Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହେବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ
ଆଜିର ଖବର

ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହେବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ

November 25, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ୪୫ ପୃଷା ସମ୍ୱଳିତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିବା ବେଳେ ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହେବ।

ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଆଧାରରେ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କରାଯିବ। ତେବେ ରତ୍ନଭଣ୍ଡାର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ଯେଭଳି ବାଧା ନଉପୁଜିବ ସେନେଇ ଆଗାମୀ ଦିନରେ ଛତିଶାନିଯୋଗ ଓ ପରିଚାଳନା କମିଟି ସହ ଆଲୋଚନା କରାଯିବ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଏ.ଏସ୍.ଆଇ. ପକ୍ଷରୁ ରତ୍ନଭଣ୍ଡାର ଜିପିଆର ସର୍ଭେ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ କରାଯାଇଥିଲା।

ତେବେ ରିପୋର୍ଟ ଆସିଥିବା ବେଳେ ସେହି ରିପୋର୍ଟ ଆଧାରରେ ସରଣକ୍ଷଣ ଓ ମରାମତି ନେଇ ଏଏସଆଇକୁ ଖୁବଶୀଘ୍ର ଚିଠି ଲେଖାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି। ତେବେ ଭିତର ରତ୍ନଭଣ୍ଡାରର ଚଟାଣ ଓ କାନ୍ଥର ସ୍ଥିତି ରିପୋର୍ଟରେ ଉଲ୍ଲେଖ ରହିଛି ଓ ସେହି ରିପୋର୍ଟ ଆଧାରରେ ଏହାକୁ ମରାମତି କରାଯିବ। ମରାମତି କରାଯିବା ପରେ ଭିତର ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ନିଆଯାଇ ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଗଣତିମଣତି କରାଯିବ।

ସେପଟେ ଭିତର ରତ୍ନଭଣ୍ଡାରର ମରାମତି ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟାକୁ ଡିଜିଟାଇଜେସନ କରାଯିବା ସହ ତମାମ୍ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଏ ଏସ ଆଇ କୁ ସମସ୍ତ ସହଯୋଗ କରିବ ବୋଲି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ମତ ରଖିଛନ୍ତି।

ଅରବିନ୍ଦ ପାଢୀ ରତ୍ନଭଣ୍ଡାର ଶ୍ରୀମନ୍ଦିର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସର୍ଭେ ରିପୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Latest News

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.