Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିବହନ ଗାଡିରେ ଓଭର ଲୋଡିଙ୍ଗ ବନ୍ଦ ପାଇଁ ଦାବୀ
ଆଜିର ଖବର

ପରିବହନ ଗାଡିରେ ଓଭର ଲୋଡିଙ୍ଗ ବନ୍ଦ ପାଇଁ ଦାବୀ

November 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ମାଲ ପରିବହନ କ୍ଷେତ୍ରରେ ବ୍ୟାପକ ଭାବରେ ଓଭର ଲୋଡିଙ୍ଗ କରାଯାଇ ଗାଡି ଚଳାଚଲ ହେଉଥିବା କାରଣରୁ ବ୍ୟାପକ ରାଜସ୍ବ ହାନି ହେବା ସହିତ ରାସ୍ତାରେ ଦୁର୍ଘଟଣା ଜନିତ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଜିଲ୍ଲାରେ ସରକାରୀ ସଂସ୍ଥା OSWC ଏବଂ CWC ଗୋଦାମ ଗୁଡିକରେ ଗଚ୍ଛିତ ପାଇଁ ଧାନ, ଚାଉଳ, ମକା ଇତ୍ୟାଦି ସାମଗ୍ରୀ ପରିବହନ କ୍ଷେତ୍ରରେ ବ୍ୟାପକ ଭାବେ ଓଭର ଲୋଡିଙ୍ଗ ଗାଡି ଆସୁଥିବାର ଅଭିଯୋଗ ହେଉଛି। ଅନେକ ସମୟରେ ପରିବହନ ହେଉଥିବା ଟ୍ରକ ଗୁଡିକରୁ ଧାନ ବସ୍ତା ଖସିଯାଇ ପଛରେ ଆସୁଥିବା ଗାଡି ମଟର ତଥା ଲୋକ ମାନଙ୍କ ଉପରେ ପଡ଼ିଯାଇ କ୍ଷୟକ୍ଷତି ହୋଇଥିବା ଅନେକ ଘଟଣା ହୋଇଥିବା ଜଣାପଡିଛି।

ଓଭର ଲୋଡିଙ୍ଗ କରାଯାଇ ଗାଡି ଚଳାଚଳ ହେଉଥିବା କାରଣରୁ ବ୍ୟାପକ ଭାବେ ସରକାରୀ ରାଜସ୍ବ ହାନି ହେଉଥିବାର କୁହାଯାଉଛି। ଏସମ୍ପର୍କରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ କେଶ ସଂଖ୍ୟା W.P. ( C ) ୧୩୬/୨୦୦୩ ଆଧାରରେ କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା RT-୧୬୦୩୧/୬/୨୦୦୫-T ତାରିଖ ୧୪.୧୧.୨୦୦୫ ଯୋଗେ ସାମଗ୍ରୀ ପରିବହନ କ୍ଷେତ୍ରରେ ଓଭର ଲୋଡିଙ୍ଗ ବନ୍ଦ କରିବାକୁ ପରିବହନ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି OSWC କେସିଙ୍ଗା ପକ୍ଷରୁ ପତ୍ର ସଂଖ୍ୟା ୩୫୪ ତା. ୧୭.୦୮.୨୦୧୯ ଯୋଗେ ସମସ୍ତ ଟ୍ରକ ମାଲିକ ସଙ୍ଘକୁ ତା ୧୯.୦୮.୨୦୧୯ ସୁଦ୍ଧା ଟ୍ରକ ଗୁଡିକରେ ଅଭର ଲୋଡିଙ୍ଗ ବନ୍ଦ କରିବାକୁ ଅନୁରୋଧ କରାଯାଇଥିବା ଜଣାପଡିଛି। CWC କୋକସରା ପକ୍ଷରୁ ପତ୍ର ସଂଖ୍ୟା ୭୨ ତା ୦୮.୦୮.୨୦୧୯ ଯୋଗେ ଅଭର ଲୋଡିଙ୍ଗ ବନ୍ଦ କରିବାକୁ ଅନୁରୋଧ କରାଯାଇଥିବା ସହିତ ଅଭର ଲୋଡିଙ୍ଗ ଟ୍ରକ ପଠାଇଲେ ନିୟମ ଅନୁଯାୟୀ ଦଣ୍ଡିତ ହେବାକୁ ମଧ୍ୟ ତାଗିଦ କରାଯାଇଥିବା ପ୍ରକାଶ।

କଳାହାଣ୍ଡି ପରିବହନ ଅଧିକାରୀ ଙ୍କ ପକ୍ଷରୁ ପତ୍ର ସଂଖ୍ୟା ୧୪୫୭ ତା ୦୮.୦୮.୨୦୧୯ ଯୋଗେ ଅଭର ଲୋଡିଙ୍ଗ ବନ୍ଦ କରିବାକୁ ଅନୁରୋଧ କରିବା ସହିତ ଖିଲାପ କଲେ ଟ୍ରକ ମାଲିକ ଓ ସାମଗ୍ରୀ ପରିବହନ କର୍ତ୍ତା ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି । ଏହା ବ୍ୟତୀତ କଳାହାଣ୍ଡି ପରିବହନ ଅଧିକାରୀ ଙ୍କ ପକ୍ଷରୁ ପୁନର୍ବାର ପତ୍ର ସଂଖ୍ୟା ୧୬୬୬ ତା ୧୪.୧୧.୨୦୨୨ ଯୋଗେ ଅଭର ଲୋଡିଙ୍ଗ ବନ୍ଦ କରିବାକୁ CWC ଏବଂ OSWC କୁ ନିର୍ଦ୍ଦେଶ ଦେଇଛନ୍ତି।

ଏସବୁ ସତ୍ତ୍ୱେ ଜିଲ୍ଲାରେ ସାମଗ୍ରୀ ପରିବହନ କ୍ଷେତ୍ରରେ ବ୍ୟାପକ ଭାବେ ଅଭର ଲୋଡିଙ୍ଗ ପରିବହନ ଗାଡି ଚାଲୁଥିବା ଯୋଗୁଁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ପତ୍ର ସଂଖ୍ୟା ୪୦୧ ତା ୦୧.୦୩.୨୦୨୪ ଯୋଗେ କଳାହାଣ୍ଡି ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ଗ୍ରହଣ ହେଉନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ଅନ୍ୟପକ୍ଷରେ CWC ଏବଂ OSWC ଭଳି ସରକାରୀ ସଂସ୍ଥା ସହିତ ଜଡ଼ିତ ସାମଗ୍ରୀ ପରିବହନ ବ୍ୟବସ୍ଥା ରେ ଏଭଳି ଭାବେ ସରକାରୀ ନିର୍ଦ୍ଦେଶନାମା କୁ ଅଣଦେଖା କରାଯାଇ ଅଭର ଲୋଡିଙ୍ଗ ସାମଗ୍ରୀ ପରିବହନ କରାଯାଉଥିବା ଘଟଣାକୁ ସାଧାରଣରେ ଗ୍ରହଣ କରାଯାଇ ପାରୁ ନାହିଁ।

ଏସମ୍ପର୍କରେ ଆବଶ୍ୟକୀୟ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ପରିବହନ ସଚିବ ଓ ପରିବହନ କମିଶନର ଙ୍କ ପାଖରେ ଦାବି କରିଥିବା ଜଣାପଡିଛି।

cwc kalahandi OSWC over loading
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.