Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଢୁଆଁ ହେଲେ ଉତ୍କଳ ଅଗ୍ରଜ ଶ୍ରୀଜଗନ୍ନାଥଙ୍କ ବଡଭାଇ ତୁଳସୀକ୍ଷେତ୍ରର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ
ଆଜିର ଖବର

ପୋଢୁଆଁ ହେଲେ ଉତ୍କଳ ଅଗ୍ରଜ ଶ୍ରୀଜଗନ୍ନାଥଙ୍କ ବଡଭାଇ ତୁଳସୀକ୍ଷେତ୍ରର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ

November 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଉତ୍କଳ ପ୍ରଦେଶରେ ଓଡିଆଙ୍କ ପରମ୍ପରାରେ ପ୍ରଥମାଷ୍ଟମୀ ଏକ ଗୁରୁତ୍ୱପୁର୍ଣ୍ଣ ଆଧ୍ୟାତ୍ମିକ ଗଣପର୍ବ। ଏହି ଦିନ ପରିବାରର ଜ୍ୟେଷ୍ଠସନ୍ତାନଙ୍କୁ ମାମୁଁଘରୁ ଆସୁଥିବା ନୁତନବସ୍ତ୍ର ପିନ୍ଧାଜିବା ସହ ହଳଦୀପତ୍ରରେ ରନ୍ଧାଯାଇଥିବା ଏଣ୍ଡୁରୀ ପିଠା ଏବଂ ସ୍ୱାଦିଷ୍ଟ ତରକାରୀ,କ୍ଷୀରି ପରଶାଯାଇଥାଏ। ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀକ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଗ୍ରଜ ଭ୍ରାତା ବା ବଡଭାଇ।

ଅନ୍ୟପକ୍ଷରେ ତୁଳସୀକ୍ଷେତ୍ରରେ ଆରାଧ୍ୟ ଦେବତାଙ୍କୁ ଜ୍ୟେଷ୍ଠଭାବେ ସମ୍ମାନ ଦେବାର ଆଧ୍ୟାତ୍ମିକ ପରମ୍ପରା ଅଦ୍ୟାପି ବିଦ୍ୟମାନ। ଏହି ପାରମ୍ପରିକ ଗଣପର୍ବ ଦିନ ତୁଳସୀ କ୍ଷେତ୍ରରେ ଶ୍ରୀ ବଳଦେବଜୀଉଙ୍କୁ ନୂତନପାଟ ବସ୍ତ୍ରରେ ସେବାୟତ ମାନେ ରତ୍ନସିଂହାସନରେ ଲାଗି କରିଛନ୍ତି। ସକାଳଧୂପ ଶେଷ ପରେ ଶ୍ରୀ ଜୀଉଁଙ୍କୁ ନୂତନବସ୍ତ୍ର ଲାଗି କରାଯାଇ ପୋଢୁଆଁ କରାଯାଇଥିଲା। ମଂଗଳାର୍ପଣ ପରେ ପୋଢୁଆଁ ହେବା ପରେ ଶ୍ରୀଜୀଉଙ୍କୁ ପ୍ରଥମାଷ୍ଟମୀ ବେଶରେ ଦର୍ଶନ କରିବାପାଇଁ ଶ୍ରୀବଳଦେବଜୀଉ ମନ୍ଦିରରେ ବ୍ୟାପକ ଭକ୍ତ ସମାଗମ ହୋଇଛି।

ଏହଦିନ ଅନ୍ୟାନ୍ୟ ସ୍ୱତନ୍ତ୍ର ଦେବନିତୀ ଅନୁଷ୍ଠିତ ହୋଇଥିଲା। ମନ୍ଦିର ମଧ୍ୟରେ ଶ୍ରୀ ଜୀଉଁଙ୍କ ପ୍ରସାଦ ସେବନ କରିବା ପାଇଁ ମଧ୍ୟ ଗହଳି ଲାଗିଛି। ମନ୍ଦିର ମଧ୍ୟରେ ଏଣ୍ଡୁରୀ ପିଠା,କ୍ଷୀରି ଭୋଗ ଲାଗି ହେବା ପରେ ପାଶ୍ୱର୍ ଦେବାଦେବୀଙ୍କୁ ଏହି ଭୋଗ ଅର୍ପଣ କରାଯାଇଛି। ଏହା ପରେ ଭକ୍ତମାନେ ଏହାକୁ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି। ପ୍ରଥମ ସନ୍ତାନଙ୍କୁ ଅଷ୍ଟମୀବନ୍ଧୁ ଅର୍ଥାତ ମାମୁଁଘରୁ ଆସିଥିବା ନୂତନବସ୍ତ୍ର ପିନ୍ଧିବାକୁ ଦିଆଯାଇଥାଏ ବୋଲି ପୂଜାପଣ୍ଡା ଜ୍ୟୋତିରଞ୍ଜନ ପତ୍ରୀ ସୂଚନା ଦେଇଛନ୍ତି। ମନ୍ଦିରରେ ଶ୍ରୀଜୀଉଙ୍କୁ ଭାବବିହ୍ୱଳ ହୋଇ ଭକ୍ତମାନେ ଦର୍ସନ କରିଥାନ୍ତି। ପ୍ରତକ୍ଷଦେବତା ତଥା ଶ୍ରୀଜଗନ୍ନାଥଙ୍କ ଅଗ୍ରଜ ଶ୍ରୀବଳଦେବଜୀଉଙ୍କୁ ପ୍ରଥମାଷ୍ଟମୀ ବେଶରେ ଦର୍ସନ କରି ଜଣେ ଦୃଷ୍ଟୀହିନ ଭକ୍ତ ଜଗନ୍ନାଥ ପତି ଅତ୍ୟନ୍ତ ଭାବବିଭୋର ହୋଇ ଶ୍ରବଳଦେବଶ୍ଳୋକ ଗାଇବାର ଦୃସ୍ୟ ବେଶ ଆଧ୍ୟାତ୍ମିୁକ ପରିବେଶ ସୃଷ୍ଟି କରିଥିଲା।

ପାଶ୍ୱର୍ଦେବାଦେବୀ ମନ୍ଦିରରେ ମଧ୍ୟ ବେଶ ଭକ୍ତ ସମାଗମ ହୋଇଥିଲା। ମନ୍ଦିର ମଧ୍ୟରେ ଚାଲିଥିବା ନିତୀକାନ୍ତି ଶୃଙ୍ଖଳିତ କରିବା ପାଇଁ ମନ୍ଦିର ପ୍ରଶାସନ ଏବଂ ସେବାୟତ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଥିଲା। ଶୃଙ୍ଖଳିତ ଦେବଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ବାଇଟ-ଜ୍ୟୋତି ରଞ୍ଜନ ପତ୍ରୀ(ପୂଜାପଣ୍ଡା) ବାଇଟ- ଜଗନ୍ନାଥ ପତି,ଦୃଷ୍ଟିହୀନ ଭକ୍ତ। ସାର ସ୍କ୍ରିପ୍ଟ ସଂପର୍କିତ ସମସ୍ତ ଭିଜୁଆଲ ଏବଂ ବାଇଟ ଏନଡିଏମଏସରେ ଯାଇଅଛି ,ଦୟାକରି ଚେକ କରିନେବାକୁ ଅନୁରୋଧ।

ଆଧ୍ୟାତ୍ମିକ ଗଣପର୍ବ ଉତ୍କଳ ଅଗ୍ରଜ ତୁଳସୀକ୍ଷେତ୍ର ପୋଢୁଆଁ ଶ୍ରୀଜଗନ୍ନାଥ ଶ୍ରୀବଳଦେବଜୀଉ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.