Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୈାରବ ଦିବସ ଭାବେ ପାଳନ କରିବ ବିଜେପି: ନିତ୍ୟାନନ୍ଦ ଗଣ୍ଡ
ଆଜିର ଖବର

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୈାରବ ଦିବସ ଭାବେ ପାଳନ କରିବ ବିଜେପି: ନିତ୍ୟାନନ୍ଦ ଗଣ୍ଡ

November 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ତାରିଖ ଦିନ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୈାରବ ଦିବସ ଭାବେ ବହୁ ଆଡମ୍ବରରେ ଦେଶବ୍ୟାପୀ ପାଳନ କରାଯିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ପ୍ରଦେଶର ଜାମୁଇଠାରେ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେହିଦିନ ଦେଶସାରା ଯେଉଁ ୫୦୦ ଜିଲ୍ଲାରେ ଏହା ପାଳିତ ହେବ ଏବଂ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସେମାନେ ଯୋଡି ହେବେ।

ଓଡିଶାରେ ୨୭ଟି ଜିଲ୍ଲାର ୨୮ଟି ସ୍ଥାନରେ ଏକକାଳୀନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆନନ୍ଦ ଉଲ୍ଲାସରେ ସହ ପାଳନ କରାଯିବ। ରାଜ୍ୟର ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ମାଲକାନଗିରି, ରାୟାଗଡା, ମୟୁରଭଂଜ, କେଉଁଝର ଓ ଗଜପତିରେ ଆଭାସୀ ମାଧ୍ୟମରେ ଭାଇଭଉଣୀମାନେ ୨- Way Communication ରେ ଯୋଡି ହେବେ। ଭୁବନେଶ୍ୱରର ଜନତା ମାଇଦାନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ। ଆଗାମୀ ପୀଢିକୁ ଉତ୍ସାହିତ କରିବା ନିମନ୍ତେ ଜନଜାତି ଗୈାରବ ଦିବସ ପାଳନ କରାଯିବ ବୋଲି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଣ୍ଡ ସୁଚନା ଦେଇ କହିଛନ୍ତି ଯେ, ଜନଜାତି ସମାଜ ସହ ଜଡିତ ବିଭିନ୍ନ ସମସ୍ୟା ତଥା ଅନ୍ୟାନ୍ୟ ବିଷୟରେ ରାଜ୍ୟର ୭୬୬୭ ରାଜସ୍ୱ ଗ୍ରାମରେ ଗ୍ରାମସଭା, ପ୍ରଶିକ୍ଷଣ କରାଯାଇ ଆଲୋଚନା କରାଯିବ।

ଏହି ଅବସରରେ ଭଗବାନ ବିିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ, ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଦିଆଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହିତ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ ମଧ୍ୟ କରାଯିବ। ପ୍ରତ୍ୟେକ ମଣ୍ଡଳ, ଜିଲ୍ଲା ଓ ପ୍ରଦେଶ ସ୍ତରରେ ଜନଜାତି ସମାଜରେ ପ୍ରଭୁଦ୍ଧଜନ, ବିଶିଷ୍ଟବ୍ୟକ୍ତି ଓ ପ୍ରଭାବୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ ମଧ୍ୟ କରାଯିବ। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଂଗୋଷ୍ଠୀ ଓ ଭାଷଣ ପ୍ରତିଯୋଗିତା ମଧ୍ୟ କରାଯିବ ବୋଲି ଶ୍ରୀ ଗଣ୍ଡ ସୁଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନରସିଂହ ମାଡକାମୀ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର ଏବଂ ଧୃବ କାଲୋ ପ୍ରମୁଖ ଉପସ୍ଥିତ ଥିଲେ।

ଜନ୍ମ ଦିବସ ନିତ୍ୟାନନ୍ଦ ଗଣ୍ଡ ବିଜେପି ଭଗବାନ ବିର୍ସା ମୁଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.