Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ଧୁକ ମୁନରେ ଲୁଟ ଘଟଣା: ଚାରି ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ, ବହୁ ମାରଣାସ୍ତ୍ର ଜବତ
ଆଜିର ଖବର

ବନ୍ଧୁକ ମୁନରେ ଲୁଟ ଘଟଣା: ଚାରି ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ, ବହୁ ମାରଣାସ୍ତ୍ର ଜବତ

November 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଗତ ୧୯ ତାରିଖରେ ଜାତୀୟ ରାଜପଥରୁ କାରକୁ ଅଟକାଇ ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କରି ଦୁର୍ବୁର୍ତ୍ତ ମାନେ ୮ଲକ୍ଷ ତିରିଶ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟରେ ସାମିଲ ଥିବା ଚାରିଜଣଙ୍କୁ ବାଣପୁର ପୋଲିସ ଗିରଫ କରିଥିବା ବେଳେ ଆହୁରି ତିନିଜଣ ଅଭିଯୁକ୍ତ ଧରା ପଡ଼ିନାହାନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଖୋର୍ଦ୍ଧା ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ କହିଛନ୍ତି। ତତସହିତ ଏକ ଲକ୍ଷ ସତର ହାଜର ଟଙ୍କା, ୫ଟି ପିସ୍ତଲ, ୯ ଟି ଗୁଳି ଦୁଇଟି ଭୁଜାଲି, ଗୋଟିଏଛୁରୀ, ଗୋଟିଏ ମୋଟର ସାଇକେଲ, ପିକଅପ ଭ୍ୟାନ ସମେତ ଚାରିଟି ମୋବାଇଲ ଜବତ କରିଛି।

ଉକ୍ତ ଡକାୟତ ଦଳର ମୁଖ୍ୟ ବାଣପୁର ଅଞ୍ଚଳ ବାଂଳେଇ ଗ୍ରାମର ହରେକୃଷ୍ଣ ପ୍ରଧାନ (୪୦) ହୋଇଥିବା ବେଳେ ସେ ବଡ଼ ଗୋବିନ୍ଦପୁର ମୁନା ସୁବୁଦ୍ଧିଙ୍କ ଘରେ ଭଡାରେ ରହୁଥିଲା। ଅନ୍ୟ ଜଣେ ଅଭିଯୁକ୍ତ ତ୍ରିଲୋଚନ ବେହେରା (୩୬) ଗଞ୍ଜାମ ଖଲିକୋଟ ଅଞ୍ଚଳ ତେଲିଡିହ ଗ୍ରାମର ହୋଇଥିବା ବେଳେ ବିଶ୍ୱନାଥ ପରିଡା (୪୦), ଚିତ୍ତରଞ୍ଜନ ପ୍ରଧାନ (୨୮) ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳର ବୋଲି ଜଣାପଡିଛି।

ପ୍ରକାଶ ଥାଉକି ଚଣ୍ଡହରଦେବ ରାଇସ ମିଲର ତିନିଜଣ କର୍ମଚାରୀ ବାଣପୁର ଅଂଚଳରୁ ଟଙ୍କା ସଂଗ୍ରହ କରି ଫେରୁଥୁବା ବେଳେ ଦୁର୍ବୁତ୍ତ ମାନେ ତାଙ୍କ କାର ଆଗରେ ନୟାଗଡ ଅଞ୍ଚଳର ଏକ ମିନି ଟ୍ରକକୁ ରଖି ଫାଙ୍କା ଗୁଲିଚଳନା କରି କର୍ମଚାରୀ ମାନଙ୍କ ଠାରୁ ଦୁଇଟି ମୋବାଇଲ ସହ ଆଠଲକ୍ଷ ତିରିଶ ହଜାର ଟଙ୍କା ଲୁଟି ନେଇଥିଲେ।

ଖୋର୍ଦ୍ଧାର ନୂତନ ଏସପି ସାଗରୀକା ନାଥଙ୍କ ନିର୍ଦେଶ କ୍ରମେ ଡକାୟତ ମାନଙ୍କୁ ଧରିବା ପାଇଁ ଆଇଆଇସି ରମେଶ ଦେବତାଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଫଳରେ ଡକାୟତ ମାନଙ୍କୁ ଧରିବାରେ ପୋଲିସ ସଫଳତା ପାଇଲା ବୋଲି ଅତିରିକ୍ତ ଏସପି କହିଛନ୍ତି।

ତେବେ ବାଣପୁର ଅଂଚଳରୁ ଲାଗାତର ଚୋରି ହେଉଥିବାରୁ ଖୁବ ଶୀଘ୍ର ସେମାନଙ୍କୁ କାବୁ କରାଯିବ ବୋଲିଶ୍ରୀଯୁକ୍ତ ମୁର୍ମୁ ସାମ୍ବାଦିକଙ୍କୁ କହିବା ସହ ସମସ୍ତ ଚାରିଜଣ ଆସାମୀଙ୍କୁ କୋର୍ଟ ସ୍ଥାନାନ୍ତର କରାଯାଇଛି।

ବନ୍ଧୁକ ମୁନରେ ଲୁଟ ବାଣପୁର ପୋଲିସ ମାରଣାସ୍ତ୍ର ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.