Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୪୦ ମେଗାୱାଟର ହିଓ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ପୁଞ୍ଜିନିବେଶ ପ୍ରସ୍ତାବକୁ କ୍ୟାବିନେଟ୍ ର ଅନୁମୋଦନ
ଆଜିର ଖବର

୨୪୦ ମେଗାୱାଟର ହିଓ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ପୁଞ୍ଜିନିବେଶ ପ୍ରସ୍ତାବକୁ କ୍ୟାବିନେଟ୍ ର ଅନୁମୋଦନ

November 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ବିହାରରେ ୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୪-ଲେନ୍ ହାଇସ୍ପିଡ୍‌ କରିଡୋର ନିର୍ମାଣକୁ କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅରୁଣାଚଳ ପ୍ରଦେଶର ଶି ୟୋମି ଜିଲ୍ଲାରେ ହିଓ ଜଳ ବିଦ୍ୟୁତ ପ୍ରକଳ୍ପ (ଏଚଇପି) ନିର୍ମାଣ ପାଇଁ ୧୯୩୯ କୋଟି ଟଙ୍କା ନିବେଶକୁ ଅନୁମୋଦନ କରିଛି । ପ୍ରକଳ୍ପର ସମ୍ପୂର୍ଣ୍ଣତା ଅବଧି ୫୦ ମାସ ହେବ ବୋଲି ଆକଳନ କରାଯାଇଛି।

୨୪୦ ମେଗାୱାଟ (୩ x ୮୦ ମେଗାୱାଟ୍) କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ୧୦ ମିଲିୟନ୍ ୟୁନିଟ୍ (ଏମୟୁ) ଶକ୍ତି ଉତ୍ପାଦନ କରିବ। ଏହି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ ଅରୁଣାଚଳ ପ୍ରଦେଶ ରାଜ୍ୟରେ ବିଦ୍ୟୁତ  ଯୋଗାଣ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଜାତୀୟ ଗ୍ରିଡ୍ ର ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ସହାୟକ ହେବ।

ନର୍ଥ ଇଷ୍ଟର୍ଣ୍ଣ ଇଲେକ୍ଟ୍ରିକ୍ ପାୱାର କର୍ପୋରେସନ୍ ଲିମିଟେଡ୍ (ନିପକୋ) ଏବଂ ଅରୁଣାଚଳ ପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟୋଗ କମ୍ପାନୀ ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଭାରତ ସରକାର ସକ୍ଷମ ଭିତ୍ତିଭୂମି ଅଧୀନରେ ସଡ଼କ, ପୋଲ ଏବଂ ଆନୁଷଙ୍ଗିକ ଟ୍ରାନ୍ସମିସନ୍ ଲାଇନ୍ ନିର୍ମାଣ ପାଇଁ ବଜେଟ୍ ସହାୟତା ବାବଦରେ ୧୨୭.୨୮ କୋଟି ଟଙ୍କା ପ୍ରଦାନ କରିବେ ଏବଂ ରାଜ୍ୟର ଇକ୍ୱିଟି ଅଂଶ ପାଇଁ ୧୩୦.୪୩ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ପ୍ରଦାନ କରିବେ।

ରାଜ୍ୟକୁ ​‌କ୍ଷେତ୍ରର ଉଲ୍ଲେଖନୀୟ ଭିତ୍ତିଭୂମି ସଂରଚନାରେ ଉନ୍ନତି ଏବଂ ସାମାଜିକ-ଅର୍ଥନୈତିକ ବିକାଶ ସହିତ ୧୨% ମାଗଣା ବିଜୁଳି ଏବଂ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି (ଏଲଏଡିଏଫ୍)ରେ ଆଉ ୧% ଲାଭ ହେବ।

ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅନୁଯାୟୀ ଏହି ପ୍ରକଳ୍ପ ସ୍ଥାନୀୟ ଯୋଗାଣକାରୀ/ ଉଦ୍ୟୋଗ/ ଏମ୍ଏସ୍ଏମ୍ଇଗୁଡ଼ିକୁ ବିଭିନ୍ନ ସୁବିଧା ପ୍ରଦାନ କରିବ। ନିର୍ମାଣ ପର୍ଯ୍ୟାୟରେ ନିପ୍କୋର ପ୍ରାୟ ୨୦୦ କର୍ମଚାରୀ ଏବଂ ଠିକାଦାରଙ୍କ ପ୍ରାୟ ୪୦୦ ଶ୍ରମିକଙ୍କ ଆବଶ୍ୟକତା ରହିଛି। ଏହାବ୍ୟତୀତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ସମୟରେ ବିଭିନ୍ନ କ୍ଷୁଦ୍ର ଚୁକ୍ତି ଓ ସେବା ମାଧ୍ୟମରେ ସ୍ଥାନୀୟ ସମୁଦାୟ ପାଇଁ ଉଲ୍ଲେଖନୀୟ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ପ୍ରକଳ୍ପ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମୟରେ ନିଯୁକ୍ତି ମଧ୍ୟ ପ୍ରଦାନ କରିବ । ଆହୁରି ମଧ୍ୟ ଏହାର ବିକାଶ ଦ୍ୱାରା ପରିବହନ, ପର୍ଯ୍ୟଟନ, କ୍ଷୁଦ୍ର ବ୍ୟବସାୟ ଭଳି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଅରୁଣାଚଳ ପ୍ରଦେଶ କ୍ୟାବିନେଟ୍ ଅନୁମୋଦନ ଜଳ ବିଦ୍ୟୁତ ପ୍ରକଳ୍ପ ନରେନ୍ଦ୍ର ମୋଦୀ ବ୍ୟୟ ଅଟକଳ
Share. Facebook Twitter LinkedIn Email WhatsApp Copy Link

Related Posts

ଖଦି କାରିଗର ମହୋତ୍ସବ ରେ 2,298 ମେସିନ୍ ଏବଂ ଟୁଲକିଟ  ବଣ୍ଟନ କଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025

ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର ଅଭିଯାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

October 4, 2025

ବସ୍ତର ଦଶହରା ଯାହା ୭୫ ଦିନ ଧରି ଚାଲିଥାଏ, ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025

ରୋଜଗାର ମେଳାର ସଫଳତା: ଦେଶରେ ଗତ ୬ ବର୍ଷ  ମଧ୍ୟରେ ସୃଷ୍ଟି ହୋଇଛି ପ୍ରାୟ ୧୭ କୋଟି ନିଯୁକ୍ତି

October 4, 2025
Latest News

ଖଦି କାରିଗର ମହୋତ୍ସବ ରେ 2,298 ମେସିନ୍ ଏବଂ ଟୁଲକିଟ  ବଣ୍ଟନ କଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025

ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର ଅଭିଯାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

October 4, 2025

ବସ୍ତର ଦଶହରା ଯାହା ୭୫ ଦିନ ଧରି ଚାଲିଥାଏ, ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025

ରୋଜଗାର ମେଳାର ସଫଳତା: ଦେଶରେ ଗତ ୬ ବର୍ଷ  ମଧ୍ୟରେ ସୃଷ୍ଟି ହୋଇଛି ପ୍ରାୟ ୧୭ କୋଟି ନିଯୁକ୍ତି

October 4, 2025

ବାଲୁଗାଁ ଚିଲିକା କୂଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

October 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.