Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପର୍ଥରେ ଅଷ୍ଟ୍ରେଲିଆ ଧରାଶାୟୀ: ଭାରତ ଠାରୁ ୨୯୫ ରନରେ ହାରିଲା କଙ୍ଗାରୁ
ଆଜିର ଖବର

ପର୍ଥରେ ଅଷ୍ଟ୍ରେଲିଆ ଧରାଶାୟୀ: ଭାରତ ଠାରୁ ୨୯୫ ରନରେ ହାରିଲା କଙ୍ଗାରୁ

November 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ଯଶସ୍ୱୀ ଜୟସ୍ଵାଲଙ୍କ ଶତକ ଏବଂ ଅଧିନାୟକ ଜସପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁଁ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ 295 ରନ୍ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 1-0 ଅଗ୍ରଣୀ ହାସଲ କରିଛି। ଏସିଆ ବାହାରେ ରନ୍ ଦୃଷ୍ଟିରୁ ଟେଷ୍ଟରେ ଏହା ହେଉଛି ଟିମ୍ ଇଣ୍ଡିଆର ଦ୍ୱିତୀୟ ବୃହତ୍ତମ ବିଜୟ।

ଏହି ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ଇନିଂସରେ ମାତ୍ର 150 ରନ୍ ସଂଗ୍ରହ କରିଥିଲା। ତା’ପରେ ଲାଗୁଥିଲା ଯେ, ଆୟୋଜକ ଅଷ୍ଟ୍ରେଲିଆ ସହଜରେ ଏହି ମ୍ୟାଚ୍ ଜିତିବ, କିନ୍ତୁ ବୁମରା ନିଜର ଘାତକ ବୋଲିଂ ଯୋଗୁଁ ଖେଳର ସ୍ଥିତି ବଦଳିଯାଇଥିଲା। ପ୍ରଥମ ଇନିଂସରେ ବୁମ୍ ବୁମ୍ ବୁମ୍ରା 5 ୱିକେଟ୍ ନେଇ ଅଷ୍ଟ୍ରେଲିଆକୁ ମାତ୍ର 104 ରନ୍ ରେ ଅଟକି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳ ପ୍ରଥମ ଇନିଂସରେ 46 ରନ୍ ଅଗ୍ରଣୀ ହାସଲ କରିଥିଲା।

ଏହା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମେ ଯଶସ୍ଵୀ ଜୟସ୍ଵାଲ ଏବଂ କେ.ଏଲ୍ ରାହୁଲ 201 ରନ୍‌ର ଓପନିଂ ପାର୍ଟନରସିପ୍ କରି ଅଷ୍ଟ୍ରେଲିଆର ମନୋବଳ ଭାଙ୍ଗିଥିଲେ ଏବଂ ପରେ ବିରାଟ କୋହଲି ଶତକ ହାସଲ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। ଜୟସ୍ଵାଲ 161 ରନର ଇନିଂସ ଖେଳିଥିଲେ ଏବଂ ବିରାଟ ଅପରାଜିତ 100 ରନର ପାଳି ଖେଳିଥିଲେ। ସେହିଭଳି କେ.ଏଲ୍ ରାହୁଲ 77 ରନ୍ ସଂଗ୍ରହ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତ ଦ୍ୱିତୀୟ ଇନିଂସରେ 6 ଟି ୱିକେଟ୍ ବିନିମୟଟରେ 487 ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆକୁ 534 ରନ୍ ର ଟାର୍ଗେଟ ଦେଇଥିଲା।

ଏହାର ଜବାବରେ କଙ୍ଗାରୁ ମାତ୍ର 238 ରନ୍ ରେ ଅଟକି ଯାଇଥିଲା ଏବଂ ଭାରତ 295 ରନ୍ ରେ ଏହି ମ୍ୟାଚ୍ ଜିତିଥିଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ୍ ହେଡ୍ ସର୍ବାଧିକ 89 ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ମିଚେଲ ମାର୍ଶ 47 ରନ୍ ଏବଂ ୱିକେଟ୍ କିପର ଆଲେକ୍ସ କେରି 36 ରନର ଇନିଂସ ଖେଳିଥିଲେ। ଚତୁର୍ଥ ଦିନରେ ଭାରତ ପର୍ଥ ଟେଷ୍ଟ ଜିତିଥିଲା। ଏହି ମ୍ୟାଚରେ 8 ୱିକେଟ୍ ନେଇଥିବା ଜସପ୍ରୀତ ବୁମ୍ରାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରଯାଇଥିଲା।

IND Vs AUS 1st Test India Vs Australia jasprit bumrah team india travis head Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.