Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲିଠାରୁ ୧୩ ପର୍ଯ୍ୟନ୍ତ ଓଡ଼ି ଆର୍ଟରେ ଆନ୍ତର୍ଜାତୀୟ ଚିଲିକା ସେଲଡକ ଲୋକକଳା ମହୋତ୍ସବ
ଆଜିର ଖବର

ଆସନ୍ତାକାଲିଠାରୁ ୧୩ ପର୍ଯ୍ୟନ୍ତ ଓଡ଼ି ଆର୍ଟରେ ଆନ୍ତର୍ଜାତୀୟ ଚିଲିକା ସେଲଡକ ଲୋକକଳା ମହୋତ୍ସବ

November 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଗୁରୁବାର ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ସମ୍ମିଳନୀ କକ୍ଷରେ ୧୦ତମ ଆନ୍ତର୍ଜାତୀୟ ଚିଲିକା ସେଲଡକ ଲୋକକଳା ମହୋତ୍ସବ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ତଥା ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବରେ ବହୁ ମାନ୍ୟଗଣ ବ୍ୟକ୍ତିବିଶେଷ, ସୁଦୂର ଭିଏତନାମା, ଦକ୍ଷିଣ କୋରିଆ ଓ ଭାରତର ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କ କଳାକୃତି ପ୍ରଦର୍ଶନ ସାଙ୍ଗକୁ ନୃତ୍ୟ ଗୀତ ପରିବେଷଣ ଦୈନନ୍ଦିନ ଜାରି ରହିବା ନେଇ ଓଡ଼ିଆର୍ଟ ପକ୍ଷରୁ ସୂଚନା ଦେଇଛନ୍ତି।

ଯାହାକି ଉକ୍ତ ମହୋତ୍ସବ ମାଧ୍ୟମରେ ଓଡ଼ି ଆର୍ଟକୁ ଲୋକପ୍ରିୟତା କରିବା ମୁଳ ଲକ୍ଷ୍ୟ ଥିବାବେଳେ ପ୍ରାଚୀନ ପରମ୍ପରାକୁ ଉଦଜିବିତ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁଚାରୁରୂପେ ୧୦ତମ ଚିଲିକା ସେଲଡକ ଲୋକକଳା ମହୋତ୍ସବ ପାଳନ କରିବାନେଇ ଆଲୋଚନା କରିଥିଲେ।ଚଳିତ ବର୍ଷ ଏସିଆର ତାଳ ସଙ୍ଗୀତ ଓ ସଂଯୁକ୍ତ ବାଦ୍ୟ ମୁଖ୍ୟ ଆକର୍ଷଣ ରହିଥିବା ବେଳେ ଉକ୍ତ ମହୋତ୍ସବକୁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦଘାଟନ କରିବା ନେଇ ଓଡ଼ିଆର୍ଟ ପକ୍ଷରୁ ପ୍ରକାଶ ପାଇଛି।

ଏଥିସହିତ ଏହି ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ ସାଙ୍ଗକୁ ସ୍ଥାନୀୟ ଆଗ୍ରହୀ ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଟେରାକୋଟା, ପଟ୍ଟଚିତ୍ର, ଚାନ୍ଦୁଆ, ଏମ୍ବ୍ରାଇଡେରୀ, କାଇଞ୍ଚ ମାଳି ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯିବ। ଏଥିସହିତ ସଂଗ୍ରହାଳୟକୁ ସାର୍ବଜନୀନ କରାଯାଇଥିବା ସହ ବହୁ ପୁରାତନ ମୁଖା ହସ୍ତକଳା ପୁଣିଥରେ ଲୋକଙ୍କ ଆଦୃତି ଲାଭ କରୁ ଏବଂ କଳା ସଂସ୍କୃତି ଦେଶ ବିଦେଶରେ ପ୍ରତିଷ୍ଠା ଲାଭ କରିବାନେଇ ଓଡ଼ିଆର୍ଟ ଅଧ୍ୟକ୍ଷ ପି ସି ମହାନ୍ତି ସୂଚନା ଦେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆର୍ଟ କମିଟି ଅଧ୍ୟକ୍ଷ ସ୍ବେଦେଶ ପଟ୍ଟନାୟକ, ଉପ ସଭାପତି ସୁଧୀର କୁମାର ରାଉତ, ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ସାଉଥ କୋରିଆ ଫଟୋଗ୍ରାଫର ଚିଓଙ୍ଗଚୋ ଲି, ସାନଘୋ ରା, ପିକକ୍ୱାଙ୍ଗ ସିକ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ି ଆର୍ଟ ଚିଲିକା ବ୍ଲକ ପ୍ରସ୍ତୁତି ବୈଠକ ବଡ଼କୁଳ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.