
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।
ବୈଠକରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପତ୍ତଯୋଶୀ,ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, , ଉପ ଜିଲ୍ଲାପାଳ ଧର୍ମଗଡ ଧିମନ ଚକମା,ଲୋକସଭା ସାଂସଦ କଳାହାଣ୍ଡିଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା ,ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ି କୁ ଜବତ କରିବା ।ଗତ ଖରିଫ ରେ ମଣ୍ଡି ରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ,ଚାଷୀମାନେ କଟଣି ଛଟଣୀର ଶିକାର ନହେବା ପାଇଁ ବିଶେଷ ଧ୍ୟାନ ଦେବାକୁ କହିଥିଲେ।
ସଭାରେ ଗନି ବ୍ୟାଗର ଅସୁବିଧା,ମଣ୍ଡିରେ ବିଜୁଳି, ଭିତ୍ତିଭୂମି,ଆଶ୍ରୟ ସ୍ଥଳ,ଟୋକନ୍ ସମୟ ସୀମା, ସମସ୍ତ ବ୍ଲକରେ ଓଜନ ମେସିନ ର ଉପଲବ୍ଧି ଉପରେ ଆଲୋଚନା ହୋଇଥିଲା। ସଭାରେ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା ଅସୁବିଧାରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଚଳିତ ଖରିଫରେ ଗୋଲାମୁଣ୍ଡା ବ୍ଲକରୁ ନଭେମ୍ବର ୨୯ ତାରିଖରେ ପ୍ରଥମ ଧାନ କ୍ରୟ ଆରମ୍ଭ ହେବ। ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୧,୧୪,୭୫୮ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ୧,୭୬,୫୪୭ ହେକ୍ଟର ଧାନ ହୋଇଥିବା ଜମିରୁ ୮,୪୧,୪୧୦ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଖରିଫ ୨୦୨୪-୨୫ ରେ ଭବାନୀପାଟଣା ଓ ଧର୍ମଗଡ ସବ-ଡିଭିଜନ ରେ ୮୧ ଟି ପାକ୍ସ, ୨୨୩ଟି ଧାନ ସଂଗ୍ରହ କେନ୍ଦ୍ର, ୨୭ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ କରାଯିବ ।
ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୩୦୦/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୩୨୦/- ଟଙ୍କା ରଖାଯାଇଛି। ଚଳିତ ବର୍ଷ ସମସ୍ତ ମଣ୍ଡିରେ ଆପ ମାଧ୍ୟମରେ ଚାଷୀ ତାଙ୍କ ଅଭିଯୋଗ ଦେଇ ପାରିବେ। ଯାହା ଜିଲ୍ଲା ପାଳ ତୁରନ୍ତ ଦେଖି ଏବଂ ଉପଯୁକ୍ତ ପଦକ୍ଷେପ ନେବେ।
ଏହାଛଡା ବଡ଼ ମଣ୍ଡି ମାନଙ୍କରେ GRAIN Annalizer ଏବଂ ସମସ୍ତ ମଣ୍ଡି ମାନଙ୍କରେ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ର ଲଗାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।ସଭାରେ ବିଭାଗୀୟ ଅଧିକାରୀ, ଜିଲ୍ଲା ଚାଷୀ ପ୍ରତିନିଧ , ମିଲର ସଭାପତି,ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି, ପାକ୍ସ୍ କର୍ମକର୍ତ୍ତା ଉପସ୍ଥିତ ଥିଲେ ।