Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦାୟିତ୍ୱ ବିନା ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ: ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ
ଆଜିର ଖବର

ଦାୟିତ୍ୱ ବିନା ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ: ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ

November 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମଣିଷ ଜୀବନରେ ସ୍ୱାଧୀନତାର ବିଶେଷ ଗୁରୁତ୍ୱ ରହିଛି। ସ୍ୱାଧୀନତାର ସହ ବଞ୍ଚିଲେ ମଣିଷ ଜୀବନର ପ୍ରକୃତ ଆନନ୍ଦ ଲାଭ କରିପାରିବ। ତେବେ ଦାୟିତ୍ୱ ବିନା ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ। ନିରଙ୍କୁଶ ସ୍ୱାଧୀନତା ଭିତରେ ବି ଦାୟିତ୍ୱବୋଧ ଥାଏ। ଅନୁରୂପ ଭାବେ ଗଣମାଧ୍ୟମ ପାଇଁ ସ୍ୱାଧୀନତା ଯେତିକି ଜରୁରୀ, ଦାୟିତ୍ୱବୋଧତା ମଧ୍ୟ ସମପରିମାଣରେ ଆବଶ୍ୟକ। ଆଜି ଏହା କହିଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର।

ଭୁବନେଶ୍ୱର ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମିଶ୍ର କହିଛନ୍ତି, ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନରେ ସ୍ୱାଧୀନତାର ଜରୁରୀ ଆବଶ୍ୟକତା ଉପରେ ଦାର୍ଶନିକମାନେ ଆଲୋକପାତ କରିଛନ୍ତି। ‘ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ’ ଶୀର୍ଷକ ବିଷୟବସ୍ତୁ ଉପରେ ଅଭିଭାଷଣ ରଖି ସେ କହିଛନ୍ତି, ଗଣମାଧ୍ୟମ ପାଇଁ ମଧ୍ୟ ସ୍ୱାଧୀନତା ଜରୁରୀ। ତେବେ ଗଣମାଧ୍ୟମ ସରକାରଙ୍କ ସହ ରହିବା ଦରକାର ବୋଲି ସେ ନିବେଦନ କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି, ସରକାର ହେଉଛନ୍ତି ଜନସାଧାରଣଙ୍କ ଆଶା ଓ ଭରସାର ପ୍ରତୀକ। ତେଣୁ ଗଣମାଧ୍ୟମ ସରକାରଙ୍କ ସହ ରହି ମଧ୍ୟ ପରିବର୍ତ୍ତନର ବାହକ ହେବା ଆବଶ୍ୟକ । ସବୁ ସରକାରୀ କର୍ମଚାରୀ ଏବଂ ଗଣମାଧ୍ୟମ ଜନସାଧାରଣଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ପାଇଁ କାମ କରିଥା’ନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଥିଲେ, ବିଗତ ଦଶନ୍ଧିରେ ଗଣମାଧ୍ୟମ ପରିଦୃଶ୍ୟରେ ଅନେକ ପରିବର୍ତ୍ତନ ଆଣିଛି। ମୂଦ୍ରିତ ଗଣମାଧ୍ୟମର କ୍ରମବିକାଶ ସହିତ ବୈଦ୍ୟୁତିକ ଗଣମାଧ୍ୟମର ଉଦ୍ଭବ ହୋଇଛି ଏବଂ ବର୍ତ୍ତମାନ ଆମେ ସମସ୍ତେ ଡିଜିଟାଲ ମିଡିଆର ଯୁଗରେ ପହଞ୍ଚିଛୁ। ଫଳରେ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ବଦଳିବାକୁ ପଡ଼ିଛି। ସ୍ୱାଧୀନତା ପୂର୍ବ ଏବଂ ପରବର୍ତ୍ତୀ ସମୟ ତୁଳନାରେ ବର୍ତ୍ତମାନ ଗଣମାଧ୍ୟମର ଆକାର, ପ୍ରକୃତି ତଥା ପରିସର ବଦଳିଛି ଓ ବ୍ୟାପକ ହୋଇଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ ସାମଲ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ଭାରତୀୟ ଗଣତନ୍ତ୍ରରେ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ମତ ରଖିଥିଲେ। ସେ କହିଥିଲେ ସମ୍ବିଧାନ ଭାରତୀୟ ଗଣତନ୍ତ୍ରର ମୂଳପିଣ୍ଡ ଏବଂ ଏଥିରେ ସ୍ୱାଧୀନ ଭାବେ ମତ ରଖିବାର ଅଧିକାର ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହା ଜରିଆରେ ଗଣମାଧ୍ୟମକୁ ବି ସ୍ୱାଧୀନତା ମିଳିଛି। କାର୍ଯ୍ୟକ୍ରମରେ ବିଭାଗର ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧଜୀବୀମାନେ ଅଂଶଗ୍ରହଣ କରିଥିଲେ।

ଅଖିଳ କୁମାର ମିଶ୍ର ପିଆଇବି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦ୍‌ଘାଟିତ

January 19, 2026

ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ସମାଲୋଚନା କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

January 19, 2026

ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି

January 19, 2026

ବିଜେପି ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବିରୋଧ ନିର୍ବାଚିତ ହେଲେ ନୀତିନ ନବୀନ

January 19, 2026
Latest News

ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦ୍‌ଘାଟିତ

January 19, 2026

ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ସମାଲୋଚନା କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

January 19, 2026

ଭାରତ-ୟୁଏଇ ମଧ୍ୟରେ ରଣନୈତିକ ପ୍ରତିରକ୍ଷା, ଶକ୍ତି ଏବଂ ମହାକାଶ କ୍ଷେତ୍ରରେ ଏମ୍ଓୟୁ ସ୍ଵାକ୍ଷର

January 19, 2026

ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି

January 19, 2026

ବିଜେପି ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବିରୋଧ ନିର୍ବାଚିତ ହେଲେ ନୀତିନ ନବୀନ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.