଭାଗ ଏଥିରେ ପ୍ରମୁଖ ଅଂଶୀଦାର ରହିଛନ୍ତି। ପେନସନଭୋଗୀମାନଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲରେ ସାହାଯ୍ୟ କରିବା ପାଇଁ ସହରରେ ଶିବିର ସ୍ଥାପନ କରାଯିବ। ଅତ୍ୟଧିକ ବୟସ୍କ କିମ୍ବା ଭିନ୍ନକ୍ଷମ ପେନସନଭୋଗୀଙ୍କ ପାଇଁ ସ୍ୱଗୃହ ପରିଦର୍ଶନ ସମେତ ଅନ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଡିଏଲସି ପୋର୍ଟାଲ ମାଧ୍ୟମରେ ଡିଓପିପିଡବ୍ଲ୍ୟୁ ଅଭିଯାନର ତଦାରଖ କରିବା ସହିତ ସୋସିଆଲ ମିଡିଆରେ ଏହାର ପ୍ରଚାରପ୍ରସାର କରାଯିବ।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଅଞ୍ଚଳରେ ରହୁଥିବା କିମ୍ବା ଚଲାବୁଲା କରିପାରୁନଥିବା ପେନସନଭୋଗୀମାନଙ୍କୁ ଏହି ବ୍ୟବସ୍ଥା ମାଧ୍ୟମରେ ପେନସନ ଯୋଗାଇ ଦେବା।

ଡିଓପିପିଡବ୍ଲୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଡିଜିଟାଲ ଲାଇଫ ସାର୍ଟିଫିକେଟ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Latest News

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.