
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୈନାଚାର୍ଯ୍ୟ ରତ୍ନସୁନ୍ଦରସୁରୀଶ୍ୱରଜୀ ମହାରାଜ ସାହେବଙ୍କୁ ସାକ୍ଷାତ କରିଛନ୍ତି। ସମାଜ ସେବା ଏବଂ ଆଧ୍ୟାତ୍ମିକତା କ୍ଷେତ୍ରରେ ଜୈନାଚାର୍ଯ୍ୟ ରତ୍ନସୁନ୍ଦରସୁରୀଶ୍ୱରଜୀ ମହାରାଜ ସାହେବଙ୍କ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ଧୁଲେରେ ଜୈନାଚାର୍ଯ୍ୟ ରତ୍ନସୁନ୍ଦରସୁରୀଶ୍ୱରଜୀ ମହାରାଜ ସାହେବଙ୍କ ସହ ସାକ୍ଷାତ କଲି । ସମାଜ ସେବା ଏବଂ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଯୋଗଦାନ ପ୍ରଶଂସନୀୟ ଅଟେ । ସେ ମଧ୍ୟ ତାଙ୍କର ବହୁ ଲେଖା ପାଇଁ ପ୍ରଶଂସିତ।”