Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱର ସିନିୟର ରେସିଡେଣ୍ଟ ଡ. ମନୀତା ତମାଙ୍ଗଙ୍କୁ ସମ୍ମାନଜନକ ୟୁସି ଚକ୍ରବର୍ତ୍ତୀ ପୁରସ୍କାର 
ଆଜିର ଖବର

ଏମ୍ସ ଭୁବନେଶ୍ୱର ସିନିୟର ରେସିଡେଣ୍ଟ ଡ. ମନୀତା ତମାଙ୍ଗଙ୍କୁ ସମ୍ମାନଜନକ ୟୁସି ଚକ୍ରବର୍ତ୍ତୀ ପୁରସ୍କାର 

November 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପେଡିଆଟ୍ରିକ ସର୍ଜରୀ ବିଭାଗରେ କାର୍ଯ୍ୟରତ ସିନିୟର ରେସିଡେଣ୍ଟ (ଶେଷ ବର୍ଷ) ଡ. ମନୀତା ତମାଙ୍ଗ ଦେଶର ମର୍ଯ୍ୟାଦାଜନକ ୟୁସି ଚକ୍ରବର୍ତ୍ତୀ ପୁରସ୍କାର ହାସଲ କରିଛନ୍ତି। ନିକଟରେ ଏମ୍ସ ଋଷିକେଶରେ ଆୟୋଜିତ ପେଡିଆଟ୍ରିକ ସର୍ଜନମାନଙ୍କ ସର୍ବଭାରତୀୟ ସମ୍ମିଳନୀ ଆଇଏପିଏସସିଓଏନ୍ ୨୦୨୪ରେ ଡ. ମନୀତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପ୍ରତିଷ୍ଠିତ ସମ୍ମାନ ସମଗ୍ର ଭାରତରେ ଶିଶୁରୋଗ ସର୍ଜରୀ କ୍ଷେତ୍ରରେ କାର୍ଯ୍ୟରତ ସିନିୟର ରେସିଡେଣ୍ଟମାନଙ୍କ ଦ୍ୱାରା ଉଲ୍ଲେଖନୀୟ ଗବେଷଣା ପାଇଁ ସ୍ୱୀକୃତିର ଶିଖର ବିବେଚନା କରାଯାଏ।

ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଡ. ମନୀତା ତମାଙ୍ଗଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ଏହିପରି ସଫଳତା ଆମର ଯୁବ ଡାକ୍ତରଙ୍କ ଉତ୍ସର୍ଗୀକୃତ ଭାବନା ଏବଂ ପରିଶ୍ରମକୁ ସ୍ଵୀକୃତି ପ୍ରଦାନ ସହିତ ଆମ ଅନୁଷ୍ଠାନ ପାଇଁ ଗର୍ବ ମଧ୍ୟ ଆଣିଥାଏ। ଡକ୍ଟର ମନୀତାଙ୍କ ଉଲ୍ଲେଖନୀୟ ସଫଳତା ଅନେକ ଯୁବ ଡାକ୍ତରଙ୍କୁ ବୃତ୍ତିଗତ କ୍ଷେତ୍ରରେ ଉତ୍କର୍ଷ ଆଣିବାକୁ ପ୍ରେରଣା ଯୋଗାଇବ ବୋଲି ଡ. ବିଶ୍ୱାସ ପ୍ରକାଶ କରିଥିଲେ।

ୟୁସି ଚକ୍ରବର୍ତ୍ତୀ ପୁରସ୍କାର ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍ ସର୍ଜନ ଜର୍ଣ୍ଣାଲର ସମ୍ପାଦକ ତଥା ଏହି କ୍ଷେତ୍ରର ଅନ୍ୟ ବିଶିଷ୍ଟ ବିଶେଷଜ୍ଞଙ୍କୁ ନେଇ ଏକ ବିଶିଷ୍ଟ କମିଟି ଦ୍ୱାରା ସ୍ଥିର ହୋଇଛି। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଅନେକ ଆବେଦନ ମଧ୍ୟରୁ କେବଳ ସାତ ଜଣ ପ୍ରାର୍ଥୀ ଏହି ପ୍ରତିଯୋଗିତା ପାଇଁ ତାଲିକାଭୁକ୍ତ ହୋଇଥିଲେ। ଡକ୍ଟର ମନୀତାଙ୍କ ବିଜୟ ତାଙ୍କର ଅନନ୍ୟ ଅନୁସନ୍ଧାନ ଏବଂ ଉତ୍ସର୍ଗୀକୃତତାର ପ୍ରମାଣିତ କରିଛି।

ଏହି କାର୍ଯ୍ୟକ୍ରମରେ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ାଙ୍କ ସମେତ ଶିଶୁ ସର୍ଜରୀ ବିଭାଗର ମୁଖ୍ୟ ଡ. ମନୋଜ କୁମାର ମହାନ୍ତି, ଡ. ସୁବ୍ରତ କୁମାର ସାହୁ, ଡ. ବି ବି ତ୍ରିପାଠୀ ଏବଂ ଡ. ଆଦିତ୍ୟ ମାନେକର ପ୍ରମୁଖ ଉପସ୍ଥିତ ଥିଲେ।

ଡକ୍ଟର ମନୀତାଙ୍କ ଏହି ସଫଳତା ଶିଶୁ ସର୍ଜିକାଲ୍ କେୟାରର ଅଗ୍ରଗତିରେ ସ୍ଥିରତା, ନବସୃଜନ ଏବଂ ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ। ଏହା ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ଭାବରେ ଏମ୍ସ ଭୁବନେଶ୍ୱରର ସ୍ଥିତିକୁ ଆହୁରି ଦୃଢ଼ କରିବ।

ଏମ୍‌ସ ଭୁବନେଶ୍ୱର ସମ୍ମାନଜନକ ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ୍: ଭାରତୀୟ ଦୂତାବାସ ଦଖଲ କରିବାକୁ ଦେଲେ ଧମକ

September 17, 2025

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025

ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ୧୦ଟି ପ୍ରଭାବଶାଳୀ ଭାରତୀୟ ଚଳଚ୍ଚିତ୍ର

September 17, 2025
Latest News

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ୍: ଭାରତୀୟ ଦୂତାବାସ ଦଖଲ କରିବାକୁ ଦେଲେ ଧମକ

September 17, 2025

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025

ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ୧୦ଟି ପ୍ରଭାବଶାଳୀ ଭାରତୀୟ ଚଳଚ୍ଚିତ୍ର

September 17, 2025

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.