Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପର୍ଯ୍ୟୟ ସମୟରେ ପ୍ରାକ୍‍ ସତର୍କ ସୂଚନା ଓ ଆଗୁଆ କାର୍ଯ୍ୟପନ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ
ଆଜିର ଖବର

ବିପର୍ଯ୍ୟୟ ସମୟରେ ପ୍ରାକ୍‍ ସତର୍କ ସୂଚନା ଓ ଆଗୁଆ କାର୍ଯ୍ୟପନ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ

November 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିପର୍ଯ୍ୟୟ ସମୟରେ ପ୍ରାକ୍‍ ସତର୍କ ସୂଚନା ଓ ଆଗୁଆ କାର୍ଯ୍ୟପନ୍ଥାକୁ ସୁଦୃଢ କରିବା ନିମନ୍ତେ ନୂତନ ଚିନ୍ତାଧାର ସୃଷ୍ଟି ଉଦ୍ଦେଶ୍ୟରେ ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁନାଇଟେଡ ନେସନ୍ସ ଇଣ୍ଡିଆ ପକ୍ଷରୁ ବହୁଧା ବିପଦ ଏବଂ ପ୍ରାକ୍‍ ସତର୍କ ସୂଚନା ପ୍ରତି ବହୁଧା-ସହଭାଗୀ ସମ୍ବଳିତ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବାକୁ ବିକାଶଶୀଳ ରାଷ୍ଟ୍ରଗୁଡିକରୁ ସହଭାଗୀମାନଙ୍କ ନିମନ୍ତେ ଆଜି ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।

‘ୟର୍ଲି ୱାର୍ଣ୍ଣିଂ ଟୁ ୟର୍ଲି ଆକ୍ସନ- ଏ ମଲ୍‍ଟି-ହାଜାର୍ଡ, ମଲ୍‍ଟି- ଷ୍ଟେକହୋଲଡର ଆପ୍ରୋଚ: ଲର୍ଣ୍ଣିଂ ଫ୍ରମ୍‍ କୋଷ୍ଟାଲ ଇକୋସିଷ୍ଟମସ୍‍’ ଶୀର୍ଷକ ଏହି ଓଡ଼ିଶା ସମ୍ମିଳନୀ ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏନ ଇଣ୍ଡିଆ ଆୟୋଜନ କରୁଥିବା ଏହିଭଳି ଏକାଧିକ ସମ୍ମିଳନୀ ମଧ୍ୟରେ ପ୍ରଥମ ଅଟେ। ଏହି ସମାବେଶ ବିପର୍ଯ୍ୟୟ ପ୍ରବଣ ତଟୀୟ ଅଞ୍ଚଳରେ ଜୀବିକା ଓ ଲିଙ୍ଗଗତ ଦିଗ ଉପରେ ଦୃଷ୍ଟିନିବଦ୍ଧ କରି ପ୍ରାକ୍‍ ସତର୍କ ସୂଚନା ଏବଂ ପ୍ରାକ୍‍ ପଦକ୍ଷେପ ଗ୍ରହଣ କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱ ସମ୍ପର୍କରେ ଆଲୋକପାତ କରିଥିଲା।

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମ୍‍ଏ), ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଆଇଏନସିଓଆଇଏସ୍‍) ଆଦି ପ୍ରମୁଖ ଭାରତୀୟ ରାଷ୍ଟ୍ରୀୟ ସଂସ୍ଥାସମୂହ, ଜାତିସଂଘ ସଂଗଠନସମୂହ, ଗବେଷକ, ନୀତି ବିଶାରଦ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଶିକ୍ଷାବିତ୍‍ ଏବଂ ଅଣ ସରକାରୀ ସଂଗଠନସମୂହର ବିଶାରଦମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ “ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ ଆମେ ସାମୁହିକ ଭାବରେ କାର୍ଯ୍ୟ କରୁଛୁ ଏବଂ ଓଡ଼ିଶାକୁ ପର୍ଯ୍ୟୟକ୍ରମେ ହେବାକୁ ଥିବା ଏହି ଆଲୋଚନା ନିମନ୍ତେ ପ୍ରଥମ ରାଜ୍ୟ ଭାବରେ ମନୋନୀତ କରାଯାଇଥିବାରୁ ଆମେ ଆନନ୍ଦିତ ଅନୁଭବ କରୁଛୁ। ଓଡ଼ିଶା ସରକାର ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ସର୍ବନିମ୍ନ ସ୍ତରରେ ରଖିବା ନିମନ୍ତେ ବିବିଧ ସହଭାଗୀଙ୍କ ସହିତ ମିଶି କାର୍ଯ୍ୟ କରୁଛନ୍ତି। ଆମେ ପରାମର୍ଶ ଏବଂ ପ୍ରଯୁକ୍ତିଗତ ସହାୟତା ନିମନ୍ତେ ଜାତିସଂଘ, ରିଲାଏନ୍ସ ଫାଉଣ୍ଡେସନ ଏବଂ ଅନ୍ୟ ସହଭାଗୀଙ୍କ ସହିତ କାର୍ଯ୍ୟ କରିବୁ। ବିପର୍ଯ୍ୟୟର ଆଗୁଆ ସତର୍କ ସୂଚନାରେ ଅଧିକ ସଠିକତା ଆଣିବା ନିମନ୍ତେ ସୂଚନା ବିଶ୍ଳେଷଣ ସହିତ ବିପର୍ଯ୍ୟୟ ପୂର୍ବାନୁମାନକୁ ସମନ୍ୱିତ କରିବାର ଉପାୟ ନିର୍ଦ୍ଧାରଣ ନିମନ୍ତେ ଆମେ ମିଳିତ ଭାବରେ କାର୍ଯ୍ୟ କରୁଥିବା ସଂଗଠନଗୁଡିକୁ ଅନୁରୋଧ କରୁଛୁ।”

“ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବାବେଳେ ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା ସୁଦୃଢ କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ଅଧିକ ଫଳପ୍ରଦ ଭାବରେ ସ୍ଥାନୀୟ ସ୍ତରରେ ତାହାର କାର୍ଯ୍ୟନ୍ୱୟନ ସୁନିଶ୍ଚିତ କରାଯାଇପାରିବ। ଆମେ ବାତ୍ୟା, ବନ୍ୟା ଏବଂ ଅନ୍ୟାନ୍ୟ ମାତ୍ରାଧିକ ବିପର୍ଯ୍ୟୟ ପରିସ୍ଥିତିରେ ଜନସାଧାରଣଙ୍କର ସେବା କରିବା ସମୟରେ ପ୍ରାକ୍‍ ସତର୍କ ସୂଚନା ପ୍ରଦାନର ଜୀବନ ରକ୍ଷାକାରୀ ସାମର୍ଥ୍ୟକୁ ପ୍ରତ୍ୟକ୍ଷ ଭାବେ ଆମେ ଲକ୍ଷ୍ୟ କରିଛୁ। ଦ୍ରୁତ ପ୍ରଗତିଶୀଳ ପ୍ରାକ୍‍ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାରେ ଜ୍ଞାନର ବିକାଶ କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଛି। ଆମେ ସଫଳ ପହଞ୍ଚ ଓ ପ୍ରଭାବ ନିମନ୍ତେ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ଏବଂ ଉପଯୁକ୍ତ ଆଭିମୁଖ୍ୟ ଜରିଆରେ ପ୍ରାକ୍‍ ସତର୍କ ସୂଚନା ପ୍ରଦାନ କ୍ଷେତ୍ରରେ ନବୋନ୍ମେଷୀ ସମାଧାନଗୁଡିକୁ ଆଗେଇ ନେଇଛୁ। ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁନାଇଟେଡ ନେସନସ୍‍ ଇନ ଇଣ୍ଡିଆ କାର୍ଯ୍ୟଳୟ ପକ୍ଷରୁ ଆୟୋଜନ କରାଯାଉଥିବା ସମ୍ମିଳନୀଗୁଡିକ ଜ୍ଞାନକୁ ସ୍ଥାନୀୟସ୍ତରରେ କାର୍ଯ୍ୟାନ୍ୱୟନରେ ରୂପାନ୍ତରିତ କରିବା ଲକ୍ଷ୍ୟ ହାସଲ ନିମନ୍ତେ ବିବିଧ ସହଭାଗୀମାନଙ୍କ ସହିତ ସମ୍ମିଳିତ ଭାବରେ କାର୍ଯ୍ୟ କରିବା ଲକ୍ଷ୍ୟ ରଖିଛି,” ବୋଲି ରିଲାଏନ୍ସ ଫାଉଣ୍ଡେସନ ସିଇଓ ଶ୍ରୀ ଜଗନ୍ନାଥ କୁମାର କହିଥିଲେ।

“ଜାତିସଂଘ ମହାସଚିବଙ୍କ ପକ୍ଷରୁ ସମଗ୍ର ବିଶ୍ୱରେ ସମସ୍ତଙ୍କ ପାଇଁ ଆଗୁଆ ସତର୍କ ସୂଚନା ପ୍ରଦାନ ନିମନ୍ତେ ଦିଆଯାଇଥିବା ଆହ୍ୱାନର ପ୍ରୟାସ ଭାବରେ ଜାତିସଂଘ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହଭାଗୀତାରେ ଆଜି ଆୟୋଜନ କରାଯାଇଥିବା ସମ୍ମିଳନୀ ଡିଆରଆର ଉପରେ ହେବାକୁ ଥିବା ବହୁପର୍ଯ୍ୟାୟ ସମ୍ମିଳନୀ ମଧ୍ୟରେ ପ୍ରଥମ ହୋଇଛି।

ଆମେ ମଧ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଗୁଆ ସତର୍କ ସୂଚନା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ନେତୃତ୍ୱକୁ ପ୍ରଦର୍ଶିତ କରୁଛୁ, ଯାହା ଅନ୍ୟ ରାଜ୍ୟ ଏବଂ ବିକାଶଶୀଳ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କୁ ଏହି କ୍ଷେତ୍ରରେ ରହିଥିବା ସର୍ବୋତ୍ତମ କାର୍ଯ୍ୟ ଉଦାହରଣ ଏବଂ ଜ୍ଞାନରେ ସହଭାଗୀତା କରିବା ଦିଗରେ

ରିଲାଏନ୍ସ ଫାଉଣ୍ଡେସନ ସୁରେଶ ପୂଜାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.