Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶୁଭ୍ରାଂଶୁ ପଣ୍ଡା ପାଇବେ ୪ର୍ଥ ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର, ‘ଇତର’ ପୁସ୍ତକ ପାଇଁ ମନୋନିତ
ଆଜିର ଖବର

ଶୁଭ୍ରାଂଶୁ ପଣ୍ଡା ପାଇବେ ୪ର୍ଥ ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର, ‘ଇତର’ ପୁସ୍ତକ ପାଇଁ ମନୋନିତ

November 10, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଶୁଭ୍ରାଂଶୁ ପଣ୍ଡା ପାଇବେ ୪ର୍ଥ ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର

ଭୁବନେଶ୍ବର: ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ୨୦୨୪ ମସିହା ପାଇଁ ଚତୁର୍ଥ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର’ ଘୋଷିତ ହୋଇଛି। ଚଳିତ ବର୍ଷର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଯୋଗ୍ୟ ବିବେଚିତ ହୋଇଛନ୍ତି।

ତାଙ୍କର ତୃତୀୟ ଉପନ୍ୟାସ ‘ଇତର’ ନିମନ୍ତେ ଶୁଭ୍ରାଂଶୁ ଏହି ପୁରସ୍କାର ପାଇବେ। ଡିସେମ୍ବର ୧୬ ତାରିଖରେ ଭୁବନେଶ୍ବର ଜୟଦେବ ଭବନ ପରିସରରେ ହେବାକୁ ଥିବା ପୁରସ୍କାର ପ୍ରଦାନ ଉତ୍ସବରେ ଶ୍ରୀ ପଣ୍ଡାଙ୍କୁ ମାନପତ୍ର ଓ ସ୍ମାରକୀ ସହ ୫୧ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପ୍ରତିଭା ରାୟ ଟ୍ରଷ୍ଟର ଉପସଭାପତି ଡ. ଆଦ୍ୟାଶା ଦାସ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ତଥା ବିଶିଷ୍ଟ ମୁଖ୍ୟଯନ୍ତ୍ରୀ ଅକ୍ଷୟ ଚନ୍ଦ୍ର ରାୟଙ୍କ ପୁଣ୍ୟ ସ୍ମୃତିରେ ପଚାଶ ବର୍ଷରୁ କମ୍ ବୟସର ଲେଖକଙ୍କୁ ୨୦୨୧ ମସିହାଠାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଚଳିତ ବର୍ଷ ବିଚାରକୁ ପୁରସ୍କାର ପାଇଁ ଗୃହୀତ ୧୬ଟି ଉପନ୍ୟାସ ମଧ୍ୟରୁ ୬ଟି ଉପନ୍ୟାସକୁ ପଥ୍ରମ ପର୍ଯ୍ୟାୟରେ ବିଚାରକୁ ନିଆଯାଇଥିଲା। ବିଚାରକ ମଣ୍ଡଳୀ ସେଥିମଧ୍ୟରୁ ପେନ୍‌ ଇନ୍‌ ବୁକ୍ସ, ଭୁବନେଶ୍ବର ଦ୍ବାରା ୨୦୨୧ ମସିହାରେ ପ୍ରକାଶିତ ଉପନ୍ୟାସ ‘ଇତର’କୁ ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି ବୋଲି ଡ. ଦାସ ସୂଚନା ଦେଇଛନ୍ତି।

ଶୁଭ୍ରାଂଶୁଙ୍କର ଉପନ୍ୟାସ ଇତର ଓଡ଼ିଶାରେ ତୃତୀୟଲିଙ୍ଗୀ ମଣିଷ ସମାଜର ପୀଡ଼ା ଓ ସଂଘର୍ଷର ମହାଗାଥା। ସମାଜ ଓ ପରିବାର ଦ୍ବାରା ପ୍ରତ୍ୟାଖ୍ୟିତ, ବିତାଡ଼ିତ ଓ ଲାଞ୍ଛିତ ହିଞ୍ଜଡ଼ା ଚରିତ୍ରର ଜୀବନଯାତ୍ରାକୁ ଅତି ନିକଟରୁ ନିରେଖି ସେ ଏ ଉପନ୍ୟାସଟି ରଚନା କରିଛନ୍ତି। ଏ ଉପନ୍ୟାସ ପାଇଁ ସେ ପୁରସ୍କାର ପାଉଥିବା ଜାଣି ଖୁସିବ୍ୟକ୍ତ କରିବା ସହ ପ୍ରତିଭା ରାୟ ଟ୍ରଷ୍ଟ ଓ ବିଚାରକମଣ୍ଡଳୀକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଶୁଭ୍ରାଂଶୁ ପଣ୍ଡା ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଆ କାହାଣୀ ଜଗତରେ ଅଛନ୍ତି। ତାଙ୍କର ତିନିଗୋଟି ଉପନ୍ୟାସ, ଦୁଇଟି ଗଳ୍ପ ସଂକଳନ ଓ ଗୋଟିଏ କବିତା ପୁସ୍ତକ ପ୍ରକାଶ ପାଇଛି। ଉଭୟ ଶୈଳୀ ଓ ବିଷୟ ଚୟନରେ ପରୀକ୍ଷାନିରୀକ୍ଷା ଓ ନୂଆପଣ ଦେଉଥିବା ଶୁଭ୍ରାଂଶୁଙ୍କ ଉପନ୍ୟାସ ଓ ଗଳ୍ପ ସବୁ ସମସାମୟିକ ସାମାଜିକ-ରାଜନୈତିକ ଆହ୍ବାନ ଉପରେ ପର୍ଯ୍ୟବସିତ। ତାଙ୍କର ପ୍ରଥମ ଉପନ୍ୟାସ ସୁସମାଚାର (୨୦୧୨) ଖ୍ରୀଷ୍ଟିୟାନ୍‌ ଧର୍ମ ପ୍ରଚାର (evangelism) ସମ୍ବନ୍ଧିତ ପ୍ରଥମ ଭାରତୀୟ ଉପନ୍ୟାସ ଏବଂ ଏହା ଓଡ଼ିଶାରେ ଧର୍ମୀୟ ଦ୍ବନ୍ଦ୍ବ ଓ ଶୋଷଣ ପ୍ରସଙ୍ଗରେ ଲିଖିତ ଏକ ତୀବ୍ର ବ୍ୟଞ୍ଜନା।

ଓଡ଼ିଶାର ନବ-ଶିଳ୍ପାୟନ ପ୍ରେକ୍ଷାପଟରେ ଲିଖିତ ତାଙ୍କର ଦ୍ବିତୀୟ ଉପନ୍ୟାସ ଶିଳ୍ପ ଭାଗବତ (୨୦୧୪) ଏକ ପ୍ରେମ ଓ ମୋହଭଙ୍ଗର କାହାଣୀ। ଏହା ଭିନ୍ନ ତାଙ୍କର ଗପ (୨୦୧୩) ଓ ବିସର୍ଜନ (୨୦୨୩) ନାମରେ ଦୁଇଟି ଗଳ୍ପ ସଂକଳନ ଥିବାବେଳେ ସୁଟକେସ (୨୦୧୨) କବିତା ସଂଙ୍କଳନ, ସଂପାଦିତ ଗଳ୍ପ ସଂକଳନ ଦେହ (୨୦୦୮), ଶହେସ୍ବର (୨୦୧୮), ଦେଶ (୨୦୨୪) ଓ ମିଳିତ ଗଳ୍ପ ସଂକଳନ ପର୍ବ (୨୦୧୦) ପ୍ରକାଶ ପାଇ ପାଠକୀୟ ଶ୍ରଦ୍ଧାଭାଜନ ହୋଇଛି। ସେ “ଓଡ଼ିଆ – ଜର୍ଣି ଅଫ୍‌ ଏ ଲାଙ୍ଗୁଏଜ୍” ଶୀର୍ଷକ ଓଡ଼ିଆ ଭାଷାକୁ ନେଇ ପ୍ରଥମ ଦ୍ବିଭାଷୀ ପ୍ରଦର୍ଶନ ଚିତ୍ରପୋଥି (Coffee Table Book)ର ଲେଖକ।

ନିଜର ଗଳ୍ପ ପାଣ୍ଡୁଲିପି ‘ଗପ’ ପାଇଁ ୨୦୦୭-୦୮ ମସିହା ନିମନ୍ତେ ସେ ଓଡ଼ିଶା ସରକାରଙ୍କଠାରୁ ସମ୍ମାନଜନକ ରାଜ୍ୟ ଯୁବ ପୁରସ୍କାର ଗ୍ରହଣ କରିଛନ୍ତି। ଏହା ଭିନ୍ନ ସେ ଭୁବନେଶ୍ବର ପୁସ୍ତକେମଳା ରବି ପଟ୍ଟନାୟକ ଗଳ୍ପ ପୁରସ୍କାର ୨୦୧୪, ଦ ସଣ୍ଡେ ଇଣ୍ଡିଆନ ଯୁବ ଉତ୍କର୍ଷ ସମ୍ମାନ ୨୦୧୨, ପ୍ରବାସୀ ଭାଷା ସମ୍ମାନ ୨୦୧୬, ପଠାଣି ସାମନ୍ତ ସାହିତ୍ୟ ପୁରସ୍କାର ୨୦୧୭, ବ୍ରହ୍ମପୁର ସାହିତ୍ୟ ସମ୍ମାନ ୨୦୧୮ ଓ ଶ୍ରୀ ସମ୍ମାନ ୨୦୨୩ ପାଇଛନ୍ତି।

ଜଣେ ସାମ୍ବାଦିକ ଭାବେ ଓଡ଼ିଶାର ପ୍ରମୁଖ ଖବରକାଗଜ ଓ ଟିଭି ଚ୍ୟାନେଲ ସହ ୧୦ ବର୍ଷ କାମ କରିବା ପରେ ୨୦୧୫ରେ ସେ ଚାକିରିରୁ ଅବ୍ୟାହତି ନେଇ ନିଜର ଔଦ୍ୟୋଗିକ ଯାତ୍ରା ଆରମ୍ଭ କଲେ। ୨୦୦୬ ମସିହାଠାରୁ ସେ ପେନ୍ ଇନ୍ ବୁକ୍ସ ନାମରେ ଏକ ପ୍ରକାଶନ ସଂସ୍ଥାର ମୁଖ୍ୟ ଅଛନ୍ତି।

ସେ ସାରସ୍ବତ ବିପ୍ଳବ, ସମକାଳ, ସାହିତ୍ୟ ଖବର ଓ ପୁସ୍ତକମେଳା ଖବର ପରି କେତୋଟି ପତ୍ରିକାର ସଂପାଦନା ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ଶୁଭ୍ରାଂଶୁ ସପରିବାର ଭୁବନେଶ୍ବରରେ ରହନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃଆରୀ ୧ରୁ ମହଙ୍ଗା ହେବ ସିଗାରେଟ୍ ପିଇବା: ଉତ୍ପାଦ ଶୁଳ୍କ ବୃଦ୍ଧି କଲେ ସରକାର 

January 1, 2026

ନୂଆବର୍ଷର ପ୍ରଥମ ଦିନରେ ମହଙ୍ଗା ମାଡ଼: ୧୧୧ ଟଙ୍କା ବୃଦ୍ଧି ପାଇଲା LPG ସିଲିଣ୍ଡରର ମୂଲ୍ୟ

January 1, 2026

ଆଣ୍ଟିବାୟୋଟିକର ବ୍ୟବହାର ନେଇ ସଚେତନ କଲେ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

January 1, 2026

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

January 1, 2026
Latest News

ଫେବୃଆରୀ ୧ରୁ ମହଙ୍ଗା ହେବ ସିଗାରେଟ୍ ପିଇବା: ଉତ୍ପାଦ ଶୁଳ୍କ ବୃଦ୍ଧି କଲେ ସରକାର 

January 1, 2026

ନୂଆବର୍ଷର ପ୍ରଥମ ଦିନରେ ମହଙ୍ଗା ମାଡ଼: ୧୧୧ ଟଙ୍କା ବୃଦ୍ଧି ପାଇଲା LPG ସିଲିଣ୍ଡରର ମୂଲ୍ୟ

January 1, 2026

ଆଣ୍ଟିବାୟୋଟିକର ବ୍ୟବହାର ନେଇ ସଚେତନ କଲେ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

January 1, 2026

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

January 1, 2026

ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ RVR ପ୍ରୋଜେକ୍ଟସର ଏମ୍.ଡି.

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.