Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଜେଇ ହେଉଛି ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟ, ଦୀର୍ଘ ୧୮ ବର୍ଷ ପରେ ଆସୁଛି ‘ନାକ’ ଟିମ
ଆଜିର ଖବର

ସଜେଇ ହେଉଛି ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟ, ଦୀର୍ଘ ୧୮ ବର୍ଷ ପରେ ଆସୁଛି ‘ନାକ’ ଟିମ

November 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ସଜେଇ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ପୁରାତନ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ। ଦୀର୍ଘ ୧୮ ବର୍ଷ ପରେ ମହାବିଦ୍ୟାଳୟ ପରିଦର୍ଶନକୁ ଆସିବ ‘ନାକ’ ଟିମ। ଚଳିତ ୧୨ ଏବଂ ୧୩ ତାରିଖରେ ଦୁଇ ଦିନଆ ଗସ୍ତରେ ଆସି ମହାବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷାର ଗୁଣବତ୍ତା, ପ୍ରଶାସନିକ ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ ସୁବିଧା ଗୁଡିକ ପରଖିବ ଏହି ଟିମ। ସେମାନଙ୍କ ରିପୋର୍ଟ ଆଧାରରେ ମହାବିଦ୍ୟାଳୟକୁ ମିଳିବ ନାକ୍‌ ଗ୍ରେଡ୍।

ତେବେ ନାକ୍‌ ଟିମ୍ ଗସ୍ତକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏଥିପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯାଇ ଦାୟିତ୍ବ ଦିଆଯାଇଛି। ବିଶେଷକରି ଚଳିତ ବର୍ଷ ଯୁଦ୍ଧକାଳୀନ ଭିତ୍ତିରେ ନୂତନ ଭାବେ ଗଠିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଘକୁ ପଞ୍ଜିକୃତ କରାଯାଇଛି।

ଉକ୍ତ ସଂଘର ସଭାପତି ଜିତେନ୍ଦ୍ର ଭୋଳ, ଉପ ସଭାପତି ଅମରେନ୍ଦ୍ର ରଣସିଂହ, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା, ନାକ ଟିମ କୋଡ଼ିନେଟର ଡ଼ ସୁର ପ୍ରସାଦ ନରେନ୍ଦ୍ର ସିଂ ବର୍ମା, ମୁଖ୍ୟ କିରାଣୀ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ମାନେ ନାକ ଟିମ ଗସ୍ତକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟକୁ କିପରି ଉନ୍ନତ ଗ୍ରେଡ୍ ମିଳିବ ସେ ଦିଗରେ ଅହରହ କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ଗୋଦାବରୀଶ ମହାବିଦ୍ୟାଳୟକୁ ଉନ୍ନତମାନର ନାକ ଗ୍ରେଡ଼ ମିଳିବାପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସମସ୍ତ ସହଯୋଗ ଜାରି ରଖିଛନ୍ତି ଆଇନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ। ଏଥିନିମନ୍ତେ ମାନ୍ୟବର ମନ୍ତ୍ରୀଙ୍କୁ ମହାବିଦ୍ୟାଳୟ କର୍ମକର୍ତ୍ତା ଓ ପୁରାତନ ଛାତ୍ର ସଂଘ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ, ୧୯୬୩ ମସିହାରେ ସ୍ଥାପିତ ଉକ୍ତ ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ ମହାବିଦ୍ୟାଳୟ ହୋଇଥିବାବେଳେ ଏଠାରେ ବର୍ତ୍ତମାନ ପାଖାପାଖି ୨ହଜାର ୬୦୦ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ତେବେ ଶେଷଥର ପାଇଁ ୨୦୦୬ ମସିହାରେ ଉକ୍ତ ମହାବିଦ୍ୟାଳୟକୁ ନାକ ଟିମ ପରିଦର୍ଶନରେ ଆସି ଏହାକୁ ‘ବି’ ଗ୍ରେଡ଼ ପ୍ରଦାନ କରିଥିଲେ।

'ନାକ' ଟିମ ଖୋର୍ଦ୍ଧା ଜିଲ୍ଲା ଗୋଦାବରୀଶ ମହାବିଦ୍ୟାଳୟ ପୁରାତନ ଶିକ୍ଷାନୁଷ୍ଠାନ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ଏହି ଚୀନ୍ ଆପ୍!: ଖୁବ୍‌ଶୀଘ୍ର ହୋଇପାରେ ବ୍ୟାନ୍, ଯାଞ୍ଚ କରନ୍ତୁ ଆପଣଙ୍କ ଫୋନ୍‌

July 21, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 21, 2025

ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ଅଡୁଆରେ କଂଗ୍ରେସ

July 21, 2025

ସେୟାର ବଜାରରେ ଲାଗିଲା ଲଟେରୀ! ଗୋଟିଏ ଦିନରେ ୭୯ କୋଟି ପାଇଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

July 21, 2025
Latest News

ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ଏହି ଚୀନ୍ ଆପ୍!: ଖୁବ୍‌ଶୀଘ୍ର ହୋଇପାରେ ବ୍ୟାନ୍, ଯାଞ୍ଚ କରନ୍ତୁ ଆପଣଙ୍କ ଫୋନ୍‌

July 21, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 21, 2025

ଟ୍ରମ୍ପ୍ ଙ୍କ ଦାବିର ପର୍ଦ୍ଦାଫାସ କଲେ ପାକ୍ ବିଶେଷଜ୍ଞ: ଭାରତର ଅପରେସନ୍ ସିନ୍ଦୂର ଉପରେ କହିଲେ ଗୁରୁତ୍ୱପୂର୍ଣ୍ଣ କଥା

July 21, 2025

ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ଅଡୁଆରେ କଂଗ୍ରେସ

July 21, 2025

ସେୟାର ବଜାରରେ ଲାଗିଲା ଲଟେରୀ! ଗୋଟିଏ ଦିନରେ ୭୯ କୋଟି ପାଇଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.