Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁବପିଢ଼ି ପାଇଁ ସଚେତନତା କାର୍ଯ୍ୟକ୍ରମ: ‘ଷ୍ଟ୍ରୋକକୁ ଜାଣିବା, ଜିଣିବା’
ଆଜିର ଖବର

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁବପିଢ଼ି ପାଇଁ ସଚେତନତା କାର୍ଯ୍ୟକ୍ରମ: ‘ଷ୍ଟ୍ରୋକକୁ ଜାଣିବା, ଜିଣିବା’

November 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଯୁବ ସଚେତନତା କାର୍ଯ୍ୟକ୍ରମ ‘ଷ୍ଟ୍ରୋକକୁ ଜାଣିବା, ଜିଣିବା’କୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟର ସହଭାଗିତାରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ୩୦୦ରୁ ଅଧିକ ଛାତ୍ରୀ ଯୋଗଦେଇ ଷ୍ଟ୍ରୋକର ମୁକାବିଲା କରିବା ଦିଗରେ ଜରୁରୀ କଥା ଜାଣିବାକୁ ପାଇଥିଲେ।

ପରିବର୍ତ୍ତିତ ଜୀବନଶୈଳୀ ଓ ବିଭିନ୍ନ କାରଣରୁ ଆଜି ସାରା ବିଶ୍ୱରେ ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏ ବିଷୟରେ ଯୁବପିଢ଼ିଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ଗୁରୁବାର ଦିନ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନର ସଦସ୍ୟ ଥିବା ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ ସହ ମିଳିତ ଭାବେ ବ୍ରେନ ଷ୍ଟ୍ରୋକ ସଚେତନତା ଲାଗି ଏକ ୧୦ ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ବିଶ୍ୱ ଷ୍ଟ୍ରୋକ ଦିବସରୁ ଆରମ୍ଭ ହୋଇ ଏହା ନଭେମ୍ବର ୭ ତାରିଖରେ ଶେଷ ହୋଇଛି। ଚଳିତବର୍ଷ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏକାଡେମିକ ପାର୍ଟନର୍ ରହିଥିବା ବେଳେ ଆପୋଲୋ ହସ୍ପିଟାଲ୍ସ, ଭୁବନେଶ୍ୱର ଆସୋସିଏଟ୍ ପାର୍ଟନର୍ ଭାବେ ଯୋଡ଼ି ହୋଇଛି।

‘‘ଷ୍ଟ୍ରୋକ୍ ମୁକାବିଲା ପାଇଁ ଆଜି ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି। ବିଶେଷକରି, ଯୁବପିଢ଼ିକୁ ସଚେତନ କରିବା ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ହୋଇଥିବା ଏହି କାର୍ଯ୍ୟକ୍ରମ ଷ୍ଟ୍ରୋକ୍ ସଚେତନତା ଦିଗରେ ବିଶେଷ ସହାୟକ ହେବ,” କହିଛନ୍ତି ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀ ଚରଣ ରଥ।

‘‘ଆଜି ସାରା ବିଶ୍ଵରେ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ଅନେକ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଏ ବିଷୟରେ ସଚେତନତା ଲାଗି ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ତେଣୁ ଆପଣମାନେ ନିଜେ ସଚେତନ ହେବା ସହିତ ଘରେ ଘରେ ଏହି ବାର୍ତ୍ତା ପହଞ୍ଚାଇ ପାରିବେ,” ଏହି ଅବସରରେ ଉପସ୍ଥିତ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଆଇଏଫଆଇ ଷ୍ଟ୍ରୋକ ସଚେତନତା ଅଭିଯାନର ଅଧ୍ୟକ୍ଷ ତଥା ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥ।

ଏହି ଅବସରରେ ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକରେ ପ୍ରସ୍ତୁତ ସୂଚନା ପୁସ୍ତିକାର ଲୋକାର୍ପଣ କରାଯିବା ସହ ଛାତ୍ରୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ସେହିପରି ବ୍ରେନ ଷ୍ଟ୍ରୋକର କାରଣ, ଲକ୍ଷଣ, ଚିକିତ୍ସା ଏବଂ ଷ୍ଟ୍ରୋକ ପରବର୍ତ୍ତୀ ଅବସ୍ଥାରେ ରୋଗୀଙ୍କ ସେବା ଯତ୍ନ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା।

“ଭାରତରେ ଏବେ ଷ୍ଟ୍ରୋକ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ସହ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଆମେ ୮୦-୯୦ ପ୍ରତିଶତ ଘଟଣାରେ ଷ୍ଟ୍ରୋକକୁ ରୋକି ପାରିବା। ସେହିପରି ଯୁବପିଢ଼ିଙ୍କ ଭିତରେ ମଧ୍ୟ ଏବେ ଷ୍ଟ୍ରୋକ ଦେଖାଦେବା ଚିନ୍ତାଜନକ ବିଷୟ। ତେଣୁ ଛାତ୍ରଛାତ୍ରୀମାନେ ଷ୍ଟ୍ରୋକ ବିଷୟରେ ସଚେତନ ରହି ନିଜକୁ ସୁସ୍ଥ ରଖିବା ସହ ଅନ୍ୟମାନଙ୍କୁ ସଚେତନ କରିବା ଦରକାର,’’ କହିଛନ୍ତି ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ତଥା ଏହି ଅଭିଯାନର ପରାମର୍ଶଦାତା ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା।

ଏହି ଅବସରରେ ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଦେଇଥିବା ବାର୍ତ୍ତା ପାଠ କରାଯାଇଥିଲା।

କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସିର ନିର୍ଦ୍ଦେଶକ ପ୍ରଫେସର ସସ୍ମିତା ମହାନ୍ତି, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ଅମ୍ବିକା ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ୱାସ୍ଥ୍ୟପ୍ଲସ୍ ନେଟଓ୍ୱର୍କର ସହ-ପ୍ରତିଷ୍ଠାତା ପ୍ରଣତି ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସ୍ୱାସ୍ଥ୍ୟପ୍ଲସ ପରିବାର ପକ୍ଷରୁ ସୁଶ୍ରୀ ସ୍ମିତା ବେହେରା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଏହି ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହଭାଗିତାରେ କରାଯାଇଥିଲା। ଏହା ସହିତ ବାଣିଜ୍ୟ, ଦର୍ଶନଶାସ୍ତ୍ର ଏବଂ ଜେଣ୍ଡର ଷ୍ଟଡିଜ୍ ବିଭାଗ ସହଯୋଗୀ ଭାବେ ଯୋଡ଼ି ହୋଇଥିଲେ। ଏହି ୪ଟି ବିଭାଗ ସହିତ ବିଭିନ୍ନ ବିଭାଗର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସଚେତନତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

୧୮ ରୁ କଟକରେ ଆନ୍ତର୍ଜାତିକ ବାଣିଜ୍ୟମେଳା: ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ହେବେ ସାମିଲ

September 17, 2026

ଗଣେଶଙ୍କ ମୂର୍ତ୍ତି ଭସାଣି ବେଳେ ପୋଲିସଙ୍କୁ ଆକ୍ରମଣ, ୬ ଗିରଫ

September 17, 2026

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026
Latest News

୨୦୧୩ ଝିରମ୍ ଘାଟି ମାଓ ଆକ୍ରମଣ: ୧୦ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର NIA କୋର୍ଟ

September 17, 2026

ଆଇସିସି ଟି-୨୦ ରାଙ୍କିଙ୍ଗ୍: ବ୍ୟାଟିଂ ଶୀର୍ଷରେ ଈଶାନ୍, ଦ୍ୱିତୀୟ ସ୍ଥାନକୁ ଉଠିଲେ ଅଭିଷେକ

September 17, 2026

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ନେଲେ ଜେମ୍ସ ରୋଡ୍ରିଗେଜ୍

September 17, 2026

UPI ଶୁଳ୍କ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ କଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କ’ଣ କହିଲେ?

September 17, 2026

୧୮ ରୁ କଟକରେ ଆନ୍ତର୍ଜାତିକ ବାଣିଜ୍ୟମେଳା: ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ହେବେ ସାମିଲ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.