Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ସୁଭଦ୍ରା” ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ ସଂପର୍କିତ ସମୀକ୍ଷା ବୈଠକ
ଆଜିର ଖବର

“ସୁଭଦ୍ରା” ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ ସଂପର୍କିତ ସମୀକ୍ଷା ବୈଠକ

November 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଗାମୀ ନଭେମ୍ବର ୨୪ ତାରିଖରେ “ସୁଭଦ୍ରା” ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ମିଳିବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ  ପାଇଁ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ହିତାଧିକାରୀଙ୍କ  ଆକାଉଣ୍ଟକୁ କିପରି ଅର୍ଥ ଯିବ, ସେଥିପାଇଁ ପ୍ରସ୍ତୁତି ଓ ସୁବ୍ୟବସ୍ଥା ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ  ମଧ୍ୟରେ  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଯୋଗଦେଇଥିବା ବେଳେ ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବିଡିଓମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

ପଞ୍ଜୀକରଣ କରିଥିବା ଅଥଚ ବ୍ୟାଙ୍କ ଏବଂ ଆଧାର ସଂଯୋଗୀକରଣ ଜନିତ ସମସ୍ୟା ଯୋଗୁଁ  ବାଦ ପଡିଥିବା ହିତାଧିକାରୀମାନଙ୍କର ସମସ୍ୟାକୁ ସମାଧାନ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ସିପିଆଇ (ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ) ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଅର୍ଥ ପ୍ରେରଣବେଳେ ଯେଉଁମାନଙ୍କର ତୃଟି ଦେଖା ଦେଇଥିଲା, ତାହାକୁ ଅନୁଧ୍ୟାନ କରାଯିବ। ଏଥିପାଇଁ ହିତାଧିକାରୀଙ୍କ ନିମନ୍ତେ ବ୍ଲକସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଯାଞ୍ଚ କମିଟି, ପୌରାଂଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କମିଟି ଏବଂ ମହାନଗର ନିଗମରେ ମୁନିସିପାଲ କମିଶନରଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କମିଟି ଦ୍ୱାରା ଆବେଦନ ଯାଞ୍ଜ ପରେ ଦରଖାସ୍ତଗୁଡ଼ିକୁ  ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯାଂଚ ଓ ଅନୁମୋଦନ ପରେ ହିତାଧିକାରୀଙ୍କ ତାଲିକା ବିଭାଗକୁ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯିବା ନେଇ ମାନକ ନିର୍ଦ୍ଧାରଣ ପଦ୍ଧତି (ଏସଓପି) ସ୍ଥିର କରାଯାଇଛି। ହିତାଧିକାରୀଙ୍କୁ ସହାୟତା ପାଇଁ ସମସ୍ତ ଜିଲ୍ଲାରେ  ସୁଭଦ୍ରା ହେଲ୍‌ପ ଡେସ୍କମାନ  କାର୍ଯ୍ୟ କରୁଛି। କ୍ଷେତ୍ରସ୍ତରରେ ଯାଂଚ ଟିମ୍ ମାନେ  ଆବେଦନଗୁଡିକୁ ଯାଂଚ କରିବେ।

ଯାଂଚ ପ୍ରକ୍ରିୟା ଯେପରି ସ୍ୱଚ୍ଛ ଓ ନିରପେକ୍ଷ ରହିବ ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ଯେପରି କୌଣସି ଜଣେ  ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଅର୍ଥ ପାଇବାରୁ ବଂଚିତ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର  ଗୁରୁତ୍ୱ ଦେଇଛନ୍ତି। ଅଦ୍ୟାବଧି ୧ କୋଟି ୩ ଲକ୍ଷ ୬୨ ହଜାର ୩୭୭ ଟି ସୁଭଦ୍ରା ଆବେଦନ ଗ୍ରହଣ କରାଯାଇଥିବା ବେଳେ ପ୍ରଥମ ଓ ୨ୟ ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ  ପ୍ରଥମ କିସ୍ତି ସହାୟତା ରାଶି ପ୍ରଦାନ କରାଯାଇଛି।

ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ପ୍ରଭାତୀ ପରିଡା ସମୀକ୍ଷା ବୈଠକ ସୁଭଦ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Latest News

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026

ବାୟୁ ଶକ୍ତି ଅଭ୍ୟାସ: ନିଜର କ୍ଷମତା ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.