Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାଜପୁରରୁ ଉଦ୍ଧାର ହେଲେ ୧୪ ବର୍ଷୀୟ ଶ୍ରମିକ
ଆଜିର ଖବର

ଯାଜପୁରରୁ ଉଦ୍ଧାର ହେଲେ ୧୪ ବର୍ଷୀୟ ଶ୍ରମିକ

November 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାମାଜିକ ସୁରକ୍ଷା
'ଭିବି-ଜୀ ରାମ୍ ଜୀ ଯୋଜନାର ମିଥ୍ୟା ସୂଚନା ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି': କେନ୍ଦ୍ର ସରକାର

ଯାଜପୁର: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାସ୍ତରୀୟ ଏକ ମିଳିତ ଟିମ୍ ଯାଜପୁରରେ ଚଢ଼ାଉ କରି ଜଣେ ୧୪ ବର୍ଷୀୟ ଗୋତିଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଅନୁସୂଚିତ ଜନଜାତି (ଏସ୍ ଟି) ସମ୍ପ୍ରଦାୟର ଜଣେ ସଦସ୍ୟ ଉଦ୍ଧାର ହୋଇଥିବା ଶିଶୁଟି ଗତ ଦୁଇ ବର୍ଷ ହେବ ଶୋଷଣମୂଳକ ପରିସ୍ଥିତିରେ ଗୋରୁ ଓ ବଗିଚା ତଦାରଖକରିବାକୁ ବାଧ୍ୟ ହେଉଥିଲା।

ଏହି ଅଞ୍ଚଳରେ ଶିଶୁ ଶୋଷଣ ନେଇ ଏକାଧିକ ଅଭିଯୋଗ ଆସିବା ପରେ କର୍ତ୍ତୃପକ୍ଷ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନେ ଘଟଣାସ୍ଥଳରେ ଚଢ଼ାଉ କରି ଶିଶୁଟିକୁ କଠିନ ଅବସ୍ଥାରୁ ଉଦ୍ଧାର କରିଥିଲେ। ୪ ବର୍ଷ ତଳେ ମାଲିକ ଶିଶୁର ବାପାଙ୍କୁ ଘର ନିର୍ମାଣ ପାଇଁ ୧୧ଟି ଆଜବେଷ୍ଟସ୍ ସିଟ୍ ଓ ୨ଟି ଲୁହା ରଡ୍ ପ୍ରଦାନ କରିଥିଲେ।

ଏହା ବଦଳରେ ବାପାଙ୍କୁ ମାସିକ ୭,୦୦୦ଟଙ୍କା ମଜୁରୀଦେବାକୁ ପ୍ରତିଶ୍ରୁତି ଦେଇ ମାଲିକଙ୍କ ବଗିଚା ତଦାରଖ କରିବାକୁ କୁହାଯାଇଥିଲା। ତେବେ ଗୋରୁ ଓ ବଗିଚାର ତଦାରଖକରିବାରେ ପିଲାକୁ ନିୟୋଜିତ କରିବାକୁ ମାଲିକ ବାପାଙ୍କୁ କହିଥିଲେ। କିନ୍ତୁ ନିଯୁକ୍ତିଦାତା ରାଜି ହୋଇଥିବା ଦେୟକୁ ଦେଇନଥିଲେ ଏବଂ ସାଧାରଣତଃ ସାପ୍ତାହିକ ବଜାର ଦିନମାନଙ୍କରେ ଅନୁରୋଧ କ୍ରମେ ବେଳେବେଳେ ୨୦୦-୩୦୦ ଟଙ୍କା ପ୍ରଦାନ କରୁଥିଲେ। ସର୍ବନିମ୍ନ ଦରମା ଏବଂ ଚଳପ୍ରଚଳ ସୀମିତ ଥିବାରୁ ପିଲାଟି ଦିନକୁ ୧୪ ଘଣ୍ଟାରୁ ଅଧିକ କାମ କରିବାକୁ ବାଧ୍ୟ ହୋଇଥିଲା। ପିତାମାତା ନିଯୁକ୍ତିଦାତାଙ୍କଠାରୁ ଅଗ୍ରୀମ ଦେୟ ଗ୍ରହଣ କରିଥିବାରୁ ଋଣ ସମ୍ପୂର୍ଣ୍ଣ ପରିଶୋଧ ନହେବା ପର୍ଯ୍ୟନ୍ତ ଶିଶୁକୁ ଅନ୍ୟ କାମ କରିବାକୁ ବାରଣ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଏବେ ରିଲିଜ୍ ସାର୍ଟିଫିକେଟ୍ ପ୍ରଦାନ କରିବା ସହ ଶିଶୁର ଉପଯୁକ୍ତ ଥଇଥାନ ସୁନିଶ୍ଚିତ କରୁଛି। ବଣ୍ଡେଡ୍ ଲେବର ସିଷ୍ଟମ (ଉଚ୍ଛେଦ) ଆଇନ, ୧୯୭୬, ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬, ଏସସି/ଏସଟି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯ ଏବଂ ଅନ୍ୟ ପ୍ରାସଙ୍ଗିକ ଆଇନ ଅନୁଯାୟୀ ନିଯୁକ୍ତିଦାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି।

ଉଦ୍ଧାର ଶିଶୁଟିକୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି)ରେ ହାଜର କରାଯାଇ ଯାଜପୁର ଉତ୍କଳ ବାଳାଶ୍ରମରେ ଅସ୍ଥାୟୀ ଭାବେ ଆଶ୍ରୟ ଦିଆଯାଇଛି। ପିଲାଟି ବହୁତ ଖୁସି ହୋଇ ପାଠପଢ଼ା ଆରମ୍ଭ କରିବାକୁ ଆଗ୍ରହୀ ଥିବା ଜଣାପଡିଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କରଙ୍କ ତତ୍ତ୍ୱାବଧାନରେ ଚାଇଲ୍ଡ ହେଲ୍ପଲାଇନ ସଂଯୋଜକ, ସୁକିନ୍ଦା ସଦର ରାଜସ୍ୱ ନିରୀକ୍ଷକ, ସୁକିନ୍ଦା ପୁଲିସ ଓ ଅନ୍ୟ ଅଂଶୀଦାରମାନେ ଉଦ୍ଧାର କାର୍ଯ୍ୟକୁ ସଂଯୋଜନା କରିଥିଲେ।

ଯାଜପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Latest News

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.