Categories
ଆଜିର ଖବର ଜାତୀୟ ଖବର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ୨୦୨୪ ପାଇଁ ନାମାଙ୍କନପତ୍ର ଦାଖଲ ଆଜି ଠାରୁ ଆରମ୍ଭ ହେବ। ଲୋକସଭା ନିର୍ବାଚନ ୨୦୨୪ରେ ହେବାକୁ ଥିବା ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସଂସଦୀୟ କ୍ଷେତ୍ର (ପିସି) ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମତଦାନ ସ୍ଥଗିତ ରହିଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ପିସି ନିର୍ବାଚନ ପାଇଁ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ।

ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ସ୍ଥଗିତ ନିର୍ବାଚନ ସହ ଏହି ୯୪ଟି ସଂସଦୀୟ କ୍ଷେତ୍ରରେ ମତଦାନ ୦୭.୦୫.୨୦୨୪ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ନିର୍ବାଚନ ବହୁଜନ ସମାଜ ପାର୍ଟିର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ସ୍ଥଗିତ ରଖାଯାଇଥିଲା।

ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ହେଲା ଆସାମ, ବିହାର, ଛତିଶଗଡ଼, ଦାଦରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉ, ଗୋଆ, ଗୁଜରାଟ, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଲୋକସଭା ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ୨୦୨୪ ପାଇଁ ନାମାଙ୍କନପତ୍ର ଦାଖଲ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଲୋକସଭା ନିର୍ବାଚନ ୨୦୨୪ରେ ହେବାକୁ ଥିବା ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସଂସଦୀୟ କ୍ଷେତ୍ର (ପିସି) ପାଇଁ ଆସନ୍ତାକାଲି ଅର୍ଥାତ୍ ୧୨.୦୪.୨୦୨୪ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମତଦାନ ସ୍ଥଗିତ ରହିଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ପିସି ନିର୍ବାଚନ ପାଇଁ ମଧ୍ୟ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ।

ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ସ୍ଥଗିତ ନିର୍ବାଚନ ସହ ଏହି ୯୪ଟି ସଂସଦୀୟ କ୍ଷେତ୍ରରେ ମତଦାନ ୦୭.୦୫.୨୦୨୪ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ନିର୍ବାଚନ ବହୁଜନ ସମାଜ ପାର୍ଟିର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ସ୍ଥଗିତ ରଖାଯାଇଥିଲା।

ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ହେଲା ଆସାମ, ବିହାର, ଛତିଶଗଡ଼, ଦାଦରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉ, ଗୋଆ, ଗୁଜରାଟ, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ।

Categories
ଆଞ୍ଚଳିକ

ତୃତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହେଲା ମତଦାନ: ଚିଲିକାରେ ୯୬ ହଜାରରୁ ଉର୍ଦ୍ଧ୍ଵ ଭୋଟର ସାବ୍ୟସ୍ତ କରିବେ ଅଧିକାର

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଖୋରଧା ଜିଲ୍ଲା ଚିଲିକା ବ୍ଲକରେ ଅନୁଷ୍ଠିତ ହେବ। ଏଥିପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଯାଇଛି।

ଭୋଟିଂ କାର୍ଯ୍ୟ କିଭଳି ସୁରୁଖୁରୁରେ ସଂପାଦନ କରାଯିବ ସେ ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ସ୍ଥାନୀୟ ବ୍ଲକ୍ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ୧୭ ଟି ପଂଚାୟତରେ ମୋଟ ୨୨୫ ବୁଥ୍ ରହିଛି। ୨୨୫ ବୁଥ୍ ପାଇଁ ୨୨୫ ଜଣ ପ୍ରିଜାଇଡ଼ିଂ ଅଫିସର ଓ ୨ ଜଣ ଲେଖା ପୋଲିଂ ଅଫିସର ନିୟୋଜିତ ହେବେ। ପୋଲିଂ ପାର୍ଟି ମତଦାନ କେନ୍ଦ୍ରରେ ପହଁଚିବା ଠାରୁ ମତଦାନ ପରେ ବ୍ଲକ୍ କୁ ପୁଲିଂ ବାକ୍ସ ଆସିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ସମାପନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ ପାଇଁ ୧୭ ସେକ୍ଟର ଅଫିସରଙ୍କୁ ଦିଆଯାଇଛି ଦାୟିତ୍ୱ ଦିଆଯାଇଛି। ଏଥର ବ୍ଲକରେ ୨ ଟି ପିଙ୍କ୍ ବୁଥ୍ କରାଯାଇଛି।

ତେବେ ଚିଲିକା ବ୍ଲକରେ ମୋଟ ୯୬ ହଜାର ୨୨୯ ଭୋଟର ନିଜର ଅଧିକାର ସାବ୍ୟସ୍ତ କରିବେ। ମୋଟ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୫୦ ହଜାର ୫୪୮ ଥିବା ବେଳେ ମହିଳା ଭୋଟର ସଂଖ୍ୟା ୪୫ ହଜାର ୬୭୯ ଜଣ ଅଛନ୍ତି। ସେହିଭଳି  ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨ ଜଣ ଅଛନ୍ତି।

ବ୍ଲକ୍ ରେ ମୋଟ ୧୭ ଗୋଟି ପଞ୍ଚାୟତରେ ମୋଟ ବୁଥ୍ ସଂଖ୍ୟା ୨୨୫ ରହିଛି। ଏଥିରେ ୬୮ ଟି ବୁଥ୍ କୁ ଅତି ଉତ୍ତେଜନାପୂର୍ଣ୍ଣ ଚିହ୍ନଟ କରାଯାଇଛି। ଏହି ବ୍ଲକରେ ଜିଲ୍ଲା ପରିଷଦ ଜୋନ ସଂଖ୍ୟା ୩ ରହିଥିବା ବେଳେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି।

ସେହିଭଳି ୧୭ ଟି ପଞ୍ଚାୟତର ୫୬ ଜଣ ପ୍ରାର୍ଥୀ ସରପଞ୍ଚ ଭାବେ ନିର୍ବାଚନ ଲଢୁଥିବା ବେଳେ ୪୩ ଜଣ ପ୍ରାର୍ଥୀ ସମିତିସଭ୍ୟ ପଦବୀ ଏବଂ ୩୨୯ ଜଣ ପ୍ରାର୍ଥୀ ଓାର୍ଡମେମ୍ବର ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତରଣ କରିଛନ୍ତି। ଆଜି ସକାଳ ୭ ଟାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଜାରି ରହିବ।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୧୭୧ଟି ଜିଲ୍ଲା ପରିଷଦ ପାଇଁ ହେବ ମତଦାନ

ଭୁବନେଶ୍ବର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହେବ। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଆଜି ୨୯ ଟି ଜିଲ୍ଲାର ୬୩ଟି ବ୍ଲକରେ ଏହି ନିର୍ବାଚନ ହେବ। ଏଥିରେ ୧୭୧ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେବ। ଏଥିସହିତ ୧ ହଜାର ୩୮୨ଟି ପଞ୍ଚାୟତରେ ନିର୍ବାଚନ ହେବ। ଏଥିପାଇଁ ୧୮ ହଜାର ୪୯୫ ଟି ବୁଥର ବନ୍ଦୋବସ୍ତ କରାଯାଇଛି।  ଏହି ଗଣତନ୍ତ୍ର ପର୍ବର ତୃତୀୟ ପର୍ଯ୍ୟାୟରେ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବସ୍ୟ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ତୃତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ତୁମେମାନେ ବଡ ବଡ ସ୍ବପ୍ନ ଦେଖ । ତୁମ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ବପ୍ନକୁ ସାକାର କର। ତୁମର ସଫଳତା ଆମ ସମାଜର ଗୌରବ। ବିଦ୍ୟାଳୟର ଗୌରବ। ପରିବାରର ଗୌରବ। ତେଣୁ ତୁମ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ ଜାରି ରଖ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିବା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ। ଆଜି ସୁଦ୍ଧା ୩୦ଟି ସ୍କୁଲ ଲୋକାର୍ପିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏ ରୂପାନ୍ତର ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବାରେ ପ୍ରୋତ୍ସାହିତ କରିବ। ପିଲାମାନଙ୍କ ଖୁସି ଓ ଉତ୍ସାହରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲଗୁଡିକର ଏହି ନୂଆ ସୁଯୋଗ ଓ ନୂଆ ପରିବେଶ ପିଲାମାନଙ୍କୁ ସ୍କୁଲକୁ ଆସିବାପାଇଁ ଓ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିପାରିଛି। ପିଲାମାନଙ୍କର ଏହି ଆଗ୍ରହ ହିଁ ସେମାନଙ୍କ ସଫଳତା ପାଇଁ ନୂଆ ରାସ୍ତା ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି –

(୧) ଗଣେଷ ବିଦ୍ୟାପୀଠ, ଗଣ୍ଡୋଳ ପଞ୍ଚାୟତ ।
(୨) କୃଷ୍ଣଛାଇ ହାଇସ୍କୁଲ, କୃଷ୍ଣଛାଇ ପଞ୍ଚାୟତ
(୩) ଅଲପୁର ହାଇସ୍କୁଲ, ରଲବା ପଞ୍ଚାୟତ
(୪) ପଞ୍ଚାୟତ ହାଇସ୍କୁଲ, ଅଲାରିଗଡା ପଞ୍ଚାୟତ
(୫) ସରକାରୀ ହାଇସ୍କୁଲ, କଞ୍ଚୁରେ ପଞ୍ଚାୟତ
(୬) ଧବଳପୁର ହାଇସ୍କୁଲ, ଧବଳପୁର ପଞ୍ଚାୟତ
(୭) ସମଲାଇ ବିଦ୍ୟାପୀଠ, ପୋଡିଙ୍ଗି, ବୁରୁପଡା ପଞ୍ଚାୟତ
(୮) ଗୋବିନ୍ଦପୁର ହାଇସ୍କୁଲ, ଗୋବିନ୍ଦପୁର ପଞ୍ଚାୟତ
(୯) କୁରୁଲା ସରକାରୀ ହାଇସ୍କୁଲ, କୁରୁଲା ପଞ୍ଚାୟତ
(୧୦) ସାରୁ ହାଇସ୍କୁଲ, ସାରୁ ପଞ୍ଚାୟତ

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ ସମୟ।
ତେଣୁ ଏହି ସମୟର ସଦୁପଯୋଗ କରି ନିଜ ପ୍ରତିଭାର ବିକାଶ ପାଇଁ ପିଲାମାନେ ଉଦ୍ୟମ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରଣ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବୁଝାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ। ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ।

ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ ଗୋଟିଏ ନିର୍ବାଚନ ମଣ୍ଡଳୀ ର ସମସ୍ତ ସରକାରୀ ବିଦ୍ୟାଳୟ ର ରୂପାନ୍ତରୀକରଣ ରେ ହିଞ୍ଜିଳି ସାରା ଦେଶରେ ପ୍ରଥମ। ୫-ଟି ସଚିବ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ନିକିତା, ସ୍ମୃତି ରାଣୀ, ଶିବାନୀ, ଅଞଳି, ଶାଶ୍ବତୀ ସମୀରଣ, ପୂର୍ଣ୍ଣଚନ୍ଦ୍ର ପ୍ରମୁଖ ଛାତ୍ରଛାତ୍ରୀ ରୂପାନ୍ତର କିପରି ପାଠ ପ୍ରତି ସେମାନଙ୍କ ଆଗ୍ରହ ଦ୍ବିଗୁଣିତ କରିଛି ତାହା ବର୍ଣ୍ଣନା କରିଥିଲେ।

ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରୀଶ୍ରୀ ବିକ୍ରମ କେଶରୀ ଆରୁଖ ଅରୁଣ ସାହୁ, ତୁଷାର କାନ୍ତି ବେହେରା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଏମ୍ ପି ପ୍ରମିଳା ବିଶୋଇ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ। ଗଞ୍ଜାମ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ସମୟ ନିର୍ଦ୍ଧାରଣ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ବିଏମସି ସମୟ ନିର୍ଦ୍ଧାରଣ କରିଛି। ଟୀକାକରଣକୁ ଦୁଇଟି ପର୍ଯ୍ୟାୟରେ ଭାଗ କରାଯାଇଛି।

ପ୍ରଥମ ଭାଗରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା ବେଳେ ଦ୍ଵିତୀୟ ଭାଗରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ସକାଳ ୮ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ହେବ। ଏବଂ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ଦିଆଯିବ।

ତେବେ ଟୀକାକରଣ ପାଇଁ ଭୁବନେଶ୍ବରରେ ୨୬ ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅପରପକ୍ଷରେ କୌଣସି ବ୍ୟକ୍ତି ପଞ୍ଜୀକରଣ ବିନା ଟୀକା ଦିଆଯିବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି, ସେମାନେ କୋୱିନ ପୋର୍ଟାଲରେ ପଞ୍ଜୀକରଣ କରି ଟୀକାକରଣରେ ସାମିଲ ହୁଅନ୍ତୁ ବୋଲି କମିଶନର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସଫଳ ହେଲା ତୃତୀୟ ପର୍ଯ୍ୟାୟ ଟୀକାକରଣର ଟ୍ରାଏଲ୍ ରନ୍: ପଞ୍ଜୀକରଣ କରିଥିବା ବ୍ୟକ୍ତି ୩ ରୁ ନେବେ ଟୀକା

ଭୁବନେଶ୍ଵର: ଭୁବନେଶ୍ଵରରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ଟୀକାକରଣର ଟ୍ରାଏଲ୍ ରନ୍ ସଫଳ ହୋଇଛି। ଆଜି ଆଇଆରସି ଭିଲେଜ ମେଡିକାଲରୁ ଟ୍ରାଏଲ୍ ରନ୍ ଆରମ୍ଭ ହୋଇଥିଲା। ଏହି ଟ୍ରାଏଲ୍ ରନ୍ ରେ ୫୦ ଜଣ ଟୀକା ନେଇଥିଲେ।

ତେବେ ମେ ୩ ତାରିଖରୁ ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ଆରମ୍ଭ ହେବ। ପଞ୍ଜୀକରଣ କରିଥିବା ବ୍ୟକ୍ତି ହିଁ କେବଳ ମେ’ ୩ ରୁ ଟୀକା ନେଇପାରିବେ। ଆଜି ଅପରାହ୍ନରୁ ସ୍ଲଟ ଅଫ ଆପଏଣ୍ଟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲରେ ଟୀକାକରଣ କରାଯିବ। ଏକ ସାଙ୍ଗରେ ୪୫ ରୁ ଉର୍ଦ୍ଧ୍ଵ ଏବଂ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟୀକା ଦିଆଯିବ। ସେଥିପାଇଁ ଉଭୟ ବର୍ଗ ପାଇଁ ମେଡିକାଲରେ ଅଲଗା ଅଲଗା ବ୍ୟବସ୍ଥା କରାଯିବ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା: ଜାଣନ୍ତୁ କୋୱିନ୍ ପୋର୍ଟାଲରେ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ବର: ମେ’ ୧ ତାରିଖରୁ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟୀକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛି। ସେଥିପାଇଁ ଅଜିଠୁ କୋୱିନ୍ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ପଞ୍ଜୀକରଣ ବିନା କୌଣସି ବ୍ୟକ୍ତିଙ୍କୁ ଟୀକା ଦିଆଯିବ ନାହିଁ।

ତେବେ ଟୀକା ନେବାକୁ ହେଲେ କେମିତି କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ? ଜାଣନ୍ତୁ…

୧- cowin.gov.in ୱେବସାଇଟକୁ ଯାଇ ରେଜିଷ୍ଟର ବଟନ ଉପରେ ପ୍ରଥମେ କ୍ଲିକ କରିବେ

୨- ତାପରେ ଆପଣଙ୍କୁ ମୋବାଇଲ ନମ୍ବର ଦେବାକୁ ପଡିବ

୩- ଆପଣ ଦେଇଥିବା ନମ୍ବରକୁ ଗୋଟିଏ ଓଟିପି ଆସିବ ଏବଂ ପୋର୍ଟାଲରେ ଓଟିପି ଲେଖି ଭେରୀଫାଏ ବଟନକୁ କ୍ଲିକ କରିବେ

୪- ତାପରେ ଆପଣଙ୍କୁ ଏକ ଟୀକା ପଞ୍ଜୀକରଣ ଫର୍ମ ଆସିବ

୫- ଫର୍ମରେ ଦିଆଯାଇଥିବା ସମସ୍ତ ବିବରଣୀକୁ ପୂରଣ କରିବେ ଏବଂ ଫଟୋ ପରିଚୟ ପତ୍ର ଦେବେ

୬- ରୋଗରେ ଆକ୍ରାନ୍ତ ଥିଲେ ସେଥିରେ ଦର୍ଶାଇବାକୁ ପଡିବ

୭- ତଳେ ଥିବା ରେଜିଷ୍ଟର ବଟନକୁ କ୍ଲିକ କରି ନିଜର ନାମକୁ ପଞ୍ଜୀକରଣ କରିବେ

୮- ଏହାପରେ ଇଚ୍ଛାଅନୁଯାୟୀ ଟୀକା ନେବାର ତାରିଖ ଏବଂ ସ୍ଥାନକୁ ବାଛି ଲେଖିବେ

୯- ସେଥିରେ ଘରର ଅନ୍ୟ ସଦସ୍ୟଙ୍କ ନାମ ସାମିଲ କରିବାକୁ ଆବଶ୍ୟକ ଥିଲେ “ଆଡ ମୋର” ବଟନରେ କ୍ଲିକ କରି ପଞ୍ଜୀକରଣ କରନ୍ତୁ।

ଉଲ୍ଲେଖ ଯୋଗ୍ୟ ଯେ, ଅପରାହ୍ନ ୪ ଟା ପରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ରହିଛି। ତେବେ କୋୱିନ୍ ପୋର୍ଟାଲ ବ୍ୟତୀତ ଆରୋଗ୍ୟ ସେତୁ ଏବଂ ଉମଙ୍ଗ ଆପ୍ ରେ ମଧ୍ୟ ପଞ୍ଜୀକରଣ କରିବାର ବ୍ୟବସ୍ଥା ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ-୧୯ ଭ୍ୟାକସିନ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହେବ।

ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ ପ୍ରସ୍ତୁତ କରୁଥିବା ବେଳେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନିମନ୍ତେ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଯେସନର ପକ୍ଷରୁ ସ୍ୱୀକୃତି ମିଳିଛି। ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟ ମାନବ ପରୀକ୍ଷଣ ପ୍ରକ୍ରିୟା ସୁରକ୍ଷିତ ଭାବେ ଶେଷ ହୋଇ ସାରିଛି। ଏହି ପ୍ରକ୍ରିୟା ରେ ଅନେକ ସଂଖ୍ୟାରେ ସ୍ବେଛାସେବୀଙ୍କ ଶରୀରରେ ନୂତନ ଟୀକାର ପରୀକ୍ଷଣ କରାଯିବ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ଦେଶର ୨୧ଟି ମେଡିକାଲ ଅନୁଷ୍ଠାନକୁ ଆଇସିଏମଆର ପକ୍ଷରୁ ଚୟନ କରାଯାଇଥିବା ବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଓ ସମ ହସ୍ପିଟାଲକୁ ମନୋନୀତ କରାଯାଇଛି।

କରୋନା ମହାମାରୀର ପ୍ରଭାବ ଦେଶରେ ବଢ଼ି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଏହି ଟୀକାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଂଚି ଥିବା କହିଛନ୍ତି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ତଥା ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ।

ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟର ମୁଖ୍ୟ ଥିବା ପ୍ରଫେସର ରାଓ କହିଛନ୍ତି ଯେ ଏହି ତୃତୀୟ ପର୍ଯ୍ୟାୟରେ ବୟସ ସୀମା, ଯୋଗ୍ୟତା ଏବଂ ସ୍କ୍ରିନିଂ ପ୍ରକ୍ରିୟା କୁ କୋହଳ କରାଯିବ ଏବଂ ସୁସ୍ଥ ସ୍ବେଛାସେବୀ ମାନେ ଏହି ପର୍ଯ୍ୟାୟ ନିମନ୍ତେ ଚୟନ କରାଯାଇ ପାରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଛାସେବୀ ମାନଙ୍କ ଶରୀରରେ ମଧ୍ୟ ଏହି ଟୀକା ପ୍ରୟୋଗ କରାଯିବାର ଯୋଜନା ରହିଛି ବୋଲି ପ୍ରଫେସର ରାଓ କହିଛନ୍ତି। ଟୀକା ପ୍ରୟୋଗ କରାଯାଇଥିବା ସ୍ଵେଚ୍ଛାସେବୀମାନଙ୍କ ଠାରେ କୋଭାକସିନ ଟୀକାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରାଯିବ।

ଏହି ଭ୍ୟାକସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ବେଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିବା ସେ ଜଣାଇଛନ୍ତି।

ଇଛୁକ ସ୍ଵେଚ୍ଛାସେବୀ ମାନେwww. ptctu.soa.ac ୱେବସାଇଟରେ ରେଜିଷ୍ଟ୍ରସନ କରିପାରିବେ।