Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓମ୍‌ଫେଡ୍‌ର ହେବ ଆଧୁନିକିକରଣ ଓ ବୃଦ୍ଧି ପାଇବ ଉତ୍ପାଦନ କ୍ଷମତା: ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ
ଆଜିର ଖବର

ଓମ୍‌ଫେଡ୍‌ର ହେବ ଆଧୁନିକିକରଣ ଓ ବୃଦ୍ଧି ପାଇବ ଉତ୍ପାଦନ କ୍ଷମତା: ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ

November 16, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓମ୍ଫେଡ୍‌ର ହେବ ଆଧୁନିକିକରଣ। ଓମ୍‌ଫେଡ୍‌କୁ ସଶକ୍ତ କରିବା ପାଇଁ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ। ପଂଚାୟତରେ ଖୋଲିବ ‘ଖିରଧାରା’। ନୂତନ ଉତ୍ପାଦ ଗ୍ରାହକମାନଙ୍କୁ ଯୋଗାଇ ଦିଆଯିବ। ଓମ୍ଫେଡ୍ ଉତ୍ପାଦର ଗୁଣବତା ଓ ମାପରେ କୌଣସି ସାଲିସ କରାଯିବ ନାହିଁ। ସମସ୍ତ ପ୍ଲାଂଟରେ ସିସିଟିଭି ଲାଗିବ। ବକେୟା ଥିବା ସମସ୍ତ ଅର୍ଥ ତୁରନ୍ତ ଆଦାୟ କରାଯିବ। ଏହି କଥା କହିଛନ୍ତି ମାନ୍ୟବର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ଆଜି ସହିଦ ନଗରସ୍ଥିତ ଓମ୍‌ଫେଡ୍‌ର ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଓମ୍‌ଫେଡ୍ ଉତ୍ପାଦ ଉପରେ ଲୋକମାନଙ୍କର ଆସ୍ଥା ରହିଛି। ସଂପ୍ରତି ଓଡିଶା ମାର୍କେଟରେ ଓମ୍‌ଫେଡ୍ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଏହାକୁ ଆହୁରି ବ୍ୟାପକ କରିବା ସହ ଗ୍ରାମାଂଚଳ ଲୋକମାନଙ୍କୁ ଓମ୍‌ଫେଡ୍ ଉତ୍ପାଦ ଯୋଗାଇ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ, ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଓମ୍‌ଫେଡ୍ ଘିଅ ଏବେ ଲାଗି ହେଉଛି। ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଉଥିବା ଘିଅକୁ ହୋଲ୍‌ସେଲ୍ ରେଟରେ ପ୍ରଦାନ କରିବାକୁ ନିଷ୍ପତି ହୋଇଛି।

ସେହିପରି ରାଜ୍ୟରେ ଥିବା ସମସ୍ତ ମନ୍ଦିରରେ ଯେପରି ଓମ୍‌ଫେଡ୍ ଘିଅ ପୂଜାରେ ଲାଗିବ, ସେଥିପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ଆବଶ୍ୟକ ହେବାକୁ ଥିବା ଘିଅ ଉତ୍ପାଦନ ବୃଦ୍ଧି କରିବାକୁ ଓମ୍‌ଫେଡ୍‌ର କ୍ଷମତା ରହିଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ବାଲେଶ୍ୱର, ସମ୍ବଲପୁର ଓ ଗଂଜାମ ଜିଲ୍ଲାରେ ନୂତନ ପ୍ଲାଂଟ ପ୍ରତିଷ୍ଠା କରାଯିବା ସହ ଘିଅ ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ। ଫଳରେ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଲୋକମାନେ ମଧ୍ୟ ସହଜରେ ଓମ୍‌ଫେଡର ସମସ୍ତ ଉତ୍ପାଦ ଉପଲବ୍ଧ ହେବ। ଏହାର ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ପରୀକ୍ଷା ମୂଳକ ଭାବେ ରାଜ୍ୟର ୨୦ଟି ପଂଚାୟତରେ ଖିରଧାରା କେନ୍ଦ୍ର ଖୋଲା ଯାଇଛି। ଆହୁରି ୨୮ଟି ପଂଚାୟତରେ ମଧ୍ୟ ଖିରଧାରା କେନ୍ଦ୍ର ଖୋଲିବା ପାଇଁ ଯୋଜନା କରାଯାଇଛି। ଏହାଦ୍ୱାରା ଓମ୍‌ଫେଡ୍‌ର ଉତ୍ପାଦନ ବୃଦ୍ଧି ପାଇବ। ଓମ୍‌ଫେଡ୍‌ର ଉତ୍ପାଦନ ଗ୍ରାମାଂଚଳ ଲୋକମାନଙ୍କ ପାଖରେ ପହଂଚି ପାରିବ। ଫଳରେ ଗ୍ରାମାଂଚଳରେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଲୋକମାନଙ୍କର ଆର୍ଥିକ ବିକାଶ ଘଟିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି।

ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇ ଓମ୍‌ଫେଡ୍ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ-ଓମ୍‌ଫେଡ୍‌ର କେହି ପ୍ରତିଯୋଗୀ ନାହାଁନ୍ତି କିମ୍ବା ଓମ୍‌ଫେଡ୍ କାହା ସହିତ ପ୍ରତିଯୋଗିତା କରୁନାହିଁ। ଓମ୍‌ଫେଡ୍ ସଦାସର୍ବଦା ଗୁଣବତା ଉପରେ ଗୁରୁତ୍ୱ ଦେଇଆସୁଛି। କାରଣ ଓମ୍‌ଫେଡ୍ ହେଉଛି ଓଡିଆ ଅସ୍ମିତାର ପ୍ରତୀକ। ଓମ୍‌ଫେଡ୍ ଘିଅ ଜଗନ୍ନାଥଙ୍କ ନିକଟରେ ଲାଗି ହେଉଛି। ତେଣୁ ଓମ୍‌ଫେଡ୍‌ର କୌଣସି ଉତ୍ପାଦର ଗୁଣବତାରେ ସାଲିସ କରାଯିବ ନାହିଁ। ଆଗାମୀ ଦିନରେ ନୂଆ ପ୍ଲାଂଟ, ନୂଆ ଉତ୍ପାଦ ଓ ନୂତନ କ୍ରୟ ନିୟମ କରାଯିବ। ଯାହା ଦ୍ୱାରା ଚାଷୀମାନେ ଲାଭବାନ ହୋଇପାରିବେ। ସଂପ୍ରତି ଓମ୍‌ଫେଡ୍‌କୁ ଯେତିକି ଅର୍ଥ ଆସୁଛି, ସେଥିରୁ ୮୦ ପ୍ରତିଶତ ଚାଷୀଙ୍କୁ ପ୍ରଦାନ କରାଯାଉଛି।

ଆଗାମୀ ଦିନରେ ଏହାକୁ ଆହୁରି ବୃଦ୍ଧି କରିବା ପାଇଁ ଯୋଜନା କରାଯାଉଛି। ଏଣିକି ଚାଷୀଙ୍କ ଆକାଉଂଟକୁ ଡିବିଟି ମାଧ୍ୟମରେ ସିଧାସଳଖ ଏବଂ ତୁରନ୍ତ ପ୍ରାପ୍ୟ ପ୍ରଦାନ କରାଯିବ। ଅର୍ଥାତ୍ ଚାଷୀମାନଙ୍କୁ ଉଚିତ ଦାମ ମିଳିବ ଏବଂ ଖାଉଟିମାନଙ୍କୁ ସ୍ୱାସ୍ଥ୍ୟକର ଓ ଉତମମାନର ଉତ୍ପାଦ ମିଳିବା ଉପରେ ଓମ୍‌ଫେଡ୍ ଗୁରୁତ୍ୱାରୋପ କରୁଛି ବୋଲି କହିଛନ୍ତି ପରିଚାଳନା ନିର୍ଦ୍ଦେଶକ।

ଜଗନ୍ନାଥଙ୍କ ନିକଟରେ ଓମ୍‌ଫେଡ୍ ଘିଅ ଲାଗି ହେବା ଭାଗ୍ୟର କଥା। ଏହି ଶ୍ରେୟ ସିଧାସଳଖ ଚାଷୀଙ୍କ ନିକଟକୁ ଯାଉଛି। ଖୁବ୍ ଘୀଘ୍ର ରାଜ୍‌୍ୟ ବାହାରେ ଅର୍ଥାତ୍ ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ମଧ୍ୟ ଓମ୍‌ଫେଡ୍ ତାର ଷ୍ଟଲ ଖୋଲିବାକୁ ପ୍ରାୟାସ ଆରମ୍ଭ କରିଛି। ଏଣୁ ଓଡିଆ ଅସ୍ମିତାର ପ୍ରତୀକ ଓମ୍‌ଫେଡ୍‌କୁ ଆଗକୁ ନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ପରିଚାଳନା ନିର୍ଦଶକ ବିଜୟ ଅମୃତା କୁଲାଙ୍ଗେ।

କରୋନା ସମୟରୁ କିଛି ଷ୍ଟକିଷ୍ଟଙ୍କ ଉପରେ ଥିବା ବକେୟା ଅର୍ଥ ଆଦାୟ କରିବାକୁ ଆଜିର ସମୀକ୍ଷା ବୈଠକରେ ନିଷ୍ପତି ହୋଇଛି। ୭ ଦିନ ମଧ୍ୟରେ ସେମାନେ ବକେୟା ଅର୍ଥ ପ୍ରଦାନ ନ କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି।

ଏହି ବୈଠକରେ ମାନ୍ୟବର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଶ୍ରୀ ମଲ୍ଲକଙ୍କ ସହ ଓମ୍ ଫେଡ୍‌ର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଜେନେରାଲ ମ୍ୟାନେଜର୍‌ (ପ୍ରକଳ୍ପ ଓ ଡିଓ) ସୌମେନ୍ଦ୍ର ଭୌମିକ, ଜେନେରାଲ ମ୍ୟାନେଜର (ଅର୍ଥ) ସୁରେଶ ଚନ୍ଦ୍ର ଅଲଟିଆ, ଡେପୁଟି ଜେନେରାଲ ମ୍ୟାନେଜର (ମାନବ ସମ୍ବଳ) ଡକ୍ଟର ଜୟକୃଷ୍ଣ ପଟ୍ଟନାୟକ, ଡେପୁଟି ମ୍ୟାନେଜର ଡକ୍ଟର ବିଶ୍ୱରଂଜନ ତ୍ରିପାଠୀ, ଆସିଷ୍ଟାଂଟ ମ୍ୟାନେଜର ଡକ୍ଟର ଆଲୋକ ଅଗ୍ନିବେଶ, ଆସିଷ୍ଟାଂଟ ମ୍ୟାନେଜର ଜିତେନ୍ଦ୍ର ବରାଡ, ବୈଷୟିକ ପରାମର୍ଶଦାତା ଡକ୍ଟର ଦିଗମ୍ବର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବେଠକ ପ୍ରାରମ୍ଭରୁ ଓମ୍‌ଫେଡ୍ ମୁଖ୍ୟାଳୟ ପରିସରରେ ମାନ୍ୟବର ମନ୍ତ୍ରୀ, ଓମ୍ଫେଡ୍ ଅଧ୍ୟକ୍ଷ, ପରିଚାଳନା ନିର୍ଦେଶକଙ୍କ ସହ ଅନ୍ୟାନ୍ୟ ଅଧିକାରୀ ବୃକ୍ଷ ରୋପଣ କରିଥିଲେ।

ଓଡିଆ ଅସ୍ମିତା ଓମ୍‌ଫେଡ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.