Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀଜଗନ୍ନାଥ ମନ୍ଦିର ଠାରେ ୧୦ଟି ବ୍ୟାଟେରୀ ଚାଳିତ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଶ୍ରୀଜଗନ୍ନାଥ ମନ୍ଦିର ଠାରେ ୧୦ଟି ବ୍ୟାଟେରୀ ଚାଳିତ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

November 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ୧୦ ଟି ବ୍ୟାଟେରୀ ଚାଳିତ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିଃ. (ଆଇଆରଇଡିଏ)ର ସିଏସଆର୍ କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗମନାଗମନକୁ ପ୍ରୋତ୍ସାହିତ କରିବା ଏବଂ ପବିତ୍ର ତୀର୍ଥସ୍ଥାନକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁଗମ୍ୟତାରେ ଉନ୍ନତି ଆଣିବା, ବିଶେଷ କରି ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କୁ ସମ୍ମାନ ଓ ଐତିହ୍ୟ ସ୍ଥଳରେ ସହାୟତା ଯୋଗାଇଦେବା।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ବ୍ୟାଟେରୀ ଚାଳିତ ଯାନର ଚାବି ହସ୍ତାନ୍ତର କରିବା ସମୟରେ ସାଂସ୍କୃତିକ ସ୍ଥଳଗୁଡ଼ିକରେ ଦୀର୍ଘସ୍ଥାୟୀ ସମାଧାନ ଉପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଏହି ଐତିହାସିକ ମନ୍ଦିରରେ ବ୍ୟାଟେରୀ ଚାଳିତ ଯାନଗୁଡ଼ିକର ମୁତୟନ ସବୁଜ ଶକ୍ତି ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଏକ ସୁଲଭ ଏବଂ ପରିବେଶ ଅନୁକୂଳ ପରିବହନ ବିକଳ୍ପ ପ୍ରଦାନ କରିବ। ଏହିପରି ସ୍ଥାୟୀ ସିଏସଆର ପ୍ରକଳ୍ପଗୁଡ଼ିକୁ ସମର୍ଥନ କରିବାରେ ଆଇଆରଇଡିଏର ପ୍ରୟାସ ଦେଶର ସବୁଜ ମିଶନ ପ୍ରତି ସେମାନଙ୍କର ଅତୁଟ ସମର୍ପଣ ଏବଂ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ସ୍ଥଳରେ ପର୍ଯ୍ୟଟକଙ୍କ ଅଭିଜ୍ଞତାରେ ସୁଧାର ଆଣିବାର ପ୍ରୟାସକୁ ପ୍ରତିଫଳିତ କରେ ବୋଲି ଶ୍ରୀ ଯୋଶୀ କହିଥିଲେ।

ଆଇଆରଇଡିଏର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ଦୀର୍ଘସ୍ଥାୟୀତ୍ୱ ପ୍ରତି କମ୍ପାନୀର ସମର୍ପଣ ଉପରେ ଆଲୋକପାତ କରି କହିଥିଲେ, ‘‘ଆମର ସିଏସଆର ପଦକ୍ଷେପ ମାଧ୍ୟମରେ ଐତିହ୍ୟ ସ୍ଥଳକୁ ୧୦ ଟି ପରିବେଶ ଅନୁକୂଳ ଯାନ ଯୋଗାଇ ଦେବା ଆଇଆରଇଡିଏ ପାଇଁ ସମ୍ମାନର ବିଷୟ। ଏହି ପ୍ରକଳ୍ପ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଦୀର୍ଘସ୍ଥାୟୀ ଓ ନବୀକରଣଯୋଗ୍ୟ ଶକ୍ତି ସମାଧାନ ଚଳାଇବା ପାଇଁ ଆମର ଲକ୍ଷ୍ୟ ସହିତ ମେଳ ଖାଉଛି ଏବଂ ପରିଦର୍ଶକମାନଙ୍କ ପାଇଁ ପରିବେଶ ଅନୁକୂଳ ପରିବହନ ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।’’

ଆଇଆରଇଡିଏ ନିର୍ଦ୍ଦେଶକ (ଅର୍ଥ) ଡ. ବି.କେ. ମହାନ୍ତିଙ୍କ ସମେତ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ), ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ଆଇଆରଇଡିଏର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ, ଆଇଆରଇଡିଏର ସିଏମଡି ଏବଂ ଏମଏନଆରଇ ଏବଂ ଆଇଆରଇଡିଏର ଅନ୍ୟ ଅଧିକାରୀମାନେ ଭଗବାନ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ।

ପୁରୀ ପ୍ରହ୍ଲାଦ ଯୋଶୀ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026
Latest News

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.