Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ବିକଶିତ ଭାରତ ୨୦୪୭’ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ
ଆଜିର ଖବର

‘ବିକଶିତ ଭାରତ ୨୦୪୭’ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

November 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ‘ବିକଶିତ ଭାରତ -୨୦୪୭’ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ସଚେନତତା କାର୍ଯ୍ୟକ୍ରମ ଶୁକ୍ରବାର କଟକ ବାଲିଯାତ୍ରା ପଡ଼ିଆରେ ଉଦଘାଟିତ ହୋଇଯାଇଛି। ଦୀର୍ଘ ଆଠ ଦିନବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ଭାରତକୁ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଓ ବିଶ୍ୱର ପ୍ରମୁଖ ସମୃଦ୍ଧଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି ସେ କହିଥିଲେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଏବଂ ଉଚ୍ଚ ଚିନ୍ତାଧାରା ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳୁଛି। ତାଙ୍କ ନେତୃତ୍ୱରେ ଭାରତ ଅନେକ ସ୍ୱପ୍ନକୁ ଆଜି ବାସ୍ତବତାର ରୂପ ଦେଇପାରିଛି। ବିଶ୍ୱ ଦରବାରରେ ଭାରତକୁ ଏକ ନୂତନ ପରିଚୟ ମିଳିପାରିଛି ବୋଲି ଶ୍ରୀ ମହତାବ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଏବଂ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଏବଂ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇ ଏହି ପ୍ରଦର୍ଶନୀର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅଧିକରୁ ଅଧିକ ଲୋକ ଏହାକୁ ବୁଲି ଦେଖିବା ସହ କେନ୍ଦ୍ର ସରକାରଙ୍କ ଯୋଜନା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ଓ ପତ୍ର ସୂଚନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଉପସ୍ଥିତ ଥିଲେ। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ମହେନ୍ଦ୍ର ପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ପ୍ରଦର୍ଶନୀରେ ଭାରତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବାଲିଯାତ୍ରା ବୁଲିବାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକ ଏହାଦ୍ୱାରା ସଚେତନ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ପାଇପାରିବେ। ଆଠ ଦିନବ୍ୟାପୀ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପ୍ରଦର୍ଶନୀ ମଞ୍ଚରେ ବିଭିନ୍ନ ସଚେତନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଲୋଚନାଚକ୍ର ଏବଂ ପ୍ରତିଯୋଗିତା ଆୟୋଜନ ମୁଖ୍ୟ ଆକର୍ଷଣ ହେବ।

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭାରତ ସରକାର ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

June 29, 2026

‘ପିଏମ୍ ଫ୍ୟାମିଲି କେୟାର୍ ଟ୍ରାକର୍’ ପାଇଲଟ୍ ପ୍ରକଳ୍ପକୁ ଉଦଘାଟନ କଲେ ଅମିତ ଶାହ

June 29, 2026

WhatsApp ୟୁଜରଙ୍କ ପାଇଁ ବଡ଼ ସତର୍କବାଣୀ! ୱେବ୍‌ ଓ ଡେସ୍କଟପ୍‌ରେ ମାଲୱେର ଆକ୍ରମଣ, ଜାରି ହେଲା ଆଲର୍ଟ

June 29, 2026

ଝାରପଡା ଜେଲରେ କଏଦୀ ମୃତ

June 29, 2026
Latest News

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

June 29, 2026

‘ପିଏମ୍ ଫ୍ୟାମିଲି କେୟାର୍ ଟ୍ରାକର୍’ ପାଇଲଟ୍ ପ୍ରକଳ୍ପକୁ ଉଦଘାଟନ କଲେ ଅମିତ ଶାହ

June 29, 2026

WhatsApp ୟୁଜରଙ୍କ ପାଇଁ ବଡ଼ ସତର୍କବାଣୀ! ୱେବ୍‌ ଓ ଡେସ୍କଟପ୍‌ରେ ମାଲୱେର ଆକ୍ରମଣ, ଜାରି ହେଲା ଆଲର୍ଟ

June 29, 2026

ଝାରପଡା ଜେଲରେ କଏଦୀ ମୃତ

June 29, 2026

ବିଶ୍ୱ ପାଇଁ ଆଶ୍ୱସ୍ତିର ଖବର! ସଂଘର୍ଷ ରୋକିବାକୁ ସହମତ ଆମେରିକା-ଇରାନ, ଦୋହାରେ ହେବ ଶାନ୍ତି ଆଲୋଚନା

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.