Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା!, ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଆହତ ହେଲେ କେଏଲ ରାହୁଲ
ଆଜିର ଖବର

ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା!, ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଆହତ ହେଲେ କେଏଲ ରାହୁଲ

November 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସମସ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିୟ ପ୍ରଶଂସକ ଉତ୍ସାହର ସହିତ ବର୍ଡର-ଗାଭାସ୍କର ଟ୍ରଫିକୁ ଅପେକ୍ଷା କରିଛନ୍ତି। ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ୍ 22 ରୁ 26 ନଭେମ୍ବର ମଧ୍ୟରେ ଖେଳାଯିବ। କିନ୍ତୁ ସିରିଜ୍ ଆରମ୍ଭ ପୂର୍ବରୁ ଭାରତୀୟ ଦଳ ଏବଂ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସିଛି। ଖବର ହେଉଛି ଅଭ୍ୟାସ ଅଧିବେଶନରେ କେ.ଏଲ୍ ରାହୁଲ ଆହତ ହୋଇଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ପୂର୍ବରୁ ପର୍ଥରେ ଅଭ୍ୟାସ ଅଧିବେଶନରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଆହତ ହୋଇଛନ୍ତି। ଭାରତୀୟ ଦଳ WACA ଗ୍ରାଉଣ୍ଡରେ ତିନି ଦିନିଆ ଆନ୍ତଃ- ସ୍କ୍ବାଡ୍ ଅଭ୍ୟାସ ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲା, ଯେଉଁଠାରେ ରାହୁଲ ମ୍ୟାଚ୍ ସିମୁଲେସନ ସମୟରେ ବାଉନ୍ସର୍ ବଲରେ ଆହତ ହୋଇଥିଲେ।

ଅଭ୍ୟାସ ସମୟରେ, କେ.ଏଲ୍ ରାହୁଲ ତାଙ୍କ କାନ୍ଧରେ ଏକ ଦୃତ ବାଉନ୍ସର୍ ରେ ଆଘାତ ପାଇଥିଲେ, ଯେଉଁଥିପାଇଁ ସେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଟିମ୍ ଫିଜିଓ ତୁରନ୍ତ ଆସି ରାହୁଲଙ୍କ ଚିକିତ୍ସା କରିଥିଲା। ଆଘାତ ସତ୍ତ୍ୱେ ରାହୁଲ ଖେଳ ଜାରି ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସହଜ ମନେ ହୋଇ ପଡ଼ିଆ ଛାଡିବାକୁ ପଡିଥିଲା। ଏହି ଘଟଣା ପୂର୍ବରୁ ରାହୁଲ ଭଲ ଫର୍ମରେ ଦେଖାଯାଉଥିଲେ ଏବଂ ସେ 29 ରନ୍ ସ୍କୋର କରିଥିଲେ। ତେବେ ଆଘାତ ହେତୁ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା।

କେଏଲ ରାହୁଲଙ୍କ ଆଘାତ ଏବେ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଓପନିଂ ଯୋଡିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଥମ ଟେଷ୍ଟରେ ରୋହିତ ଶର୍ମା ଖେଳିବାର କୌଣସି ସମ୍ଭାବନା ନାହିଁ, ତେଣୁ ଆଶା କରାଯାଉଥିଲା ଯେ, ରାହୁଲ କିମ୍ବା ଅଭିମନ୍ୟୁ ଈଶ୍ଵରନ୍ ଯଶସ୍ୱୀ ଜୟସ୍ଵାଙ୍କ ସହ ଖୋଲିପାରନ୍ତି। ଅଭ୍ୟାସ ମ୍ୟାଚରେ ରାହୁଲ ଯଶସ୍ୱୀଙ୍କ ସହ ଓପନ କରି ଦୃତ ଗତିରେ 29 ରନ୍ ସ୍କୋର କରି ଭଲ ଫର୍ମରେ ଦେଖାଯାଉଥିଲେ, କିନ୍ତୁ ଆଘାତ ହେତୁ ତାଙ୍କୁ ବାହାରକୁ ଯିବାକୁ ପଡିଥିଲା।

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ଅଭିମନ୍ୟୁ ଇଶ୍ଵରନ, ଶୁବମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍ କିପର), ସରଫରାଜ ଖାନ, ଧ୍ରୁଭ ଜୁରେଲ (ୱିକେଟ୍ ରକ୍ଷକ), ରବି ଅଶ୍ୱିନ, ଆର ଜାଡେଜା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣ, ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର।

ରିଜର୍ଭ: ମୁକେଶ କୁମାର, ନବଦୀପ ସାଇନି, ଖାଲିଲ ଅହମ୍ମଦ।

Border-Gavaskar Trophy IND Vs AUS India Vs Australia kl rahul
Share. Facebook Twitter LinkedIn Email WhatsApp Copy Link

Related Posts

୧୮ ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

April 21, 2026

ଓଡ଼ିଶା ଫେରିଲା ପୋସ୍କୋ : ଢେଙ୍କାନାଳରେ JSW ସହ ମିଶି ବୃହତ ଷ୍ଟିଲ ପ୍ଲାଣ୍ଟ କରିବ ପୋସ୍କୋ

April 21, 2026

ଯାଜପୁରରେ ୨୫ ଯାଏଁ ସମସ୍ତ ସ୍କୁଲ ଛୁଟି

April 21, 2026

ମୋଟରସାଇକେଲ ଉପରେ ଲାଗିଲା କଡା କଟକଣା: ଜାଣନ୍ତୁ କାରଣ କ’ଣ

April 21, 2026
Latest News

୧୮ ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

April 21, 2026

ଓଡ଼ିଶା ଫେରିଲା ପୋସ୍କୋ : ଢେଙ୍କାନାଳରେ JSW ସହ ମିଶି ବୃହତ ଷ୍ଟିଲ ପ୍ଲାଣ୍ଟ କରିବ ପୋସ୍କୋ

April 21, 2026

ଯାଜପୁରରେ ୨୫ ଯାଏଁ ସମସ୍ତ ସ୍କୁଲ ଛୁଟି

April 21, 2026

ମୋଟରସାଇକେଲ ଉପରେ ଲାଗିଲା କଡା କଟକଣା: ଜାଣନ୍ତୁ କାରଣ କ’ଣ

April 21, 2026

ବାଣ କାରଖାନାରେ ବିସ୍ଫୋରଣ: ୧୩ ଜଣଙ୍କର ମୃତ୍ୟୁ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.