ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ସମୟ ନିର୍ଦ୍ଧାରଣ କଲା ବିଏମସି

Published: May 1, 2021, 6:55 pm IST

ଭୁବନେଶ୍ବର: ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ବିଏମସି ସମୟ ନିର୍ଦ୍ଧାରଣ କରିଛି। ଟୀକାକରଣକୁ ଦୁଇଟି ପର୍ଯ୍ୟାୟରେ ଭାଗ କରାଯାଇଛି।

ପ୍ରଥମ ଭାଗରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା ବେଳେ ଦ୍ଵିତୀୟ ଭାଗରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ସକାଳ ୮ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ହେବ। ଏବଂ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ଦିଆଯିବ।

ତେବେ ଟୀକାକରଣ ପାଇଁ ଭୁବନେଶ୍ବରରେ ୨୬ ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅପରପକ୍ଷରେ କୌଣସି ବ୍ୟକ୍ତି ପଞ୍ଜୀକରଣ ବିନା ଟୀକା ଦିଆଯିବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି, ସେମାନେ କୋୱିନ ପୋର୍ଟାଲରେ ପଞ୍ଜୀକରଣ କରି ଟୀକାକରଣରେ ସାମିଲ ହୁଅନ୍ତୁ ବୋଲି କମିଶନର କହିଛନ୍ତି।

Related posts