Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଡିଓ ଅପରେଟରଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁନିଶ୍ଚିତ କରିବା ଲାଗି ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଆଜିର ଖବର

ରେଡିଓ ଅପରେଟରଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁନିଶ୍ଚିତ କରିବା ଲାଗି ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

November 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏଫଏମ ନୀତି (ପର୍ଯ୍ୟାୟ ୩) ଅଧୀନରେ ତୃତୀୟ ପର୍ଯ୍ୟାୟ ଇ-ନିଲାମୀରେ ଅଂଶଗ୍ରହଣ କରିଥିବା ସଫଳ ନିଲାମ ଗ୍ରହଣକାରୀଙ୍କୁ ଅସ୍ଥାୟୀ ପ୍ୟାନେଲରେ ସାମିଲ କରିବାକୁ ଏକକାଳୀନ ସ୍ୱତନ୍ତ୍ର ରିହାତି ପ୍ରଦାନ କରିଛନ୍ତି।

ଏହି ରିହାତି ଘରୋଇ ସଂସ୍ଥାଗୁଡ଼ିକର ରେଡିଓ ଚ୍ୟାନେଲଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦିନଠାରୁ ତୁରନ୍ତ ଲାଗୁ ହେବ, ଯାହାଦ୍ୱାରା ସେମାନଙ୍କୁ ଛଅ ମାସ ପାଇଁ କିମ୍ବା ଯେପର୍ଯ୍ୟନ୍ତ ସେମାନେ ବର୍ତ୍ତମାନର ‘ଘରୋଇ ଏଫଏମ ରେଡିଓ ଷ୍ଟେସନର ପ୍ୟାନେଲ ପାଇଁ ନୀତିଗତ ମାର୍ଗଦର୍ଶିକା ଅଧୀନରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର (ସିବିସି)ର ପ୍ୟାନେଲରେ ସାମିଲ ହେବା ଲାଗି ଆବେଦନ ଯୋଗ୍ୟ ହୋଇନାହାନ୍ତି ସେପର୍ଯ୍ୟନ୍ତ ସିବିସି ଅସ୍ଥାୟୀ ପ୍ୟାନେଲରେ ସାମିଲ ହେବାର ସୁଯୋଗ ମିଳିବ।

ଅସ୍ଥାୟୀ ପ୍ୟାନେଲ୍ ଅବଧି ସମୟରେ, କୌଣସି ଆଇଆରଏସ (ଇଣ୍ଡିଆନ ରିଡରସିପ୍‌ ସର୍ଭେ) ଉପଲବ୍ଧ ନଥିବା ଘରୋଇ ଏଫ୍.ଏମ୍. ରେଡିଓ ଷ୍ଟେସନଗୁଡ଼ିକ ପାଇଁ ପ୍ରଯୁଜ୍ୟ ମୂଳ ଦର ଲାଗୁ ହେବ।

ଏହି ପଦକ୍ଷେପ ନୂତନ ସହରରେ ରେଡିଓ ଅପରେଟରମାନଙ୍କୁ ତୁରନ୍ତ ରାଜସ୍ୱ ଲାଭ ପ୍ରଦାନ କରିବ ଫଳରେ ସେମାନେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଉତ୍ସାହିତ ହୋଇପାରିବେ। ଏହି ପଦକ୍ଷେପ ଦ୍ୱାରା ଉକ୍ତ ସହରଗୁଡ଼ିକରେ ଘରୋଇ ଏଫ୍.ଏମ୍. ରେଡିଓ ସେବା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି, ଯାହାଦ୍ୱାରା ସାରା ଦେଶରେ ରେଡିଓ ପ୍ରସାରଣ ସେବାଗୁଡ଼ିକର ଉନ୍ନତ ପ୍ରସାର ପାଇଁ ପ୍ରୋତ୍ସାହନ ମିଳିବ।

ଭାରତରେ ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିବା ଏବଂ ରେଡିଓ ଅପରେଟରମାନଙ୍କୁ ପରିଚାଳନା ସହାୟତା ପ୍ରଦାନ କରିବା ନିମନ୍ତେ ସରକାରଙ୍କ ନିରନ୍ତର ପ୍ରୟାସର ଅଂଶବିଶେଷ ଭାବେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଦ୍ୱାରା ବ୍ୟବସାୟିକ ସୁଗମତା ସୁନିଶ୍ଚିତ ହେବ ଏବଂ ପ୍ରସାରଣ ସେବାର ଅଭିବୃଦ୍ଧି ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି ହେବ।

ଇ-ନିଲାମୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.