
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଭାବି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ତାଙ୍କ ସହାତି ପତ୍ନୀ କଳ୍ପନା ସୋରେନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ କଣ ପାଇଁ ହେମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ସେ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି।
ତେବେ ସୁତ୍ର ଅନୁସାରେ ଆସନ୍ତା ୨୮ ତାରିଖରେ ହେମନ୍ତ ଝଡଖଣ୍ଡର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେଥିପାଇଁ ସେହି ଉତ୍ସବରେ ଯୋଗଦେବାକୁ ସେ ସପତ୍ନୀକ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି ଜଣାପଡିଛି। ଏଥିସହିତ ହେମନ୍ତ ରାହୁଲ, ସୋନିଆ, ପ୍ରିୟଙ୍କା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ କରିଥିବା ଜଣାପଡିଛି।