Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦ୍ୟୁତ୍ ତାର ଲାଗି ଚାଲିଗଲା ୩ ହାତୀର ଜୀବନ: ୪ ଅଟକ
ଆଜିର ଖବର

ବିଦ୍ୟୁତ୍ ତାର ଲାଗି ଚାଲିଗଲା ୩ ହାତୀର ଜୀବନ: ୪ ଅଟକ

November 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢାଖୋଲ (କଦର୍ପ ବେହେରା): ବନବିଭାଗର ଦାୟିତ୍ୱ ହୀନତା ଯୋଗୁଁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩ ହାତୀର ଜୀବନ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ ଘୋଷରାମାଳ ଫରେଷ୍ଟ ସେକସନ୍ ଅଧିନସ୍ଥ ବୁରମାଳ ଗ୍ରାମରେ ଏଭଳି ଘଟଣା ଘଟିଛି। ଘଟଣା ସ୍ଥଳକୁ ପହଂଚିଛନ୍ତି ରେଢାଖୋଲ ଡିଏଫଓ ଙ୍କ ସମେତ ଏସିଏଫ୍ ଏବଂ ବନବିଭାଗର କର୍ମଚାରୀଗଣ।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ ଅଧିନସ୍ଥ ଘୋଷରାମାଳ ଗ୍ରାମ ନିକଟସ୍ଥ ବୁରମାଳ ଠାରେ କେହି ଶୀକାରୀ ବାରହା ଶୀକାର ହେଉ ବା ହାତୀ ଶୀକାର ହେଉ ବାଇଡିଙ୍ଗ ତାର ବିଛାଇଥିଲେ । ସେଇ  ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାରରୁ ତାର ସଂଯୋଗ କରି ବାଇଡିଙ୍କ ତାରରେ ସଂଯୋଗ କରିଥିଲେ। ହେଲେ ଆଜି ଭୋରରୁ ହାତୀ ପଲ ଧାନ ଖାଇବା ପାଇଁ ସେଇ ବୁରମାଳ ଠାରେ ଥିବା ଧାନ କିଆରୀକୁ ଯାଉଥିବା ସମୟରେ ବାଣୁଆମାନେ ବିଦ୍ୟୁତ୍ ସଂଯୋଗ ଦେଇଥିବା  ବାଇଡିଙ୍ଗ ତାର ସଂସ୍ପର୍ଶରେ ଆସି ୨ ଟି ମାଈ ହାତୀ ଏବଂ ଏକ ଛୋଟ ହାତୀ ଛୁଆର ଜୀବନ ଯାଇଥିବା ଖବର ମିଳିଥିଲା।

ଖବର ବିଦ୍ୟୁତ୍ ବେଗରେ ଚାରିଆଡେ ପ୍ରଚାର ହେବା ମାତ୍ରକେ  ଲୋକମାନେ ହାତୀ ମରିଥିବା ସ୍ଥାନକୁ ଦେଖିବାକୁ ଛୁଟିଥିଲେ। ହେଲେ ବନ ବିଭାଗ ବିଳମ୍ବରେ ଘଟଣା ସ୍ଥଳକୁ ଆସିଥିବା ଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳକୁ ରେଢାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି , ଏସିଏଫ  ରେଢାଖୋଲ, ନାକଟିଦେଉଳ ଏସିଏଫ୍ ଅଶ୍ୱିନୀ କୁମାର ବେହେରା ଏବଂ ବନ ବିଭାଗର କର୍ମଚାରୀମାନେ ପହଂଚିଥିଲେ। ହାତୀ ମରିଥିବା ସ୍ଥାନକୁ କର୍ଡନ କରି ରଖା ଯାଇଥିଲା। ବାହାର କୌଣସି ଲୋକଙ୍କୁ ହାତୀ ମୃତ୍ୟୁବରଣ କରିଥିବା ସ୍ଥାନକୁ ଛଡା ଯାଉ ନ ଥିଲା। ସେଠାରେ ବହୁ ସଂଖ୍ୟାରେ ଲୋକାରଣ୍ୟ ହୋଇଥିଲା। ବନବିଭାଗ ଏହାର ତଦନ୍ତ କରୁଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ କାହାରିକୁ ଗିରଫ କରି ନ ଥିଲା। ବାରମ୍ବାର ଏମିତି ନାକଟିଦେଉଳ ରେଞରେ ହାତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରୁଛନ୍ତି।

ସୂଚନା ଥାଉକି ,ଗତ ଅଗଷ୍ଟ ୧୮ ତାରିଖରେ ନାକଟିଦେଉଳ ରେଞ ଅଧିନସ୍ଥ ଘୋଷରାମାଳ ସେକସନ୍ କାଉଁସିପାଳ ବିଟ ଚହଟାପଦା ଗ୍ରାମ ନିକଟସ୍ଥ ବାବା ମଠ ନିକଟରେ ଥିବା ଜଙ୍ଗଲରେ ୨୦ ବର୍ଷର ଏକ ମାଈ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା । ୨୦୦୬ ମସିହାରେ ଚରଡପଶି ନିକଟସ୍ଥ ଚହଟାପଦା ଠାରେ ୩ ଟି ହାତୀ ବିଦ୍ୟୁତ୍ ତାର ଲାଗି ମଧ୍ୟ ମୃତ୍ୟୁବରଣ କରିଥିଲେ । ବାରମ୍ବାର ଏପରି ଘଟଣା ଘଟି ହାତୀମାନଙ୍କର ଜୀବନ ଯାଉଥିଲେ ମଧ୍ୟ ବନବିଭାଗ କରୁଛି କଣ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହାତୀ ମାନଙ୍କର ସୁରକ୍ଷା ପାଇଁ ସରକାର ଗଜ ସାଥୀ ରଖିଛନ୍ତି ହେଲେ ଗଜ ସାଥୀମାନେ ହାତୀ ଘଉଡାଇବାରେ ବିଫଳ ହେଉଛନ୍ତି । ସେ ପଟେ ପିସିସିଫ୍ ସୁଶାନ୍ତ ନନ୍ଦ କହିଛନ୍ତି ଯେ, ହାତୀ ମୃତ୍ୟୁର କାରଣ ବନବିଭାଗର ଦାୟିତ୍ୱହୀନତା । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ରେଢାଖୋଲ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ

August 24, 2025

୨୦୨୫ର ସବୁଠାରୁ ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ରେକର୍ଡ ବ୍ୟବଧାନରେ ପରାସ୍ତ କଲା ଅଷ୍ଟ୍ରେଲିଆ

August 24, 2025
Latest News

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.