Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳା ଉଦଘାଟିତ
ଆଜିର ଖବର

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳା ଉଦଘାଟିତ

November 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଶିଳ୍ପ ବିପ୍ଳବ ୪.୦ ଆମର ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱମାନର କରିବା ପାଇଁ ଏକ ବଡ ସୁଯୋଗ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଆମକୁ ଅଭିନବ ମଡେଲ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ମଜଭୂତ୍ କରିବାକୁ ହେବ। ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଏକ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବାକୁ ପଡ଼ିବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ କର୍ମଶାଳାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିବା ସହ କହିଛନ୍ତି, ଏହି କର୍ମଶାଳା ଉତ୍ତମ ଶୈକ୍ଷିକ ବିଚାରବିମର୍ଶ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ବିଶେଷ ଭାବରେ ଶିକ୍ଷା ଦ୍ୱାରା କିପରି ଜୀବନଯାପନକୁ ଅଧିକ ସୁଗମ କରିବ, ତାହାର ମାର୍ଗ ଅଧିକ ପ୍ରଶସ୍ତ କରିବା ପାଇଁ ଆଜିର କର୍ମଶାଳା ତାହାର ଏକ ମାଧ୍ୟମ ହେବ। ଆଜିର ଏହି କାର୍ଯ୍ୟକ୍ରମ ଦେଶରେ ମୁଣ୍ଡପିଛା ଆୟ ବୃଦ୍ଧି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିର୍ଦ୍ଧାରିତ ଜାତୀୟ ପ୍ରାଥମିକତା ହାସଲ କରିବାରେ ଯଥେଷ୍ଟ ଉନ୍ନତି ଆଣିପାରିବ।

ଏହି ଅବସରରେ ଏକାଡେମିକ୍ ଲିଡର୍ ଓ ପ୍ରଶାସକମାନଙ୍କ ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଦୃଷ୍ଟି ଦେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏଗୁଡ଼ିକ ହେଉଛି ଅଭିନବ ପାଣ୍ଠି ମାଧ୍ୟମରେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସୁଦୃଢ଼ କରିବା, ଶିଳ୍ପର ଚାହିଦା ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆବଶ୍ୟକତା ଏବଂ ଆକାଂକ୍ଷା ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ କରିବା ସହ ଥିଙ୍କ୍ ଟ୍ୟାଙ୍କ ସ୍ଥାପନ କରିବା। ଅନୁରୂପ ଭାବରେ ବୈଶ୍ୱିକ ସମସ୍ୟାର ସମାଧାନରେ ନେତୃତ୍ୱ ନେବା ପାଇଁ ଗବେଷଣା ଏବଂ ନବସୃଜନ ପାଇଁ ଏକ ବହୁବିଭାଗୀୟ ଆଭିମୁଖ୍ୟ ଗ୍ରହଣ କରିବା; ପ୍ରତିଷ୍ଠିତ କେନ୍ଦ୍ର ଓ ରାଜ୍ୟର ଅନୁଷ୍ଠାନଗୁଡ଼ିକ ସହିତ ସହଯୋଗ ମାଧ୍ୟମରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକାଡେମିକ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ କ୍ରୀଡ଼ା, ବକ୍ତୃତା, କବିତା, ନାଟକ, କଳା ମାଧ୍ୟମରେ କ୍ୟାମ୍ପସର ଜୀବନ୍ତତାକୁ ପୁନରୁଦ୍ଧାର କରିବା ଏବଂ ଏହି ଅଣ-ଶିକ୍ଷାଗତ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବାକୁ ହେବ।

ଶ୍ରୀ ପ୍ରଧାନ ଭାରତୀୟ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଛାତ୍ରଛାତ୍ରୀଙ୍କ ପ୍ରତି ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ନେବା ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡିବ।

ଏହି ଦୁଇ ଦିନିଆ କର୍ମଶାଳାରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା- ଆହ୍ୱାନ ଏବଂ ରୋଡମ୍ୟାପ୍ ବିଷୟବସ୍ତୁ ଉପରେ ୧୪ଟି ବୈଷୟିକ ଅଧିବେଶନ ; ଶିକ୍ଷାରେ ବୈଷୟିକ ଜ୍ଞାନକୌଶଳ; ଶିକ୍ଷା କ୍ଷେତ୍ରରେ ସହଯୋଗ; ଡିଜିଟାଲ ଶାସନ; ଦକ୍ଷତା ବିକାଶ ଏବଂ ନେତୃତ୍ୱ; ଏବଂ ଉଚ୍ଚଶିକ୍ଷାର ଅର୍ଥ ଯୋଗାଣ ବିଶିଷ୍ଟ ପ୍ୟାନେଲିଷ୍ଟଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଯାଉଛି।

ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାରଙ୍କ ସମେତ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ସଚିବ, ଅତିରିକ୍ତ ଶାସନ ସଚିବ, ୟୁଜିସିର ଅଧ୍ୟକ୍ଷ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ, ଶିକ୍ଷାବିତ୍, ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଚ୍ଚ ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନ ବୈଷୟିକ ଶିକ୍ଷା ରାଷ୍ଟ୍ରୀୟ କର୍ମଶାଳା ଶିଳ୍ପ ବିପ୍ଳବ ୪.୦
Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

June 20, 2026
Latest News

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.