
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଧରାକୋଟ ଥାନ ଅନ୍ତର୍ଗତ ବରଡାବିଲି ଗ୍ରାମରେ ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ସୁଚନା ଅନୁଯାୟୀ ଉକ୍ତ ଗ୍ରାମର ଶିବରାମ ସାହୁ ଦୁରାରୋଗ୍ୟରେ ହୋଇ ମୃତ୍ୟୁ ବରଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବିଧବା ପତ୍ନୀ ଗୁଜୁରାଣ ମେଣ୍ଟାଇବା ପାଇଁ ଲୁଗା ସିଲେଇ କରି ନିଜର ୧୦ ବର୍ଷର ଝିଅକୁ ଧରି ରହୁଥିଲେ।
ଏହା ମଧ୍ୟରେ ନିହତ ବିଧବା ମହିଳା ସସ୍ମିତାଙ୍କ ସହ ନିଜ ପୁତୁରା ବଳରାମ ସାହୁ ସହିତ ବ୍ୟକ୍ତିଗତ ସମ୍ପର୍କ ବଢ଼ି ଚାଲିଥିଲା। କିନ୍ତୁ ଗତକାଲି ଦିନ ଦ୍ବିପହରରେ ହଠାତ ବଳରାମ ଖୁଡି ଘରକୁ ଆସି ଖୁଡି ସହିତ ପାଟି ତୁଣ୍ଡ କରିବା ସହ ସାଙ୍ଗରେ ଆଣିଥିବା ଏକ ଧାରୁଆ ଅସ୍ତ୍ରରେ ଖୁଡିର ଗଳା, ଛାତି ଓ ପେଟକୁ ବାରମ୍ବାର ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରି ଅସ୍ତ୍ର ସହ ସିଧା ଥାନାରେ ଆତ୍ମ ସମର୍ପଣ କରିଥିଲା।
ଏହି ଘଟଣା ପରେ ସସ୍ମିତାର ଶାଶୁ ତଥା ହତ୍ୟା ଅଭିଯୁକ୍ତର ଜେଜେ ମାଁ ତମାଳ ସାହୁ ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।