Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଜନସ୍ୱାସ୍ଥ୍ୟ ପରିଚାଳନା ପାଇଁ ଲୋକକୁ ସଶକ୍ତ କରିବାକୁ ରିଲାଏନ୍ସ ଫାଉଣ୍ଡେସନର ଉଦ୍ୟମ
ଆଜିର ଖବର

ଓଡ଼ିଶାରେ ଜନସ୍ୱାସ୍ଥ୍ୟ ପରିଚାଳନା ପାଇଁ ଲୋକକୁ ସଶକ୍ତ କରିବାକୁ ରିଲାଏନ୍ସ ଫାଉଣ୍ଡେସନର ଉଦ୍ୟମ

November 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବାତ୍ୟା ଦାନା ପରବର୍ତ୍ତୀ ସମୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଓ ତୃଣମୂଳ ସ୍ତରର ଅନୁଷ୍ଠାନଗୁଡ଼ିକ ସହ ମିଶି ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲା ସୋରଠାରେ ଜନସ୍ୱାସ୍ଥ୍ୟ ବିପଦ ପରିଚାଳନା ଉପରେ ପ୍ରଶିକ୍ଷକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୁରୁବାର ଭଦ୍ରକ ଜିଲ୍ଲା ତିହିଡ଼ିଠାରେ ମଧ୍ୟ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ନିରାପଦ ପାନୀୟ ଜଳ, ପରିମଳ ଏବଂ ସ୍ୱଚ୍ଛତା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଥିଲା, ଯାହା ବାତ୍ୟା ପ୍ରଭାବିତ ଲୋକଙ୍କ ମଧ୍ୟରେ ରୋଗ ପ୍ରକୋପକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ସ୍ଥାନୀୟ ପ୍ରଶିକ୍ଷକମାନଙ୍କୁ ଅତ୍ୟାବଶ୍ୟକ କୌଶଳ ଓ ଜ୍ଞାନ ପ୍ରଦାନ ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶାରେ ବାତ୍ୟା ଦାନା ତଥା ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ନେଇ ଉଦ୍ୟମ ଜାରି ରଖିଛି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାତ୍ୟା ଦାନା ଏବଂ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଦ୍ୱାରା ପ୍ରଭାବିତ ସ୍ଥାନୀୟ ଲୋକଙ୍କୁ ଫସଲ ସୁରକ୍ଷା ପଦକ୍ଷେପ, ପ୍ରଭାବିତ ଲୋକଙ୍କୁ ରିଲିଫ ପ୍ରଦାନ ସହାୟତା ଏବଂ ଜନସ୍ୱାସ୍ଥ୍ୟ ଅଭିଯାନ ଭଳି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ରିଲାଏନ୍ସ ଫାଉଣ୍ଡେସନର ବାତ୍ୟା ସମୟରେ ଓ ପରବର୍ତ୍ତୀ ସମୟରେ କାର୍ଯ୍ୟ ପାଇଁ ଅକ୍ଳାନ୍ତ ପ୍ରୟାସକୁ ଓଡ଼ିଶା ସରକାର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ଉଚ୍ଚ ପ୍ରଶଂସା କରିବା ସହ ସ୍ୱୀକୃତି ପ୍ରଦାନ କରିଛନ୍ତି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦାନା ବାତ୍ୟା ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯାଇଥିଲା। ବାତ୍ୟା ପ୍ରଭାବିତ ଲୋକଙ୍କ ସହ ଠିଆ ହୋଇ ରିଲାଏନ୍ସ ଫାଉଣ୍ଡେସନ ସରକାର ଏବଂ ଅନ୍ୟ ସଂଗଠନ ସହ ମିଶି କ୍ଷତିଗ୍ରସ୍ତଙ୍କୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାରେ ସାହାଯ୍ୟ କରିଛ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାଭାବିକତା ଫେରାଇଆଣିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ଅନ୍ୟ ସଂସ୍ଥା ଏବଂ ଲୋକମାନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିଛି। ବାତ୍ୟା ଦାନାର ପ୍ରଭାବ ଯେଭଳି ସର୍ବନିମ୍ନ ରହିବ ସେଥିନେଇ ତୁରନ୍ତ କାର୍ଯ୍ୟ କରିବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କର୍ତ୍ତୃପକ୍ଷ, ନାଗରିକ ସମାଜ ସଂଗଠନ ଏବଂ ଲୋକଙ୍କ ସହ ମିଳିତ ଭାବେ ଆଗୁଆ ପଦକ୍ଷେପ ନିଆଯାଇଥିଲା।

ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ତୁରନ୍ତ ରିଲାଏନ୍ସ ଫାଉଣ୍ଡେସନର କର୍ମଚାରୀ ଓ ଗୋଷ୍ଠୀ ସ୍ୱେଚ୍ଛାସେବୀମାନେ ଭଦ୍ରକ ଜିଲ୍ଲାରେ କର୍ତ୍ତୃପକ୍ଷଙ୍କ ସହ ହାତ ମିଳାଇ ରାସ୍ତା ଉପରେ ଭାଙ୍ଗିପଡିଥିବା ଗଛ ଓ ଅନ୍ୟ ଅବରୋଧ ସଫା କରିବା ସହ ଅତ୍ୟାବଶ୍ୟକ ଜନସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିବା ସମେତ ବାତ୍ୟା ପରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ନେଇ ବିବିଧ ପରାମର୍ଶ ଓ ସୂଚନା ପ୍ରଦାନ କରିଥିଲେ।

ଓଡିଶା ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

August 25, 2025

ଓୟୁଏଟି ର ୬୪ତମ ପ୍ରତିଷ୍ଠା ଦିବସ

August 25, 2025

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ତାରିଖ ସୋମବାରରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2025
Latest News

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

August 25, 2025

ଓୟୁଏଟି ର ୬୪ତମ ପ୍ରତିଷ୍ଠା ଦିବସ

August 25, 2025

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ତାରିଖ ସୋମବାରରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2025

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.