Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଙ୍ଗାପୁର ଗସ୍ତ ପୂର୍ବରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି 
ଆଜିର ଖବର

ସିଙ୍ଗାପୁର ଗସ୍ତ ପୂର୍ବରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି 

November 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ମୁଁ ଆଜି ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇ ସିଙ୍ଗାପୁର ଅଭିମୁଖେ ବାହାରିଛି। ଭାରତ ବାହାରେ ଏହା ହେଉଛି ମୋର ପ୍ରଥମ Investors’ Meet। ମୋର ପୁରା ବିଶ୍ୱାସ ଯେ ଏ ଯାତ୍ରା ନିଶ୍ଚୟ ସଫଳ ହେବ।

ମୁଁ ଆଶା କରୁଛି ଯେ, ଯେତେବେଳେ ସାରା ବିଶ୍ୱରୁ Investors ମାନେ ଭାରତରେ invest କରିବାକୁ ଚାହିଁବେ, ସେତେବେଳେ ଓଡିଶା ସେମାନଙ୍କର ପ୍ରଥମ ପସନ୍ଦର କ୍ଷେତ୍ର ହେବ।

ସିଙ୍ଗାପୁରରେ ମୋର ସ୍ପଷ୍ଟ ବାର୍ତ୍ତା ହେବ ଯେ, ବିଜିନେସ କରିବା ପାଇଁ ଓଡିଶା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଏବଂ ଭାରତର ବିକାଶର କାହାଣୀରେ ଓଡିଶା ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇ ଉଭା ହେବା ପାଇଁ ପ୍ରସ୍ତୁତ ଅଛି।

ନିଜର ଉନ୍ନତ ଶିଳ୍ପ ବାତାବରଣ ପାଇଁ ସିଙ୍ଗାପୁର ପ୍ରସିଦ୍ଧ। ଏଠାରେ ରସାୟନ, ପେଟ୍ରୋକେମିକାଲ୍‌ସ, ସବୁଜ ଶକ୍ତି, ଲଜିଷ୍ଟିକ୍‌ସ, ଜାହାଜ ନିର୍ମାଣ, ଆର୍ଥିକ ସେବା, ଇଲୋକ୍ଟ୍ରୋନିକ୍‌ସ ଓ ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ବସ୍ତ୍ର ନିର୍ମାଣରେ ଆଦି କ୍ଷେତ୍ରରେ ବିଶ୍ୱର ବଡ ବଡ କମ୍ପାନୀମାନେ କାମ କରୁଛନ୍ତି।

ଆମେ ସେହି ସବୁ କମ୍ପାନୀ ଗୁଡିକର ଶୀର୍ଷ ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରିବୁ ଏବଂ ଓଡିଶାର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ ଓ ଆମର ଉନ୍ନତ ଶିଳ୍ପ ନୀତି ଗୁଡିକ ସମ୍ପର୍କରେ ସେମାନଙ୍କୁ ଜଣାଇବୁ।

ମୁଁ ଓଡିଶାର ସାଢେ ଚାରି କୋଟି ଲୋକଙ୍କ ପକ୍ଷରୁ ଆମର ଟିମ୍‌କୁ ନେଇ ବିଦେଶ ଯାତ୍ରା କରୁଛି। ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱ ମାନଙ୍କୁ ବିକଶିତ ଓଡିଶା ଗଠନ ପାଇଁ, ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ କରିବା ପାଇଁ ଓ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ସେମାନଙ୍କୁ ନିମନ୍ତ୍ରଣ କରିବୁ।

ଆମେ ସିଙ୍ଗାପୁରରେ ଟୁଆସ୍ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ୍‌ସ କମ୍ପ୍ଲେକ୍ସ ଏବଂ ITEES ସିଙ୍ଗାପୁର ଭଳି କେତେକ ବିଶ୍ୱ ସ୍ତରୀୟ କମ୍ପାନୀ ପରିଦର୍ଶନ କରିବୁ।

ସେମାନଙ୍କର ଉନ୍ନତ ବ୍ୟବସ୍ଥାକୁ ବୁଝିବା ସହିତ ଓଡିଶାରେ ମଧ୍ୟ ସେହି ଭଳି ବା ତା ଠାରୁ ଅଧିକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବୁ।

ମୁଁ ସିଙ୍ଗାପୁର ଏବଂ ପଡୋଶୀ ASEAN ଦେଶମାନଙ୍କରେ ଥିବା ପ୍ରବାସୀ ଓଡିଆ ଭାଇଭଉଣୀମାନଙ୍କୁ ମଧ୍ୟ ଭେଟିବି। ସେମାନେ ଓଡିଆ ଭାଷା ଓ ସଂସ୍କୃତିର ବ୍ରାଣ୍ଡ ଆମ୍ବାସାଡର ହୋଇ ଆମକୁ ଗୌରବାନ୍ୱିତ କରିଛନ୍ତି। ଓଡିଶା ଓ ସିଙ୍ଗାପୁର ର ସମ୍ପର୍କକୁ ମଜବୁତ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେମାନଙ୍କ ସହିତ ଆଲୋଚନା କରି ଏ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କ ମତାମତ ଗ୍ରହଣ କରିବୁ।

ମୁଁ ଆଶା କରୁଛି ଯେ, ଏହି ଯାତ୍ରା ଯୋଗୁ ଓଡିଶାରେ ଟେକ୍‌ସଟାଇଲସ୍, କେମିକାଲ୍‌ସ, ଗ୍ରୀନ ଏନର୍ଜି, ଲଜିଷ୍ଟିକ୍‌ସ, ସିପ୍‌ ବିଲ୍‌ଡିଙ୍ଗ ଓ ଇଲେକ୍ଟ୍ରୋନିକ୍‌ସ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ଏହା ଦ୍ୱାରା ଓଡିଶାରେ ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Asean Investors Meet ITEES Mohan Majhi ନରେନ୍ଦ୍ର ମୋଦୀ ମହାପ୍ରଭୁ ଶ୍ରୀଜଗନ୍ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.